ଜୀବନ କୁ କିଅବା ଭରସା ଆଜି ଅଛି କାଲିକି ନାହିଁ” ଗୀତରେ ପରା ଅଛି। ଜୀବନକୁ ନୂଆ ନୂଆ ଉପଭୋଗ କରୁଥିବା ଦମ୍ପତ୍ତି ଙ୍କ ଜୀବନରେ ପଡିଛି ପୁର୍ଣ୍ଣଛେଦ। କେତେ ଖୁସି ରେ ପର୍ଯ୍ୟଟନ ସ୍ଥଳୀ କୁ ଖୁସିଭରା ମନରେ ବୁଲିବାକୁ ଆସିଥିଲେ ଦମ୍ପତ୍ତି କିନ୍ତୁ ସେମାନେ ଅଜଣା ଥିଲେ ଏହି ସ୍ଥାନରେ ଯମ ତାଙ୍କୁ ଅପେକ୍ଷା କରି ବସିଛି ବୋଲି।ଗୋଟିଏ ଛୋଟିଆ ସେଲ୍ପି ଖୁସିର ପରିବାର ବକୁ ଦୁଃଖର ବନ୍ୟା ରେ ବୁଡାଇ ଦେଇଛି। ଏହି ସ୍ଥାନରେ ଉଠାଉ ଥିବା ଗୋଟିଏ ଫଟୋ ବନିଯାଇଥିଲା ଜୀବନର ଶେଷ ଫଟୋ
ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ; ସେଲଫି ନେଉଥିବା ବେଳେ ୧୦ରୁ ୧୨ଫୁଟ ତଳକୁ ଖସି ପଡ଼ି ଡ୍ୟାମ ପାଣିରେ ନିଖୋଜ ହୋଇଗଲେ ଡାକ୍ତରଙ୍କ ପତ୍ନୀ। ମଧ୍ୟପ୍ରଦେଶର ହଲାଲି ଡ୍ୟାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ ପତ୍ନୀ ସେଲଫି ନେବା ବେଳେ ସେଠାରୁ ଖସି ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ମହିଳା ଜଣକଙ୍କ ସନ୍ଧାନ ମିଳିପାରି ନାହିଁ।

ଭୋପାଲଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ହଲାଲି ଡ୍ୟାମ୍, ସେଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଯାଆନ୍ତି। ଛୁଟି କାଟିବାକୁ ରବିବାର ଭୋପାଳର କୋଲାର ବାସିନ୍ଦା ଡାକ୍ତର ଉତ୍କଳ ମିଶ୍ରା ମଧ୍ୟ ତାଙ୍କ ପତ୍ନୀ ହିମାନୀଙ୍କ ସହିତ ହାଲଲି ଡ୍ୟାମ ଯାଇଥିଲେ। ଘଟଣା ସଂପର୍କରେ ଡାକ୍ତର ଉତ୍କଳ ମିଶ୍ର କହିଛନ୍ତି ଯେ, ସେ ମୋବାଇଲରେ ମେସେଜ ଦେଖିବା ବେଳେ ତାଙ୍କ ପତ୍ନୀ ସେଲଫି ନେଉଥିଲେ। ହଠାତ ତାଙ୍କ ପତ୍ନୀ ଡ୍ୟାମ ପାଣିକୁ ଖସି ପଡିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।