ଭାଙ୍ଗିଯିବ ଦଳେଇଘାଇ, ଶେଷ ହେବ କଳିଯୁଗ ମାଳିକା ବଚନ,ଜାଣନ୍ତୁ କେବେ?

ଆସନ୍ତୁ ଜାଣିବା ଦଳେଇଘାଇ ବିଷୟରେ ମାଳିକାରେ କଣ ବର୍ଣନା କରାଯାଇଛି।

ଆମେ ଆଜି ଜାଣିବା ବାବା ଅରକ୍ଷିତ ଦାସଙ୍କର କଣ୍ଠରେ ମାଳିକାରେ ବର୍ଣିତ ଥିବା ଦଳେଇଘାଇ ବିଷୟରେ।ଏହି ଦଳେଇଘାଇ ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ।ବର୍ତ୍ତମାନ ବର୍ଷା ସମୟରେ ଏହି ଦଳେଇଘାଇର ଅବସ୍ଥା ପୁରା ସାଂଘାତିକ।ମନରେ ବନ୍ୟାର ଆଶଙ୍କା ସୃଷ୍ଟି ହେଉଛି।ତେବେ ଏହି ସମୟରେ ବାବା ଅରକ୍ଷିତ ଦାସଙ୍କୁ ଦଳେଇଘାଇ ବିଷୟରେ କେତେକ ପ୍ରଶ୍ନ ପଚରା ଯାଇଛି।ଯାହାର ଉତ୍ତରରେ ବାବା ଅରକ୍ଷିତ ଦାସ ମାଳିକାରେ ଏହି ଦଳେଇଘାଇକୁ ନେଇ କହିଥିବା କେତେକ କଥାକୁ ବର୍ଣନା କରିଛନ୍ତି।

ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକର ଉତ୍ତର ବିଷୟରେ ଆମେ ଜାଣିବା।ଏହି ସମୟରେ ଜଣେ ସାମ୍ବାଦିକ ବାବା ଅରକ୍ଷିତ ଦାସଙ୍କୁ ପ୍ରଶ୍ନ କରିଛନ୍ତି ଯେ ବାବା ଆପଣ କୁହନ୍ତୁ ମାଳିକାରେ ଦଳେଇ ଘାଇକୁ ନେଇ କଣ ବର୍ଣନା କରାଯାଇଛି।ଏବେ ଯେଉଁ ବନ୍ୟାର ପରିସ୍ଥିତି ସୃଷ୍ଟି ହେଇଛି ତାହାର ପରିଣାମ କଣ ହେବ? ମାନେ ଏବେ ବନ୍ୟା ହେବ ନା ନାହିଁ।ଏହାର ଉତ୍ତରେ ବାବା ଅରକ୍ଷିତ ଦାସ କହୁଛନ୍ତି ଯେ ଆମର ୧୯୬୨ ମସିହାରେ ପ୍ରଥମେ ଦଳେଇଘାଇର ବନ୍ଧ ଭାଙ୍ଗିଥିଲା।

ମାଳିକାରେ ଲେଖାଅଛି ଯେ ଦଳେଇଘାଇର ବନ୍ଧ ଭାଙ୍ଗିବ।ଏହାପରେ ଏଥିରେ ବନ୍ୟାର ପରିସ୍ଥିତି ସୃଷ୍ଟି ହେବ।ମାଳିକାରେ ମହାପୁରୁଷ ମାନେ ବର୍ଣନା କରିଛନ୍ତି ଏହି ଦଳେଇଘାଇର ବନ୍ଧ ତିନି ଥର ଭାଙ୍ଗିବ।ଯାହା ପୂର୍ବରୁ ଦୁଇଥର ଭାଙ୍ଗି ସାରିଛି।ଆଉ ଥରେ ଭାଙ୍ଗିବାର ସମ୍ଭାବନା ରହୁଛି।ଏହି ବନ୍ଦ ଭାଙ୍ଗିବା ମନୁଷ୍ୟ କୃତ ହେଇପାରୁ ଅଥବା କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହୁଛି।

ଏହି ଦଳେଇଘାଇ ଭାଙ୍ଗିବାର କଥାକୁ ଅଚ୍ୟୁତାନନ୍ଦ ମାଳିକାରେ କୁହାଯାଇଛି।ଯଶୋବନ୍ତ ମଧ୍ୟ ବର୍ଣନା କରିଛନ୍ତି ଏହି ଦଳେଇଘାଇ ରାତିର ଅଧରେ ପୌଷ ନକ୍ଷେତ୍ର ସମୟରେ ଏହାର ବନ୍ଧ ଭାଙ୍ଗିବ।ଏହାକୁ କେହି ଜାଣିପାରିବେ ନାହିଁ।ହଠାତ ଏହି ବନ୍ଧଟି ଭାଙ୍ଗି ଯିବ।ଭାଙ୍ଗିବା ଦ୍ୱାରା ବହୁତ ଧନ ଜୀବନ ନଷ୍ଟ ହେବା ସହିତ ବହୁତ କିଛି ପରିବର୍ତ୍ତନ ହୋଇଯିବ।ଏହି ବନ୍ଦଟି କଳିଯୁଗର ଅନ୍ତରେ ଭାଙ୍ଗିବାର ସମ୍ଭାବନା ରହୁଛି।ଏହି ବନ୍ଦ କୌଣସି ଏହା ଗୁରୁବାର ଦିନ ଭାଙ୍ଗିବ।

ମହାପୁରୁଷ ମାନେ ବର୍ଣନା କରିଛନ୍ତି ଏହି ଘାଇ ଯେତେବେଳେ ଭାଙ୍ଗିବ ସେତେବେଳେ ଏହି କଳିଯୁଗରେ ବହୁତ ପ୍ରଳୟ ଚାଲୁଥିବ।ମାନେ କୌଣସି ଭୟଙ୍କର ପ୍ରାକୃତିକ ବିପର୍ଯୟ ସମୟରେ ଏହି ବନ୍ଦ ଭାଙ୍ଗିବ।ଏହି ବନ୍ଦ ଯତେବେଳେ ଥରେ ଭାଙ୍ଗିବ ତାହା ସମଗ୍ର ଜିଲ୍ଲାକୁ ସମ୍ପୂର୍ଣ ଭାବରେ ଜଳ ମଗ୍ନ କରିଦେବ।ଏହି ବନ୍ୟା ଲୋକ ମାନଙ୍କର ବହୁତ କିଛି ଛଡେଇ ନେବ।

ମହାପୁରୁଷଙ୍କର ବର୍ଣନା ଅନୁସାରେ ଏହି ଘାଇ ସମୁଦାୟ ତିନିଥର ଭାଙ୍ଗିବ।ଦୁଇଥର ଭାଙ୍ଗି ସାରିଲାଣି ।ଆଉ ମାତ୍ର ଥରେ ଭାଙ୍ଗିବାର ଆଶଙ୍କା ରହିଛି।ଏହା ମଧ୍ୟ ମାଳିକାରେ ବର୍ଣନା କରାଯାଇଛି ଯେ ଏହି ଆଶଙ୍କାରେ ଭୟବିତ ହେବାର ନାହିଁ।ଏହି ଅସୁବିଧା ବହୁତ ଶୀଘ୍ର ମଧ୍ୟ ଟଳି ଯିବ।ଆମ ମାନଙ୍କୁ ଏବେ ଠାରୁ ଏହାରି ଉପରେ ବାରମ୍ବାର ଚିନ୍ତା କରି ଭୟବିତ ହେବାର ନାହିଁ।ବର୍ତ୍ତମାନ ଆମେ ଦଳେଇଘାଇର ବନ୍ଧକୁ ଯେତେ ସୁରକ୍ଷିତ ରଖି ପାରିବା ଆମ ମାନଙ୍କ ପାଇଁ ସେତେ ଭଲ ହେବ।ତେଣୁ ଆମକୁ ଏବେ ନିଜର କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାର ଅଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.