ନମସ୍କାର, ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।ଆଜି ଆମେ ଜାଣିବା ୬୦୦ ବର୍ଷ ତଳ ଲିଖିତ ଆଗତ ଭବିଷ୍ୟତ ମାଳିକା ବିଚାରରେ ଲେଖାଯାଇଥିବା ଦିବ୍ୟ କଥା ବିଷୟରେ।ତାହେଲେ ମାଳିକାରେ ଲେଖା ଅଛିକି ଆଗକୁ ଖଣ୍ଡ ପ୍ରଳୟ ହେବାକୁ ଯାଉଛି।ଆଉ ଆମେ ମାନେ ମଧ୍ୟ ଶୁଣିବାକୁ ପାଉଛେକି ଆଗକୁ ମଧ୍ୟ ପ୍ରଳୟ ଆସିପାରେ।ତାହେଲେ ଖଣ୍ଡ ପ୍ରଳୟ ଭିତରେ କଣ ହେବ କେବଳ ଗୋଟେ ପରେ ଗୋଟେ ସ୍ଥିତି ବିଗିଡିଯିବ କେବଳ ପାପ ଫଳ ହେତୁ।ତେଣୁ ମହାପୁରୁଷ କହୁଛନ୍ତି ପାପରୁ ନିବୃତ୍ତ ରୁହ ଓ ମହାପୁରୁଷଙ୍କ ସରନରେ ନିବୃତ୍ତ ଯାଅ।ମହାପୁରୁଷ ବହୁତ ସୁନ୍ଦର ଭବାରେ ଲେଖିଛନ୍ତି:-“ଖଣ୍ଡ ପ୍ରଳୟର ସୂଚନା କରିବ,ପାପି ତହିଁ ଯିବେ ଭାସି
ପଶ୍ଚିମ ଦିଗରୁ ଜଳ ସ୍ରୋତ ଏକ,ତହିଁ ସଙ୍ଗେ ଜୀଵ ମିଶି।।

ମହାପୁରୁଷ ଏଠାରେ କହୁଛନ୍ତିକି ଯେତେବେଳେ ଖଣ୍ଡ ପ୍ରଲୟ ହେବ,ସେତେବେଳେ ଖଣ୍ଡପ୍ରଳୟର ସୂଚନା କରିବ ଆଉ ସେ ଖଣ୍ଡ ପ୍ରଲୟରେ ପାପିମାନେ ଭାସି ଯିବେ।ତାହେଲେ ଏ ଜଳ କେଉଁଠାରୁ ଆସିବ ?ମହାପୁରୁଷ ପୁଣି କହୁଛନ୍ତି ଜଳ ପଶ୍ଚିମ ଦିଗରୁ ଆସିବ ମାନେ ଏହି ପଶ୍ଚିମ ଓଡିଶା ଦେଇ ଜଳ ପ୍ଲାବନ ହେବ।ଯେମିତି ଉତ୍ତରାଖଣ୍ଡରେ ବର୍ଷା ହେଲା ତାହା ମଧ୍ୟ ମାଳିକାରେ ଲେଖା ଅଛି।ବହୁତ ଲୋକ ଏହି ମାଳିକାକୁ ମାନନ୍ତି ନାହିଁ।କଥାରେ ଅଛି ଯେଉଁ ଲୋକର ହଜମ ହେଉଛି ତାକୁ ଖାଇବାକୁ ଦିଅ ଆଉ ଯାହାର ହଜମ ହେଉନାହିଁ ତାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।ସେମିତି ଯେଉଁମାନେ ମାଳିକା ବୁଝି ପାରୁଛନ୍ତି ସେମାନଙ୍କୁ ବୁଝାଅ କିନ୍ତୁ ଯେଉଁମାନେ ବୁଝି ପାରୁ ନାହାନ୍ତି ସେମାନଙ୍କୁ ବୁଝାଅ ନାହିଁ।
ଆଉ ଏହାକୁ କେବଳ ଚେତନା ପୁର୍ଣ୍ଣ ଭକ୍ତମାନେ ହିଁ ବୁଝିପାରିବେ ମହାପୁରୁଷ ମାନେ କହୁଛନ୍ତି ପଶ୍ଚିମ ଦିଗରୁ ଜଳ ସ୍ରୋତ ଆସିବ ଆଉ ତାସହିତ ସବୁ ମିଶିଯିବ।ଆଉ ଏହି ଭଳି ଭାବରେ ଯେଉଁ ସ୍ରୋତ ବହିବ ସେ କାଳେ ଭୟଙ୍କର ସ୍ରୋତ ହେବ।ଆଉ ତାସହିତ ଜଳ ଏକ ନଡ଼ିଆ ଗଛ ଉଞ୍ଚା ପାଣି ଆସିବ ବୋଲି ମହାପୁରୁଷ ମାନେ କହିଛନ୍ତି।ତାହେଲେ ତାଦେହରେ ଆଉ କଣ ସଂସାର ରହିବ।ସେଥିପାଇଁ କୁହାଯାଉଛି ଏପରି ପ୍ରଳୟ ଆସିବା ପୂର୍ବରୁ ଆପଣମାନେ ମହାପୁରୁଷଙ୍କର ନାମ ସଙ୍କିର୍ତ୍ତନ କରିବା ନିହାତି ଆବଶ୍ୟକ ଅଟେ।ଆପଣ କହିବେ ପ୍ରଳୟ ଜଳରେ ମାର୍କଣ୍ଡେୟ ମଧ୍ୟ ଭଗବାନଙ୍କ ଦର୍ଶନ ପାଇ ଥିଲେ।ସେମିତି ସେହି ପ୍ରଳୟ ଜଳରେ ଭକ୍ତ ମଧ୍ୟ ଭଗବାନଙ୍କ ଦର୍ଶନ ପାଇବ ଏକଥା ମଧ୍ୟ ଭଗବାନ ଲେଖିଛନ୍ତି।ଯିଏ ପ୍ରଭୁଙ୍କ ନାମ ଉପରେ ଭକ୍ତି ଓ ଶ୍ରଦ୍ଧା ରଖିଛି ତାକୁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଦୁଃଖ ମିଳିବନି ବୋଲି ମହାପୁରୁଷ ଲେଖିଛନ୍ତି।
ଆପଣ କହିବେ ମାଳିକା ଡରେଇବା ପାଇଁ କୁହାଯାଇଛି,ଯଦି କ୍ୟାନ୍ସର କଥା କୁହା ହେଇ ମଧ୍ୟ ଲୋକ ସିଗ୍ରେଟ ଟାଣୁଛନ୍ତି ତାହେଲେ ଏହାକୁ ଆପଣ ମାନେ ଡରୁଛନ୍ତି କାହିଁକି ଏହା ଡରେଇବା ପାଇଁ ନୁହେଁ ଆପଣ ମାନଙ୍କୁ ଚେତନା ଦେବାପାଇଁ ଲେଖା ହୋଇଛି।ଆପଣ ଜାଣିଛନ୍ତି ଯେଉଁଠି ଭୟ ଅଛି ସେଠାରେ ଜୟ ଅଛି।ତାହେଲେ ଭୟରେ ହେଉ କିମ୍ବା ଭକ୍ତିରେ ହେଉ ଆପଣ ମାନେ ଭଜନ କରି ଚାଲନ୍ତୁ ଆଉ ଦେଖିବେ ଏହାର ଫଳ ନିଶ୍ଚିତ ମିଳିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।