ରାଜନୀତି କୁ ଆସିବେ ଅଭିନେତା ସବ୍ୟସାଚୀ! ଏହି ଦଳ ରେ ହେବେ ସାମିଲ!

ଗରିବ ମାନଙ୍କ ପାଇଁ ଦେବଦୂତ ସାଜିଥିବା ସବ୍ୟସାଚୀ ଏବେ ଓଡ଼ିଶାର ଘରେ ଘରେ ଚର୍ଚ୍ଚାର ବିଷୟ ପାଲଟି ଅଛନ୍ତି।ଗୁଜୁରାଟ,ମହାରାଷ୍ଟ୍ର ରୁ ଓଡ଼ିଆ ପ୍ରବାସୀ ଶ୍ରମିକ ମାନଙ୍କୁ ଫେରାଇ ଆଣି ରାତାରାତି ଚର୍ଚ୍ଚାର ବିଷୟ ପାଲଟି ଥିଲେ ସବ୍ୟସାଚୀ। ଏହାପରେ ଗରିବ ମାନଙ୍କୁ କରୋନା ମହାମାରୀ ରେ ସାହାଯ୍ୟ କରି ଓଡ଼ିଶା ବାସୀ ଙ୍କ ମନ କିଣିନେଇଥିଲେ ଏହି ଅଭିନେତା। ସବ୍ୟସାଚୀ ଙ୍କୁ ଗାନ୍ଧୀ ଜୟନ୍ତୀ ରେ ଶ୍ରେଷ୍ଠ ସମାଜସେବୀ ରେ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ସୋନୁସୁଦ କୁହାଯାଉଥିବା ସବ୍ୟସାଚୀ ଆଗାମୀ ନିର୍ବାଚନ ରେ ମୈଦାନ କୁ ଓଲ୍ହାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।ତେବେ ସେ କେଉଁ ଦଳ ରେ ସାମିଲ ହେବେ, କେଉଁ ଦଳ ପକ୍ଷରୁ ଲଢ଼ିବେ,ସେ ବିଷୟରେ ଜାଣନ୍ତୁ।

ଓଡିଶା ପାଇଁ କିଛି କରିବାର ମନ ବଳାଇଥିବା ଏହି ଅଭିନେତା ସବ୍ୟସାଚୀ ଙ୍କୁ ଅନେକ ଜନତା ସାପୋର୍ଟ କରୁଛନ୍ତି।କରୋନା ମହାମାରୀ ରେ ଓଡିଶା ଜଣେ ରିଅଲ ହିରୋ ଙ୍କୁ ପାଇଲା।ଓଡ଼ିଆ ସିନେମା ରେ ହିରୋ ତ ଅନେକ ଅଛନ୍ତି କିନ୍ତୁ କେବଳ ସିନେମା ର ପରଦା ଉପରେ।ଅସଲ ହିରୋ ଙ୍କୁ ଦେଖିବାକୁ ମିଳିନଥିଲା।କେବଳ କରୋନା ମହାମାରୀ କାହିଁକି ଯେବେ ବି ଓଡିଶା ପାଇଁ ବିପଦ ଆସିଛି ହାତ ଖୋଲି ସହାୟତା କରିଛନ୍ତି ସବ୍ୟସାଚୀ। ସେ ଫାଇଲିନ ହେଉ କି ଫନି।ଏବେ ତ ମହାମାରୀ ସମୟରେ ହଜାର ହଜାର ଶ୍ରମିକ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଝାଳବୁହା ଧନ ରେ ଯେଉଁଭଳି ଓଡିଶା ଫେରେଇଲେ ଯେତେ ବି ପ୍ରସଂଶା କଲେ କମ ପଡିବ। ଯେଉଁ କାମ କ୍ଷମତା ରେ ଥିବା ନେତା ମନ୍ତ୍ରୀ କରିପାରିଲେନି ସେ କାମ ଜଣେ ଅଭିନେତା କରିକି ଦେଖେଇଲେ। ଉଦାହରଣ ନିଆଯାଇପାରେ କେନ୍ଦ୍ରାପଡା ସାଂସଦ ଅନୁଭବ ଙ୍କର। ଉଚ୍ଚ ପଦବୀ ରେ ଥାଇ ମଧ୍ୟ କୌଣସି କାମ କୁ ନୁହଁନ୍ତି।

କିନ୍ତୁ ଏହି କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ବସ ଯୋଗେ ଶ୍ରମିକ ମାନଙ୍କୁ ଓଡିଶା ଫେରେଇ ଆଣୁଥିଲେ ସବ୍ୟ। ଅବଶ୍ୟ କିଛି ଲୋକ ଟ୍ୱିଟ କରିଥିଲେ ସବ୍ୟ ଙ୍କୁ ଅନୁଭବ ଙ୍କୁ ଫେରେଇ ଆଣିବାର ବନ୍ଦୋବସ୍ତ କରିବାକୁ।କେବଳ ଯେ ମହାମାରୀ ସମୟରେ ଶ୍ରମିକ ମାନଙ୍କୁ ଓଡିଶା ଫେରେଇ ଆଣିଥିଲେ ତାହା ନୁହେଁ ଅନେକ ବେସାହାରା ଙ୍କୁ ସାହାରା ମଧ୍ୟ ଦେଇ ସାରିଲେଣି।

ସ୍ମାଇଲ ପ୍ଲିଜ ଦ୍ୱାରା ସେ ରିଙ୍କି ହୁଅନ୍ତୁ କିମ୍ବା ନିକଟରେ ଚର୍ଚା ରେ ଥିବା ପୁରୀ ର ହାତ ଟ୍ୟୁମର ପୀଡିତା କୁନି ପଣ୍ଡା ଙ୍କ ମୁଁହରେ ହସ ଫୁଟାଇଛନ୍ତି ସବ୍ୟ।ନେତା ଙ୍କ କାନକୁ ସିନା ଏମାନଙ୍କ ଦରଦ ଭରା କଷ୍ଟ ଶୁଭୁନି କିନ୍ତୁ ଦରଦୀ ହୃଦୟ ସବ୍ୟ ଙ୍କୁ ବାରମ୍ବାର ବ୍ୟଥିତ କରିଛି ସେମାନଙ୍କର ଦୁଃଖ।ସବୁବେଳେ ଚେଷ୍ଟା କରିଛନ୍ତି ସେମାନଙ୍କ ମୁଁହରେ ଟିକେ ହସ ଫୁଟେଇବାକୁ।ଓଡିଶା ରେ ଏବେ ସବ୍ୟ ଙ୍କ ଲୋକପ୍ରିୟତା ସମସ୍ତଙ୍କ ଉପରେ ,ଦଳ ମତ ନିର୍ବିଶେଷ ରେ ସବ୍ୟ ଙ୍କ ପ୍ରତି ସ୍ନେହ ଭଲପାଇବା ବଢି ଯାଇଛି।

ନିସ୍ଵାର୍ଥପର ଭାବରେ ସବ୍ୟ ଙ୍କ ଏହି ସେବା ପାଇଁ ସାଧାରଣ ଜନତା ଚାଁହୁଛନ୍ତି ସବ୍ୟ ରାଜନୀତି ରେ ଏଣ୍ଟ୍ରି କରନ୍ତୁ। ସବ୍ୟସାଚୀ ଙ୍କୁ ଯେବେ ଏ ନେଇ ପଚରା ଯାଇଥିଲା ସେ ଏପର୍ଯ୍ୟନ୍ତ ଏ ବିଷୟରେ ଭାବିନାହାନ୍ତି ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି। ସମାଜ ସେବା ପାଇଁ ରାଜନୀତି ଏକ ମାତ୍ର ବିକଳ୍ପ ନୁହେଁ। ତେବେ ଚର୍ଚ୍ଚା ହେଉଛି ବିଜେପି କିମ୍ବା ବିଜେଡି ରେ ମିଶି ପାରନ୍ତି ସବ୍ୟସାଚୀ। ସବ୍ୟସାଚୀ ଙ୍କର ପ୍ରଥମ ପସନ୍ଦ ବିଜେପି ବୋଲି ସୂତ୍ରରୁ ଖବର ମିଳିଛି।

ସବ୍ୟ ଙ୍କୁ କୋଟି କୋଟି ଓଡ଼ିଆ ସମର୍ଥନ କରୁଛନ୍ତି।ସୋସିଆଲ ମିଡିଆରେ ଏବେ ସବ୍ୟ ଙ୍କ କ୍ରେଜ୍ ବଢ଼ିବାରେ ଲାଗିଛି ,ଏପରିକି ରାଜନୀତି ର ପାୱାର କରିଡର ସବ୍ୟ ଙ୍କୁ ନିଜ ଦଳରେ ସାମିଲ କରିବାକୁ ସମସ୍ତେ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି। କିନ୍ତୁ ରାଜନୀତି କୁ ଏତେଶୀଘ୍ର ସବ୍ୟ ଏଣ୍ଟ୍ରି କରିବେ କି ନାହିଁ ସେ ନେଇ ସେ କୌଣସି ସୂଚନା ଦେଇନାହାନ୍ତି।କିନ୍ତୁ ସାଧାରଣ ରେ ଗୋଟିଏ ଚର୍ଚା ସବ୍ୟ ଆସନ୍ତୁ ରାଜନୀତି କୁ।ରାଜ୍ୟ ରାଜନୀତି ରେ ଏଭଳି ଜଣେ ନେତା ଙ୍କ ଆବଶ୍ୟକ। ସାରା ଓଡ଼ିଶାରେ ଗୋଟିଏ ଚର୍ଚ୍ଚା ସବ୍ୟସାଚୀ ଜଣେ ଭଲ ମଣିଷ। ଗରିବ ମାନଙ୍କୁ ଆଶା ଦେଇଛନ୍ତି ସବ୍ୟସାଚୀ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.