କଟକରେ ବିସ୍ମୟ ବାଳକ, ମାତ୍ର ୪ବର୍ଷ ବୟସରେ କଲେ ବିଶ୍ୱରେକର୍ଡ଼, ରହିଛି ଏହି ଆଶ୍ଚର୍ଯ୍ୟଜନକ ପ୍ରତିଭା

କଥାରେ ପରା ଅଛି ତୁଳସୀ ଦୁଇ ପତ୍ର ରୁ ବାସେ, “କାଳିଆ ଘୋଡ଼ାରେ ଚଢ଼ିବି ,ମଧୁବାବୁ ସାଙ୍ଗେ ଲଢ଼ିବି” ଢଗ ଟି ପୁରୁଣା ହୋଇ ଗଲାଣି ହେଲେ ଏହାକୁ ପ୍ରମାଣିତ କରିବାର ଆଶା ଆକାଂକ୍ଷା ଆଣିଥିବା କୁନି ପ୍ରତିଭା ଜଣଙ୍କ ନୂଆ।୪ବର୍ଷ ବୟସରେ ସାଧାରଣ ପିଲାଟିଏ ପକ୍ଷରେ ଠିକ ରେ କଥା କହିବା ମଧ୍ୟ ସମ୍ଭବ ହୋଇନଥାଏ। କିନ୍ତୁ ଆମ ଓଡ଼ିଶାରେ ଏଭଳି ଜଣେ ଶିଶୁ ଅଛନ୍ତି ତାଙ୍କର ପ୍ରତିଭା ଏବେ ବିଶ୍ୱ ସ୍ତର ରେ ଚର୍ଚ୍ଚାର ବିଷୟ ପାଲଟିଛି।

ମାତ୍ର ୪ବର୍ଷ ବୟସରେ ଅନର୍ଗଳ ଇଂରାଜୀ ଉଚ୍ଚାରଣ କରି ଗିନିସ ବୁକ୍ ବିଶ୍ୱ ରେକର୍ଡ କରିଛନ୍ତି କଟକର ଦିବ୍ୟାନ୍ସ୍ ଅଗ୍ରୱାଲ।ଏତେ ଛୋଟ ବୟସରେ ଅବିଶ୍ୱସନୀୟ କାର୍ଯ୍ୟ କରି ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଏହି ବାଳକ।

‘Dibyansh’ the silver city’s wonder boy
ଦୁଇ ପତ୍ରରୁ ବାସିଲା ପରି ଦିବ୍ୟାଂଶଙ୍କ ପ୍ରତିଭା ବିକଶିତ ହେଉଛି । ଖେଳିବା ବୁଲିବା ବୟସରେ ତାଙ୍କ ପ୍ରତିଭାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ମାତ୍ର ୪ ବର୍ଷ ବୟସରେ କଟକ ପାଇଁ ଦିବ୍ୟାଂଶ ଆଣିଛନ୍ତି ଗୋୖରବ । ନିଜର ସବୁ ସଫଳତାର ଶ୍ରେୟ ନିଜ ବାପା ମାଁଙ୍କୁ ଦିଅନ୍ତି ଏହି କୁନି ଶିଶୁ । ବର୍ତମାନ ପର୍ଯ୍ୟନ୍ତ ସ୍କୁଲ ମାଟି ମାଡ଼ି ନ ଥିବା ପିଲା ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସ୍ଥାନ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡ଼ ରେ ।

ଏକ୍ସକ୍ଲୁ୍ୟସିଭ ୱାଲର୍ଡ଼ ଟାଲେଂଟ,ୱାଲଡ଼ ଜିନିୟସ ଆୱାର୍ଡ଼ ରେ ନିଜର ପ୍ରତିଭା ପ୍ରଦର୍ଶନ କରି ରେକର୍ଡ଼ ସୃଷ୍ଟି କରିଛନ୍ତି ।ଦେଖିଲେ ଆଶ୍ଚର୍ଯ୍ୟ ହେବେ ସେ କିଭଳି ଓଡ଼ିଆ,ଇଂରାଜୀ ଓ ହିନ୍ଦୀରେ ଗୀତ ଗାଉଛନ୍ତି । ଖାଲି ସେତିକିନୁହଁ ନିଜ କୁନି ହାତରେ ବିଭିନ୍ନ ପ୍ରକାର ଚିତ୍ର ମଧ୍ୟ ଆଙ୍କି ଦେଉଛି । ଏହାସହ ଜାତୀୟ ସଙ୍ଗୀତ ମଧ୍ୟ ଗାଇଦେଉଛି ସେ । ବିଭିନ୍ନ ଫଳ,ଫୁଲ ,ଜୀବଜନ୍ତୁ ଙ୍କ ନାମ ଇଂରାଜୀରେ କହି ଦେଉଛି । ପାଠ ପଢା କ୍ଷେତ୍ରରେ ସେ ଆଗୁଆ ମଧ୍ୟ ଅଛନ୍ତି । ପ୍ରଭୁ ଜଗନ୍ନାଥ ଙ୍କ ପାଖେ ଏତିକି ପ୍ରାର୍ଥନା କରିବୁ ଦିବ୍ୟ ବହୁତ ଆଗକୁ ଯାଆନ୍ତୁ ଏବଂ ଆମ ଓଡ଼ିଶାର ନାମ କୁ ଆଲୋକିତ କରନ୍ତୁ ତାଙ୍କ ଚଲାପଥ କୁସୁମିତ ହେଉ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.