ମାଳିକାରେ ଲେଖା ଅଛି ସମ୍ବଲପୁର ଖଣ୍ଡଗିରିର ଭବିଷ୍ୟତ,ଘଟିବ ଏହି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା।

ନମସ୍କାର, ଆମେ ଆପଣଙ୍କ ପାଇଁ ନେଇ ଆସୁଛୁ ସେଇ ୬୦୦ ବର୍ଷ ତଳର ମହାପୁରୁଷ ମାନଙ୍କ ଦ୍ୱରା ଆଗତ ଭବିଷ୍ୟତ ପାଇଁ ଲିଖିତ ହୋଇଥିବା ଏହି ମାଳିକା ଵଚନ।ଅଚ୍ୟୁତ କହିଛନ୍ତି ଶଂସାର ଭିତରେ ପର୍ବତ ଶିଖରେ ଫୁଟିବ ଗହିଁ ଅଚ୍ୟୁତ ଵଚନ ଟଳିବ ନାହିଁ।ଆଜି ଆମେ ଏହି ପଦକୁ ନେଇଛୁ ଯାହାକୁ ମହାପୁରୁଷ ଅଚ୍ୟୁତ ୬୦୦ ବର୍ଷ ତଳେ ଲେଖି ଦେଇ ଯାଇଥିଲେ।ସେ ପଦଟି ହେଉଛି:-“ସମ୍ବଲପୁରରେ ସମଲାଇ ଠାରେ ବଜ୍ରପାତ ହେବ ଜହିଁ ,ଖଣ୍ଡ ଗିରି ଠାରେ ବରଫ ପଡିବ ଶୀତଳ ଜଳ ବୁହାଇ।।

ମହାପୁରୁଷ କହିଛନ୍ତି ସମ୍ବଲପୁର ଠାରେ ମା ସମଲେଇଙ୍କ କ୍ଷେତ୍ରରେ ବିଶାଳ ବଜ୍ରପାତ ହେବ,ଯେଉଁ ବଜ୍ରପାତକୁ ଆପଣ ମାନେ ଜାଣିଛନ୍ତି ଆଗରୁ ଏତେ ସବୁ ହେଉ ନଥିଲା।ଆଗରୁ ଚାଷୀଟିଏ ତାର ଚାଷକ୍ଷେତ୍ରକୁ ନିଜର ପଖିଆ ଟିଏ ଧରି ଯାଇଁ ପହଁଞ୍ଚୁଥିଲା।ବର୍ତ୍ତମାନ କିନ୍ତୁ ଆପଣ ମାନେ ଏବେ ବଜ୍ରପାତ ଜନିତ ମୃତ୍ୟୁକୁ ଟିଭିରେ ଦେଖୁଛନ୍ତି।ଅର୍ଥାତ ବଜ୍ରପାତରେ ଏ ଅଞ୍ଚଳରେ ଏତିକି ଲୋକ ମରିଛନ୍ତି ଏହି ଭଳି ଖବର ଆପଣ ମାନେ ନିଶ୍ଚିତଭାବେ ଦେଖିବାକୁ ପାଉ ଥିବେ।ଆଗରୁ ଚାଷୀମାନେ ନିଜର ପଖିଆ ଧରି ଚାଷ କରୁଥିଲା କିନ୍ତୁ ବର୍ତ୍ତମାନ ଘରୁ ବହାରିବାକୁ ତାକୁ ଡର ଲାଗୁଛି।

ଏମିତି ଏକ ସମୟ ଆସିବ ଯେତେବେଳେ ପାପର ଭାର ବୋଝେଇ ହୋଇଯିବ।ଅର୍ଥାତ ଘଣାଟି ବୋଝେଇ ହେଲେ ସିନା ଆମ ସୃଷ୍ଟିର ବିଲୟ ଘଟିବ।ତେଣୁ ପାପର ଭାର ଏତେ ବଢିଯିବଯେ ମା ସମଲେଇଙ୍କ କ୍ଷେତ୍ରରେ ବଜ୍ରପାତ ହେବ।ଖଣ୍ଡଗିରି ଠାରେ ବରଫ ପଡିବ ଅର୍ଥାତ ଖଣ୍ଡଗିରି ଠାରେ ବିରାଟ ଶିଳା ଖଣ୍ଡ ପରି ଵରଫ ଖଣ୍ଡଗିରି ଠାରେ ପଡିଯିବ ଆଉ ଭୁବନେଶ୍ୱରକୁ ଶୀତଳ ଜଳ ପ୍ଲାବନ କରିବ।ଶୀତଳ ଜଳରେ ପ୍ଲାବନ ହୋଇଯିବ ଭୁବନେଶ୍ୱର।ଏଠି ଆପଣ ମାନେ କହିବେ ମହାପୁରୁଷ ମାନଙ୍କର ଏହି କଥା ୬୦୦ ବର୍ଷ ପୂର୍ବରୁ ଲେଖା ହୋଇଥିଲା ତାହେଲେ ଏହା କେବେ ଘଟିବ ବା ଏହା କେବେ ସତ ହେବ।ଏହି ଘଟଣା ସବୁ କଳିର ଶେଷ ବା ଅନ୍ତ ସମୟରେ ଘଟିବ।

ମଣିଷର ପାପ ଅତ୍ୟଧିକ ହେଲେ ସୃଷ୍ଟିର ମଧ୍ୟ ବିଲୟ ଘଟିବ।ମହାପୁରୁଷ ଆହୁରି କହୁଛନ୍ତି ଏହି କଳିଯୁଗ ଭିତରେ ଯିଏ ମାଳିକାକୁ ବୁଝିଛି ତାକୁ ଏହାକୁ ବୁଝେଇବାର ଅଛି।ଅର୍ଥାତ ଯେଉଁ ଖାଦ୍ୟ ହଜମ ହେଉ ନାହିଁ ତାକୁ ଖାଅ ନାହିଁ,ଆଉ ଯେଉଁ ଲୋକମାନେ ମାଳିକାକୁ ବୁଝୁନାହାନ୍ତି ତାଙ୍କୁ ଆଦୌ ବୁଝାନ୍ତୁ ନାହିଁ।ମା ସମଲେଇଙ୍କ ପାଖରେ ଯେଉଁ ବଜ୍ରପାତ ହେବ ସେଠାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବ।ତାପରେ ପରବର୍ତ୍ତୀ ସମୟରେ ଖଣ୍ଡଗିରି ଠାରେ ବିରାଟ ଶିଳା ଖଣ୍ଡ ଭଳି ବରଫ ପଡିବ ବୋଲି ମହାପୁରୁଷ ମାନେ କହୁଛନ୍ତି।ମହାପୁରୁଷ ମାନେ ଆହୁରି କହୁଛନ୍ତି ଯେଉଁମାନେ ଚେତୁଆ ଭକ୍ତ ସେମାନେ ଏକଥା ଆଗରୁ ଜାଣିଛନ୍ତି ଆଉ ସେମାନେ ଜାଣିଛନ୍ତି ମହାପ୍ରଭୁ ଏମାନଙ୍କୁ ରକ୍ଷା କରିବେ।

ତାପରେ ଯିଏ ଧର୍ମକୁ ଜଗିଥାଏ ତାର ମଧ୍ୟ କୌଣସି କ୍ଷତି ହୋଇନଥାଏ।ଯିଏ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ନିଜର ଭକ୍ତି ରଖିଥାଏ ତାର କୌଣସି ଜିନିଷ ପ୍ରତି ଭୟ କିମ୍ବା ଦୁଃଖ ନଥାଏ।ଏହାର କାରଣ ହେଲା ଭକ୍ତବସ୍ଛଳ ଭଗବାନ ନିଜ ଭକ୍ତର ଅପମାନ ମଧ୍ୟ ସହି ପାରନ୍ତି ନାହିଁ ତେଣୁ ମହାପ୍ରଭୁ ସେ ଭକ୍ତମାନଙ୍କୁ ନିଶ୍ଚିତଭାବରେ ଉଦ୍ଦାର କରିବେ।ଏହି ସବୁ ଘଟିବା ପୂର୍ବରୁ ଆମେ ଭଗବାନଙ୍କ ଶରଣରେ ଯାଇଁ ପ୍ରାର୍ଥନା କରି କହିବା ଏହି ଅଖଣ୍ଡ ବିପଦରୁ ଯେମିତି ମହାପ୍ରଭୁ ଆମକୁ ରକ୍ଷା କରନ୍ତୁ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published.