ଆସୁଛି ଭୟଙ୍କର ବାତ୍ୟା !
ଗୋଟିଏ ଲଘୁଚାପ ସରୁ ସରୁ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ।ଏହି ଲଘୁଚାପ କେବେ ସୃଷ୍ଟି ହେବ ଓ ଏହାର ଦିଗ କେଉଁ ଆଡ଼କୁ ରହିବ ତାସହିତ ଆଉ ଓଡିଶା ଉପରେ ଏହି ଲଘୁଚାପର କଣ ପ୍ରଭାବ ରହିବ ସେ ବିଷୟରେ ସବୁ ଏଠାରେ ଆଜି ଆମେ ଜାଣିବା।ସୂଚନା ମିଳିଛିକି ଏହି ଲଘୁଚାପଟି ସମୁଦ୍ର ଭିତରେ ଧୀରେ ଧିରେ ଗତି କରିବାରେ ଲାଗିଛି।ଆଉ ଯଦି ଏହି ଲଘୁଚାପର ଗତି ସମୁଦ୍ର ଭିତରେ ଆହୁରି ଧୀର ହୋଇଯାଏ ତାହେଲେ ଏହା ସମୁଦ୍ର ଭିତରେ ଆହୁରି ଭୟଙ୍କର ରୂପ ନେଇ ପାରେ।ଆଉ ଲଘୁଚାପ ଯଦି ଡିପ୍ରେସନର ରୂପ ନିଏ ତାହେଲେ ଏହା ବାତ୍ୟାର ରୂପ ନେଇ ପାରେ।ଆଉ ଯଦି ଏହା ବାତ୍ୟାର ରୂପ ନିଏ ଆଉ ଓଡ଼ିଶା ଉପରେ କଣ କଣ ପ୍ରଭାବ ରହିବ ଓ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ରହିବ ତାହା ଆପଣମାନେ ଆଗକୁ ନିଶ୍ଚିତଭାବେରେ ଜାଣିପାରିବେ।

ଏବେ ଚାଲନ୍ତୁ ନଜର ପକେଇବା ପାଣିପାଗ ବିଭାଗର ଲାଟେଷ୍ଟ ଅପଡେଟ ବିଷୟରେ।ଅକ୍ଟୋବର ମାସ ୧୯ ତାରିଖରେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଓଡିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି।ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଲାଗି ରହିଛି।ଏହାଫଳରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଉପକୂଳ ଏବଂ ଓଡ଼ିଶାରେ କେତେକ ଜିଲ୍ଲା ଏବଂ ଉତ୍ତର ଅଭ୍ୟନ୍ତରଣ ଜିଲ୍ଲା ଉପରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।ଏହାଫଳରେ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସହିତ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।ଏହା ଛଡା ଉପକୂଳ ଓଡିଶାର ଓ ଓଡ଼ିଶାର ଅବସିଷ୍ଟ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆଜି କୋରାପୁଟ,ରାୟଗଡା,ଗଜପତି,ନବରଙ୍ଗପୁର,
ଗଜପତି,କଳାହାଣ୍ଡି,କନ୍ଧମାଳରେ ମଧ୍ୟ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ଏହାର କାରଣ ହେଲା ଏ ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏତଦ ବ୍ୟତୀତ ନବରଙ୍ଗପୁର, କୋରାପୁଟ, ରାୟଗଡା,କଳାହାଣ୍ଡି,ବୌଦ୍ଧ,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି,ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରି ବର୍ଷା ହେବାର ସମ୍ଭାବନା ଅଛି।
ଏହା ସହିତ ୧୮ ଅକ୍ଟୋବରରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶା ତାସହିତ ଉତ୍ତର ଉପକୂଳର ଜିଲ୍ଲା ଓ ଦକ୍ଷିଣ ଆଭ୍ୟନ୍ତରଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।ପରିଶେଷରେ ଆଗାମୀ ଅକ୍ଟୋବର ୧୯ ତାରିଖରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଏକ ସତର୍କ ସୂଚନା ମିଳିଛି।ଆଉ ରାଜ୍ୟରେ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଭଳି ଅଧିକ ଖବର ପାଇଁ ତଳେ ଲାଇକ କରନ୍ତୁ। ସେୟାର୍ କରି ଅଧିକ ରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ପାଇଁ ସାହାଯ୍ୟ କରନ୍ତୁ।