ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଚାଲନ୍ତୁ ଜାଣିବା ଆଗକୁ ଆସୁଥିବା ବାତ୍ୟା ବିଷୟରେ।ଲୋକମାନଙ୍କର ଚିନ୍ତା ବଢ଼ାଇଲାଣି ବାତ୍ୟା।ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଅକ୍ଟୋବର ଦ୍ଵିତୀୟ ସପ୍ତାହ ବେଳକୁ ଆସୁଛି ଏକ ଭୟଙ୍କର ବାତ୍ୟା ଯାହାର ନାମ ରହିଛି ଗତି।ଆଉ ଆପଣ ମାନେ ଯଦି ଓଡିଶା ବାସୀ ତାହେଲେ ଆପଣ ଏଇଟା ଭଲ ଭାବରେ ଜାଣିଥିବେ ପ୍ରତିବର୍ଷ ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଆସିବା ସୁନିଶ୍ଚିତ।ଠିକ ସେହି ଭଳି ଭାବରେ ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହରେ ଆଉ ଏକ ବାତ୍ୟା ଆସିବାକୁ ଯାଉଛି ଆଉ ଯାହାର ନାମ ରଖାଯାଇଛି ଗତି।ଆଉ ଏହି ବାତ୍ୟାର ପ୍ରଭାବ କେତେ ରହିବ ଓ କଣ ହେବ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଅଛି ଆଉ କି କି କ୍ଷୟ କ୍ଷତି ହେବ ସେ ବିଷୟରେ ଆମେ ଏଠାରେ ସମ୍ପୂର୍ଣ୍ଣ ଭାବରେ ବିସ୍ତାରରେ ଜାଣିବା।

ଆଉ ଆପଣ ମାନେ ଭଲ ଭାବରେ ଜାଣିଥିବେ ଏବେ ଏକ ଲଘୁଚାପ ଲାଗି ରହିଛି ଯାହାର ପ୍ରଭାବ ଆହୁରି ଗୋଟେ ଦିନ ରହିବ।ତେବେ ଆଜି ଆମେ ଏଠାରେ ଏହି ବାତ୍ୟା ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା।ତେବେ ଚାଲନ୍ତୁ ଜାଣିବା ଏହି ବାତ୍ୟା ବିଷୟରେ ସମ୍ପୂର୍ଣ୍ଣ ଖବର।ଆମ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା।ଆଉ ଯାହାର ନାମ ରହିଛି ଗତି।ଆଉ ପାଣିପାଗ କର୍ତ୍ତୃପକ୍ଷଙ୍କର ଗଣନା ଅନୁସାରେ ଏହା ପ୍ରାୟ ଅକ୍ଟୋବର ଦ୍ଵିତୀୟ ସପ୍ତାହକୁ ଆସିପାରେ ଏହି ବାତ୍ୟା।ଏହାର ଗତି ବା ବେଗ କେତେ ରହିବ ଏହା କେତେ ବଳ ଶାଳୀ ରହିବ ଓ ଏହାର ପ୍ରଭାବ ଆମ ଓଡ଼ିଶା ଉପରେ କଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ତେଣୁ ବାତ୍ୟାକୁ ନେଇ ଆଶଙ୍କା ଆଡେଇ ଦିଆ ଯାଇ ପାରିବ ନାହିଁ ବୋଲି କୃଷି ବିଶେଷଜ୍ଞ ସୁରଞ୍ଜନ ପଶୁପାଳ କହିଛନ୍ତି।
ସେପଟରେ ପାଣିପାଗ ବିଶେଷଜ୍ଞଙ୍କର ଆକଳନ ଅନୁସାରେ ୯ ତାରିଖ ଦିନ ଏହାର ଚିତ୍ର ସ୍ପଷ୍ଟ ହୋଇ,ଆଉ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଆନ୍ଧ୍ର ଆଡ଼କୁ ମୁହଁକରିବ।ଯାହାର ଫଳ ସ୍ୱରୂପ ଓଡ଼ିଶାର ଉପକୂଳ ଆଭ୍ୟନ୍ତରୀଣ ଆଉ ଦକ୍ଷିଣ ଓଡିଶାରେ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷିବ।ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ଧରି ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟାରେ ନବରଙ୍ଗପୁର,ରାୟଗଡା,କନ୍ଧମାଳ,କଳାହାଣ୍ଡି,ଗଞ୍ଜାମ,ସୋନପୁର,ନୂଆପଡା,ବଲାଙ୍ଗୀର,ଅନୁଗୁଳ,କେନ୍ଦୁଝର,ବରଗଡ଼,ସମ୍ବଲପୁର ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବାର ପୂର୍ବାନୁମାନ କରିଛି ଏହି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ସବୁ ଜିନିଷକୁ ନଜରରେ ରଖି ୧୧ ଟି ଜିଲ୍ଲାରେ ୟେଲୋ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଆସନ୍ତା ୭ ତାରିଖ ପରଠାରୁ ବର୍ଷାର ମାତ୍ରା କମିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଆସନ୍ତା ବାତ୍ୟା ଗତିକୁ ନଜରରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ସୁଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।ଆଉ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି।
ଆଉ ଏକଥା ମଧ୍ୟ କୁହାଯାଇଛି ଜାରି ରହିଥିବା ଘୁର୍ଣ୍ଣିବଳୟଟି ସମୁଦ୍ର ପତ୍ତନ ଠାରୁ ୫.୮ କି.ମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ,ଯାହାର ପ୍ରଭାବରେ ରାଜ୍ୟରେ ଆଉ ଗୋଟେରୁ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା କାଲି ଠାରୁ ଉପକୂଳ ଓଡ଼ିଶା ସମେତ ମଧ୍ୟମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।ଏହି ଭଳି ଭାବରେ ଆମ ପାଖରେ ଏହି ବାତ୍ୟା ବିଷୟରେ କିଛି ସୂଚନା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।