ନବୀନଙ୍କୁ ହେଲା ୭୫ ବର୍ଷ ଆଗାମୀ ବର୍ଷ ନେଇ ପାରନ୍ତି ସନ୍ୟାସ!, ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ!

ବିଜୁ ବାବୁ ଙ୍କ ସ୍ୱପ୍ନ ପୁରା କରିବା ପାଇଁ ୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହି ସାରିଲେଣି ନବୀନ ପଟ୍ଟନାୟକ। ସତରେ କେତେ ବଡ଼ ସ୍ୱପ୍ନ ଟିଏ ଦେଖିଥିଲେ ବିଜୁବାବୁ। ଆଜି ନବୀନ ବାବୁ ଙ୍କୁ ହୋଇଗଲାଣି 75 ବର୍ଷ ବୟସ। ହୁଏତ ନବୀନ ବାର୍ଦ୍ଧକ୍ୟ କାରଣରୁ ସନ୍ୟାସ ନେଇ ପାରନ୍ତି କିମ୍ବା ପୁଣି 2024 ରେ ନିର୍ବାଚନ ଲଢ଼ି ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇ ପାରନ୍ତି। ତେବେ ତାଙ୍କ ପରେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ନେଇ ଚର୍ଚ୍ଚା ହେଉଛି।ଜନତା ଦଳରେ ନବୀନ ବାବୁଙ୍କ ଉତ୍ତରାଧୂକାରୀଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । କିଏ ସିଏ, ତାକୁ ନେଇ ସମସ୍ତେ ଜାରି ରଖୁଛନ୍ତି ଆକଳନ । କିଛି ଲୋକଙ୍କ କହିବା କଥା ବିଜୁ ପରିବାରର ସଦସ୍ୟ କେହି ଜଣେ ହେବ ଉତ୍ତରାକାରୀକେତେକଙ୍କର ଯୁକ୍ତି ହେଉଛି ନବୀନଙ୍କ ଭଉଣୀ ଗୀତା ମେହେଟା କିନ୍ତୁ ନାଗରିକ ପ୍ରସଙ୍ଗ ପାଇଁ ତାଙ୍କ ଦାୟିତ୍ବ ନେବା ଆଶା ବହୁତ କମ୍ .

ଆଉ କେତେକଙ୍କର ଯୁକ୍ତି ନବୀନଙ୍କ ପୁତୁରା ବା ତାଙ୍କ ବଡ଼ ଭାଇଙ୍କ ପୁତ୍ର ନେଇପାରନ୍ତି ଦାୟିତ୍ବ। ସେହିଭଳି ଆଉ କିଛି ଲୋକଙ୍କ ଯୁକ୍ତି ହେଉଛି ଦଳ ଭିତରୁ ନବୀନ ବାବୁଙ୍କ ପସନ୍ଦର ଜଣେ ଯୁବ ନେତାଙ୍କୁ ଉତ୍ତରାଧୂକାରୀ ଭାବେ ବଛା ଯାଇପାରେ । ଏସବୁ କଳ୍ପନାଜଳ୍ପନା ଭିତରେ ଆଉ ଜଣଙ୍କ ନାଁ ଏବେ ସାମ୍ନାକୁ ଆସୁଛି । ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ଅଧୂକ ବିଶ୍ବସ୍ତ୍ରୀ ଓ ପ୍ରିୟ ବ୍ୟୁରୋକାର୍ଟ ଭି କେ ପାଣ୍ଡିଆନ । ଏବଂ ସେ ହିଁ ହୋଇପାରନ୍ତି ବିଜୁ ଜନତା ଦଳର ଆଗାମୀ ସୁପ୍ରିମୋ।

ବିଜୁ ଜନତା ଦଳର ସବୁଠାରୁ ବଡ଼ ପୁଞ୍ଜି ହେଉଛି ସଭାପତି ପଦାଶିକ୍ଳ ନେତା ନବୀନ ବାବୁ । ଦଳର ମୂଳଦୁଆ ଯେବେଠାରୁ ପଡ଼ିଛି ଏ ଦଳର ନେତା ଓ କର୍ମୀମାନଙ୍କର ଶିକ୍ଷାଦିକ୍ଷା ଆଉ ଚରିତ୍ର ହେଉଛି ଏକେଶ୍ୱରବାଦରେ ବିଶ୍ବାସ । ଅର୍ଥାତ ସଭାପତି ନବୀନ ବାବୁ ହେଉଛନ୍ତି ଏକମାତ୍ର ସର୍ବଶକ୍ତିମାନ ନେତା । ଦଳପତିଙ୍କ ବିକଳ୍ପ ସମ୍ପର୍କରେ ବିଜେଡି ନେତାଏ ସ୍ଵପ୍ନରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ତେଣୁ ସାଂଗଠନିକ ନିର୍ବାଚନ ବିଗତ 22 ବର୍ଷରେ କେବଳ ଧର୍ମକୁ ଆଠାର ଭାବେ ଚାଲିଛି । ସେ ଦୃଷ୍ଟିରୁ ନବୀନଙ୍କ ଉତ୍ତରାଧୁକାରୀ ଏଭଳି ବ୍ୟକ୍ତି ହୋଇଥିବା ଦରକାର ଯିଏ ବିଜେଡି କ୍ୟାଡରରେ ସର୍ବମାନ୍ୟ ହୋଇଥିବ ।

ନବୀନଙ୍କ ଭଳି କଥା କମ କହୁଥିବା ଆଉ ନେତାମାନଙ୍କର ତାଙ୍କ ପ୍ରତି ଭୟ ଥିବ । ଯିଏପ୍ରତ୍ୟେକ ନେତାଙ୍କର ଶକ୍ତି ଓ ଦୁର୍ବଳତାକୁ ଭଲ ଭାବେଚିହ୍ନିବେ । ନବୀନଙ୍କ ଭଳି ନେତାଙ୍କ ପାଇଁ ଯିଏ ଦୁର୍ବୋଧ୍ୟ ହେଉଥିବ । ଯାହାଙ୍କ ପିଣ୍ଡା ଉପରକୁ ନେତା ଚାହିଁଲେ ଚଢ଼ିପାରୁନଥିବେ । ଏସବୁକୁ ହିସାବକୁ ନେଲେ ଯେଉଁ ବ୍ୟକ୍ତିର ଯୋଗ୍ୟତା ସାମ୍ନାକୁଆସୁଛି ସିଏ ହେଉଛନ୍ତି ଗୁପ୍ତ ନାୟକ ପାଣ୍ଡିଆନ ବାବୁ । ଉତ୍ତରାଧୂରୀ ଭାବେ ପାଣ୍ଡିଆନଙ୍କୁ ଦେଖାଯାଇପାରେ କାରଣ ସେ ସବୁବେଳେ ଭିତରେ ଅଛନ୍ତି ବାହାରେ ନୁହେଁ ।ସେପଟେ ଦଳ ଚଳାଇବା ପାଇଁ ବିଜୁ ଜନତା ଦଳର ଆଉ ଏକ ବଡ଼ ଶକ୍ତି ହେଲା ଏହାର ଆର୍ଥିକ ସମ୍ପନ୍ନତା। ନିକଟରେ ପ୍ରକାଶିତ ଏଇଆର ରିପୋର୍ଟରୁଜଣାଯାଏ ଯେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରୁ ବିଜେଡିକୁ ମିଳିଛି ସବୁଠୁ ଅଧୁକ ଟଙ୍କା । ଅର୍ଥାତ ବିଜୁ ଜନତା ଦଳ ଆର୍ଥିକ ଦୃଷ୍ଟି କୋଣରୁ ବେସ୍ ବଜଭୁତ । କୁହାଯାଉଛି ଯେ ବିଜେଡିର ଆର୍ଥିକ ସମ୍ପନ୍ନତାଳ ପଛରେ ପାଣ୍ଡିଆନଙ୍କର ଗାଇଡାନ୍ସ ଅନେକାଂଶରେ ରହିଛି ।ବିଜେଡିକୁ ଏକ କ୍ୟାପ୍ ରିଟ୍ ଦଳରେପରିଣତ କରିବାରେ ପାଣ୍ଡିଆନଙ୍କ ବହୁ ଅବଦାନ ରହିଛି ।

ତେଣୁ ଦଳକୁ ଚଳାଇବାକୁ ଆଗାମୀ ଦିନରେ ଏଭଳି ଜଣେ ବ୍ୟକ୍ତି ଆବଶ୍ୟକ ଯିଏ ଦଳ ପାଇଁ ଫଣ୍ଡ ଯୋଗାଡ଼ କରିପାରିବ । ତେଣୁ ଉତ୍ତରାଧୁକାରୀ ବାଛିବା ବେଳେ ବିଜେଡି ପାଇଁ ବା ନବୀନ ବାବୁଙ୍କ ପାଇଁ ଯେଉଁ କଥାଟା ସବୁଠାରୁ ଅଧୁକ ଗୁରୁତ୍ଵ ରଖୁବ ତାହା ହେଲା ଦଳ ଚଳାଇବା ପାଇଁ ଅର୍ଥ ଯୋଗାଡ଼ କରିବା । ଏହାକୁ ବି ଯଦି ହିସାବକୁ ନିଆଯାଏ ତେବେପାଣ୍ଡିଆନ ବାବୁ ବିଜେଡିକୁ ଆର୍ଥିକ ସଫଳତା ଦେବାରେ ସକ୍ଷମ ହୋଇଛନ୍ତି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.