ଆପଣ ମାନେ ଜାଣିଥିବେ ଦ୍ୱାପର ଯୁଗରେ ପାପୀ କଂସ ର କୋପ ଏତେ ଅଧିକ ବଢିଯାଇଥିଲା ଯାହା ପାଇଁ ତାର ବିନାଶ ପାଇଁ ଭଗବାନଙ୍କୁ ମନୁଷ୍ୟ ଅବତାର ନେବାକୁ ପଡିଲା ଭଗବାନ ବିଷ୍ଣୁ ଯେଉଁ ଦିନ ଭଗବାନ ଶ୍ରୀ କୃଷ୍ଣ ଙ୍କ ରୂପରେ ଜନ୍ମ ନେଲେ ସେହି ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।ଏହି ଦିନ ଭକ୍ତି ଭାବରେ ପୂଜା କରି ଯାହା ଆମେ ମାଗିଥାଉ ଭଗବାନ ତାହା ଆମକୁ ଦେଇଥାନ୍ତି।ଦହି ହାଣ୍ଡି ଭଙ୍ଗା ଉତ୍ସବ ଏକ ହିନ୍ଦୁ ଉତ୍ସବ ଅଟେ ଯାହା ଜନ୍ମାଷ୍ଟମୀ ରେ ପାଳନ କରାଯାଏ।

ଲୋକ କଥା ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ଚୋଟବେଳେ ନିଜ ଗୋପାଳ ସାଙ୍ଗ ମାନଙ୍କ ସହିତ ଦହି ଚୋରି କରୁଥିଲେ।ଏହି କାଯ୍ୟ ଭଗବାନ ଶ୍ରୀକୃଷ୍ଣ ଙ୍କ ଛୋଟ ବେଳ ସମୟ କୁ ମନେ ରଖିବା ପାଇଁ କରାଯାଇଥାଏ।ଏହି ଉତ୍ସବ କୁ ବହୁତ ଧୁମ ଧାମରେ ସମସ୍ତେ ପାଳନ କରିଥାନ୍ତି।କାରଣ ଏହି ଘଟଣା ଭଗବାନ ଶ୍ରୀକୃଷ୍ଣ ଙ୍କ ଛୋଟବେଳ କାଯ୍ୟ ସହିତ ଜଡିତ ମହାରାଷ୍ଟ୍ର ରେ ଏହାକୁ ଗୋପାଳ କାଲା କୁହାଯାଇଥାଏ।ଗୋପାଳ କାଲା ଦହି, ବତୁରା ଚାଉଳ ଓ ଅନ୍ୟ ସାମଗ୍ରୀ ର ମିଶ୍ରଣ ଅଟେ।ଏହି ମିଶ୍ରଣ ପ୍ରଥମେ ଭଗବାନ ଶ୍ରୀକୃଷ ଙ୍କୁ ହରେ କୃଷ୍ଣ ମନ୍ତ୍ର, ଗାୟତ୍ରୀ ମନ୍ତ୍ର ଓ ବ୍ରାହ୍ମଣ ସ୍ତୋତ ଅନୁସାରେ ଅର୍ପଣ କରାଯାଇଥାଏ।

ଏହା ପରେ ସେହି ମିଶ୍ରଣ ପରିବାରରେ ବଣ୍ଟା ଯିବାପରେ ସହରର ପୁଅ ଓ ଝିଅ ମାନେ ଦହି ହାଣ୍ଡି ଭାଙ୍ଗିବା ପାଇଁ ସହରର ମଝିରେ ଉପସ୍ଥିତ ହୋଇଥାନ୍ତି।ସେହି ହାଣ୍ଡି କ୍ଷୀର ଓ ଦହିରେ ଫୁଲ ଥାଏ ଓ ତାହାକୁ ଏକ ଉଞ୍ଚା ସ୍ଥାନରେ ବନ୍ଧାଯାଇଥାଏ ଓ ତା ଚାରିପଟେ ଫୁଲ ଓ ଫଳ ବନ୍ଧାଯାଇଥାଏ।ଏହା ପରେ ଗୋପାଳ ଦଳ ପିଲା ମାନେ ମଣିଷ ପିରାମିଡ ଗଠନ କରି ତାହାକୁ ଭାଙ୍ଗିଥାନ୍ତି ସେହି ସମୟରେ ତାଙ୍କ ଉତ୍ସାହ ବଢ଼ାଇବା ପାଇଁ ଲୋକମାନେ ଶ୍ରୀକୃଷ୍ଣ ଙ୍କର ଗୀତ ଗାନ କରିଥାନ୍ତି।ଏହା ବହୁତ ସୁନ୍ଦର ପର୍ବ ହୋଇଥାଏ।
ଏହାକୁ ଦେଖିବା ପାଇଁ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି।ଯେଉଁ ଦଳ ଜିତିଥାଏ ତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଥାଏ।ଏହି ଦହି ହାଣ୍ଡି ଭାଙ୍ଗିବା କାମ ସବୁ ଅଞ୍ଚଳରେ ହୋଇନାଥଏ ଏହା କିଛି କିଛି ରାଜ୍ୟରେ ଅନୁଷ୍ଠିତ ହୋଇଥାଏ ଯେପରି କାସ କରି ମହାରାଷ୍ଟ୍ର ରେ ଏହା ପ୍ରସିଦ୍ଧ ପର୍ବ ଅଟେ।ଏବେ ଆପଣ ଜାଣିସାରିଥିବେ କଣ ପାଇଁ ଏହା ପାଳନ କରାଯାଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।