ଭାରତରେ ଏମିତି ଏକ ସନ୍ଥ ଥିଲେ ଯିଏ କହୁଥିଲେ ସବକା ମାଲିକ ଏକ।ତାଙ୍କ ହାତ ସ୍ପର୍ଶରେ ପିତା ଲିମ୍ବ ମଧ୍ୟ ମିଠା ହେଇଯାଉଥିଲା।ଏଇ ସନ୍ଥ ଜଣକ କୋଟି କୋଟି ଲୋକଙ୍କ ହୃଦୟରେ ବାସ କରୁଥିଲେ।ସେ ସାରା ଜୀବନ ଏକ ଭିକାରୀ ଭଳି ବିତେଇ ଥିଲେ ମଧ୍ୟ ସଂସାରକୁ ମାନବିକତାର ପାଠ ପଢେଇ ଯାଇଥିଲେ।ସେ ଜାତି ଧର୍ମରେ ରହୁଥିବା ଘୃଣା ଭାବନାକୁ ଘୃଣା କରୁଥିଲେ।ସେ ମାନବିକତାକୁ ଅଧିକ ବିଶ୍ୱାସ କରୁଥିଲେ।ତାଙ୍କ ଜୀବନ ବହୁତ ସରଳ ଓ ଘଟଣାରେ ପରିପୂର୍ଣ୍ଣ ହୋଇଥିଲା।ପରବର୍ତ୍ତୀ ସମୟରେ ଏ ସନ୍ଥଙ୍କ ଚମତ୍କାରିତା ସମସ୍ତଙ୍କ ଆଖି ଖୋଲି ଦେଇଥିଲା।ତାହେଲେ ଆପଣ ମାନେ ଜାଣିସରିଥିବେ ଆମେ କାହା ବିଷୟରେ କହୁଛୁ।ଆମେ ଏଠାରେ ସାଇବାବାଙ୍କ ବିଷୟରେ କହୁଛୁ।

ଯାହାକୁ ସିରିଡିର ସାୟା ବୋଲି କୁହାଯାଏ କିନ୍ତୁ ଆପଣମାନେ ଜାଣିଛନ୍ତିକି ତାଙ୍କ ଜୀବନ ବହୁତ ରହସ୍ୟମୟୀ ଥିଲା।ତାଙ୍କର ଚମତ୍କାରିତା ସାରା ବିଶ୍ୱକୁ ଚକିତ କରିଦେଇଥିଲା।ଆଜି ଆମେ ଏଠାରେ ସାଇବାବାଙ୍କ ରହସ୍ୟ ବା ଏକ ଚମତ୍କାରିତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସିରିଡିରେ ସାଇବାବା ଜଣେ ଯୋଗୀ ବା ଫକୀର ଥିଲେ ଯାହାଙ୍କୁ ତାଙ୍କର ଭକ୍ତମାନେ ସନ୍ଥ କୁହନ୍ତି।ଆଜି ଆମେ ତାଙ୍କୁ ଭଗବାନ ରୂପେ ପୂଜା କରୁଛୁ।ଆପଣ ମାନଙ୍କ ଭିତରୁ କେତେ ଜଣ ଜାଣନ୍ତି ତାଙ୍କର ଅସଲି ନାମ ଠିକଣା ଓ ତାଙ୍କର ବାପାଙ୍କ ନାମ କଣ ଥିଲା ?ଏ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେତେବେଳେ ତାଙ୍କୁ ତାଙ୍କ ଜୀବନ ସମ୍ପର୍କରେ କିଛି ପଚରା ଯାଉଥିଲା ସେ ସ୍ପଷ୍ଟ ଭାବରେ କିଛି କହୁନଥିଲେ।

ତାଙ୍କୁ ସାଇ ନାମ ସିରିଡି ଠାରେ ପହଁଞ୍ଚିବା ପରେ ମିଳି ଥିଲା।ସେ ଅନେକ ସମୟ ମୁସଲମାନ ଫକୀର ମାନଙ୍କ ସହିତ ବ୍ୟତୀତ କରୁଥିଲେ।ସେ ନିଜ ଜୀବନରେ କେବେ ହେଲେ କୌଣସି ଧର୍ମକୁ ନେଇ ଆଲୋଚନା କରିନଥିଲେ ସେଥିପାଇଁ ସେ କୁହନ୍ତି ସବକା ମାଲିକ ଏକ।ସାଇବାବାଙ୍କ ଶିଷ୍ୟ ଦାସ ଗୁରୁଙ୍କ ଅନୁସାରେ ତାଙ୍କ ବାଲ୍ୟକାଳ ପତ୍ରି ନାମକ ଗ୍ରାମରେ ଫକୀର ମାନଙ୍କ ପାଖରେ ବିତିଥିଲା।ପାଖାପାଖି ୧୬ ବର୍ଷ ବୟସରେ ସେ ମହାରାଷ୍ଟ୍ର ପାଖରେ ପହଁଞ୍ଚିଥିଲେ।ସେ ଦ୍ଵାରିକାମୟୀ ନାମକ ମସଜିଦରେ ପ୍ରାୟ ସମୟ ବ୍ୟତୀତ କରୁଥିଲେ।ସାଇବାବା ହିଁ ଏହି ମସଜିଦର ନାମ ଦ୍ଵାରିକାମୟୀ ରଖିଥିଲେ।ଆଜି ମଧ୍ୟ ସିରିଡିରେ ଏକ ପଥର ରଖା ହୋଇଛି ଯାହା ଉପରେ ସାଇବାବା ବସୁଥିଲେ।
ଖଣ୍ଡବା ମନ୍ଦିର ସିରିଡିରେ ଅବସ୍ଥିତ,ଏହି ମନ୍ଦିରରେ ଭଗବାନ ଶିଵଙ୍କର ପୂଜା କରାଯାଏ।ଆଉ କୁହାଯାଏକି ଭଗବାନ ସାଇଙ୍କୁ ଶିଵର ଅବତାର ବୋଲି କୁହାଯାଏ।ବର୍ତ୍ତମାନ ଜିଏବି ସେଠାରେ ଯାଇଛି ସେଠାରେ ଥିବା ଲିମ୍ବ ଗଛର ପତ୍ରକୁ ଚାଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।ସାଇବାବା ଯେତେବେଳେ ୧୬ ବର୍ଷର ଥିଲେ ସେ ସେଠାରେ ବସି ଧ୍ୟାନ କରୁଥିଲେ।ଆଉ ତାପରେ ତାଙ୍କ ଦେହାନ୍ତ ପରେ ଏହି ଗଛ ତଳେ ତାଙ୍କୁ ପୋତା ହୋଇଥିଲା।ଆଉ ସେହି ଦିନ ଠାରୁ ପିତା ଲିମ୍ବ ଗଛ ମିଠା ହୋଇଗଲା।ଆଉ ସାଇବାବାଙ୍କ କାହାଣି କହିଲେ ଯୁଗ ସରିଜୀଵ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।