ଆସନ୍ତୁ ଜାଣିବା ମାଳିକା କୋରାପୁଟ ବିଷୟରେ କଣ କହିଛନ୍ତ।
ଆଜିଆମେ ଏଠାରେ ଜାଣିବା ସେ ୬୦୦ ବର୍ଷ ତଲରୁ ଠାରଗାର ଓ ଅଙ୍କାବଙ୍କା ହୋଇ ଲେଖା ହୋଇଥିବା ମାଳିକା ଆମେ ଆପଣ ମାନଙ୍କୁ ଏଠାରେ ବୁଝାଇବାକୁ ଯାଉଛୁ।ମହାପୁରୁଷ ଆଗାମୀ ଭଵିଷ୍ୟତରେ ଯେଉଁ ସ୍ଥାନ ତତ୍ୱର ନିରୂପନ କରିଛନ୍ତି ଆଜି ଆମେ ସେବିଷୟରେ ବର୍ଣ୍ଣନା କରିବାକୁ ଯାଉଛେ।
ଆଜି ଆମେ ଜାଣିବା ସେ କୋରାପୁଟ ବିଷୟରେ ଓ ଏହି ସ୍ଥାନରେ କଣ ସବୁ ହେବ କଣ ନେହବେ ସେ ବିଷୟରେ ଆମେ ଆଜି ଏଠାରେ ଜାଣିବା।ଯେଉଁମାନେ କୋରାପୁର ମାଟିରେ ଜନ୍ମ ହୋଇଛନ୍ତି ସେମାନେ ଏ ବିଷୟରେ ନିହାତି ଭାବରେ ଶୁଣିବାର ଆଵଶ୍ୟକତା ରହିଅଛି।ଆସନ୍ତୁ ଜାଣିବା ମହାପୁରୁଷ କଣ କହିଛନ୍ତି:-

“ଗୁପ୍ତେ ସ୍ୱର ଠାରେ ଗୁପ୍ତ ଲୀଳା ହେବ କଳିଯୁଗ ଶେଷାନ୍ତରେ,
ଜୟପୁର ଠାରେ ବିଜୟର ଧ୍ଵଜା ହେତୁ ରଖିଥା ବାବୁରେ।।
ଏହାର ଅର୍ଥ ଗୁପ୍ତେସ୍ୱର ଠାରେ ଗୁପ୍ତ ଲୀଳା ହେବାକୁ ଯାଉଛି।ଆପଣ ମାନେ ଜାଣିଛନ୍ତି କୋରାପୁଟ ଥରେ ଥିବା ମହାନ ଶୈବ ପୀଠ ଗୁପ୍ତେଶ୍ଵରଙ୍କ ପାଖରେ ବଢିଆ ଲୀଳା ହେବ ଆଉ ଏହି ଲୀଳା କଳିଯୁଗର ଶେଷାନ୍ତରେ ହେବ।ତାପରର ମାଳିକା କହିଛନ୍ତି ମହାଦେବଙ୍କର ଥିବା ଗୁପ୍ତ ତ୍ରିଶୂଳ ସମସ୍ତଙ୍କ ସାମ୍ନାକୁ ଆସିବ ଆଉ ଲୋକମାନେ ଏହାକୁ ଦର୍ଶନ କରିବେ ଅର୍ଥାତ ମହାଦେବଙ୍କର ଏହି ପବିତ୍ର ସ୍ଥଳରେ ଲୋକମାନେ ଆସୀ ଏହାର ଦର୍ଶନ କରିବେ।ତାପରେ ପୁଣି କଣ କୁହାଗଲା କି ଏ ଗୁପ୍ତ ପୀଠରେ ଗୁପ୍ତରେ ନାନାଦି ପ୍ରକାରର ଲୀଳା ଲାଗିଥିବ ଅର୍ଥାତ ଗୁପ୍ତ ଗୁମ୍ଫା ମାନ ଏ ଅଞ୍ଚଳରେ ଥିବା ସାଧୁମାନେ ମଧ୍ଯ ସେଠାରେ ବସି ଗୁପ୍ତ ପ୍ରାର୍ଥନା ଚଲେଇଛନ୍ତି।ସେମିତି ବାଲଡା ପାଝରେ ଥିବା କେତେକ ଗୁମ୍ଫାରେ ଅନେକ ସାଧୁ ସନ୍ୟାସୀ ମାନେରହି ତପରେ ଲିନ ରହିଛନ୍ତି।

ଆଉ ଯେତେବେଳେ ଆଵଶ୍ୟକତା ପଡିବ ଦେତେବେଳେ ଏହି ଯୋଗି ମାନେ ବହାରକୁ ଆସି ସଂଙ୍ଘର୍ଷ କରିବେ।ସେହି ଯୋଗୀମାନେ ଏହି କୋରାପୁଟ ଗୁମ୍ଫାରେ ରହି ଏ ସୃଷ୍ଟିର ମଙ୍ଗଳ ପାଇଁ ସାଧନା କରିବାରେ ଲାଗିଛନ୍ତି।ଯେଉଁମାନଙ୍କ ପାଇଁ। ସୁର୍ଯ୍ୟ,ଚନ୍ଦ୍ର, ଆଉ ତାରା ପୃଥିବୀ ପୃଷ୍ଠରେ ଆତଜାତ ହେଉଛନ୍ତି।ଧନ୍ୟ ସେ ମାଟି ଧନ୍ୟ ସେ ଲୋକ ଯେଉଁ ମାଟିରେ ସାଧୂମାନେ ରହି ନିଜର ଧ୍ୟାନ କରୁଛନ୍ତି।ଆମେ ମାନେ ଏହାକୁ କେବେ ହେଲେ ନଦେଖିଲେ ମଧ୍ୟ ଏହି କୋରାପୁଟ ପାଖରେ ଥିବା ସ୍ଥାନରେ ଗୁପ୍ତ ଭାବରେ ସାଧୁ ଓ ଯୋଗି ମାନେ ଧ୍ୟାନ ଓ ପ୍ରାର୍ଥନା ଉଚ୍ଚାରଣ କରୁଛନ୍ତି।
ଆଉ ମାଳିକାରେ କୁହାଯାଇଛି ଯଦି କୋରାପୁଟରେ ବିପଦି ପଡେ ତାହେଲେ ସେ ସମୟରେ ରକ୍ଷା ଶ୍ରୀପତି କରିବେ ବୋଲି ପ୍ରମାଣ ମିଳିଛି।କୋରାପୁଟ ବାସି ଯେତେବେଳେ ବିପଦରେ ପଡ଼ି ଡାକିବେ ସେ ସମୟରେ ମହାପ୍ରଭୁ ତାଙ୍କ ପାଖରେ ଆସି ପହଁଞ୍ଚିବେ ବୋଲି ବା ରକ୍ଷା କରିବେ ବୋଲି ମାଳିକାରେ କୁହାଯାଇଛି।ସେଠାରେ ଜଣେ ଦେବି ଅଛନ୍ତି ଯାହାଙ୍କର ନାମ ହେଉଛି କାନ୍ତବାଉଁଶୁଣି ମା,ତାଙ୍କର କୃପା ହେଲେ ଭକ୍ତମାନେ ପୋତା ଧନକୁ ପ୍ରାପ୍ତ କରିପାରିବେ।

ମାଳିକାରେ ଲେଖା ହୋଇଛି ଲୋକମାନ କଳିଯୁଗର ଶେଷ ସମୟରେ ଏହି ଗୁପ୍ତ ଧନ ପାଇବେ ମାନେ ଯେଉଁମାନେ ଭକ୍ତ କେବଳ ସେଇମାନେ ପାଇବେ।କଥାରେ ଅଛି ଯଦି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାର ଅଛି ତାହେଲେ ଆପଣ କୋରାପୁଟ ଯିବା ଉଚିତ।ଆଉ କୁହାଯାଇଛି ଦାମନଯୋଡିର ଏକ ସ୍ଥାନରେ ହନୁମାନ ବା ମହାବୀର ଦର୍ଶନ ଦେଇ ପାରନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।