ରାତାରାତି ପଥର ଖଣ୍ଡ ରୁ କୋଟିପତି , ସମ୍ପୂର୍ଣ୍ଣ କାହାଣୀ ଜାଣିଲେ ଆପଣଙ୍କ ହୋସ ଉଡିଯିବ।

ପଥର ଖଣ୍ଡିଏ ଏବେ ବଦଳାଇ ଦେଇଛି ଜଣେ ଖଣି ଶ୍ରମିକଙ୍କ ଜୀବନ।ତାଞ୍ଜାନିଆର ଜଣେ ଖଣି ଶ୍ରମିକ ୩ ଖଣ୍ଡ ପଥର ବିକି ପାଇଛନ୍ତି ମୋଟ ୩୮ କୋଟିରୁ ଅଧିକ ଟଙ୍କା।ପଥରଟି ତାଞ୍ଜାନିଆରୁ ମିଳିଥିବାରୁ ତାର ନାମ ରଖାଯାଇଛି ତାଞ୍ଜାନାଇଟ ରତ୍ନପଥର। ଏହାକୁ ଅତି ମୂଲ୍ୟବାନ ବୋଲି କୁହାଯାଇଛି।ଯେଉଁମାନେ ଭାଗ୍ୟକୁ ବିଶ୍ୱାସ କରନ୍ତି ସେମାନେ ଭାବିଥାନ୍ତି ଯଦି ଜଣଙ୍କ ଭାଗ୍ୟ ଖୋଲିଯିବ ସେ ରାତାରାତି କୋଟିପତି ହୋଇପାରିବ।ସେହିଭଳି ଗୋଟେ ଘଟଣା ଘଟିଛି ଆଫ୍ରିକାର ତାଞ୍ଜାନିଆରେ।

ତାଞ୍ଜାନିଆକୁ ସାଧାରଣ ଏକ ଗରିବ ଦେଶ ବିବେଚିତ କରାଯାଏ ତେବେ ସେଠାର ଖଣିମାନଙ୍କରେ ଅନେକ ମୂଲ୍ୟବାନ ରତ୍ନ ପଥର ରହିଥାଏ।ଏପରିକି ଲୋକଙ୍କ କ୍ଷେତ୍ରରେ ଖୋଜିଲେ ମଧ୍ୟ ଅନେକ ରତ୍ନ ପଥର ମିଳିଥାଏ।ସେଥିପାଇଁ ସେଠାରେ ଅନେକ ରତ୍ନ ପଥର ଚୋରା ଚାଲାଣ କରାଯାଉଥିବା ଜଣାପଡିଛି।ତେବେ ନିକଟରେ ଘଟିଥିବା ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।ପୁରା ଘଟଣାଟି କିଛି ଏହିପରି ତାଞ୍ଜାନିଆର ଜଣେ ଶ୍ରମିକ ହେଉଛନ୍ତି ସାନିନ୍ୟୁ ଲାଇଜର୍ ।ସେହି ଅଞ୍ଚଳରେ ଅନେକ କମ୍ପାନୀ ଖଣି ଖୋଳୁଥିବା ବେଳେ ଲାଇଜର୍ ଙ୍କ ଭଳି ଅନେକ ଲୋକ ନିଜ ହାତରେ ଛୋଟ ଛୋଟ ଖଣି ଖୋଳି ରତ୍ନ ପଥର ବାହାର କରି ବିକ୍ରି କରିଥାନ୍ତି।

ପ୍ରାୟ ଏକ ମାସ ତଳେ ଲାଇଜର୍ ଏକ ଖଣି ଖୋଳୁଥିବା ବେଳେ ଦୁଇଟି ରତ୍ନ ପଥର ପାଇଥିଲେ।ଯାହାର ମୋଟ ଓଜନ ଥିଲା ୧୪ କେଜି।ତାକୁ ବିକି ସେ ପାଇଥିଲେ ୨୩ କୋଟି ୫୦ ଲକ୍ଷ ଟଙ୍କା।ଏବେ ପୁନଃ ଆଉ ଏକ ଖଣି ଖୋଳି ପାଇଛନ୍ତି ଆଉ ଏକ ପଥର ଯାହାର ଓଜନ ୬ କେଜି।ଏହି ପଥରଟିକୁ ସେ ବିକି ପାଇଛନ୍ତି ୧୪ କୋଟି ଟଙ୍କା।ମାତ୍ର ଏକ ମାସ ଭିତରେ ସେ ପଥର ଖୋଳି ବିକ୍ରିକରି ପାଇଛନ୍ତି ୩୮ କୋଟିରୁ ଅଧିକ ଟଙ୍କା।

ପଥର ତିନୋଟି ରାତାରାତି ତାଙ୍କ ଭାଗ୍ୟ ବଦଳେଇଦେଇଛି ବୋଲି କୁହାଯାଇଛି।ଏହାର ନାମ ତାଞ୍ଜାନାଇଟ ରତ୍ନପଥର କାରଣ ଏହା କେବଳ ତାଞ୍ଜାନିଆରେ ମିଳିଥାଏ।ତାଙ୍କୁ ଏହି ଅର୍ଥ ଚେକ ଆକାରରେ ପଠାଯାଇଛି।ଲାଇଜର୍ କହିଛନ୍ତି ସେ ଏହି ଅର୍ଥ ରେ ନିଜ ସମ୍ପ୍ରଦାୟ ପାଇଁ ବିଦ୍ୟାଳୟ ଓ ମେଡ଼ିକାଲ ଖୋଲିବା ସହିତ ଏକ ସପିଙ୍ଗମହଲ ମଧ୍ୟ ଖୋଲିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.