କଳିଯୁଗ ଶେଷରେ କଣ ହେବ ଜାଣନ୍ତୁ !

ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛନ୍ତି ସେହି ଯୁଗର ନାମ ହେଉଛି କଳିଯୁଗ ଆହୁରି ମଧ୍ୟ ସେହି ବେଦ ପୁରାଣ ବିଷୟରେ କୁହାଯାଇଛି ଯେବେ ଅଧର୍ମ ବଢିଯିବ ସେବେ ଏହି ଯୁଗର ଅନ୍ତ ଘଟିବ । ଵୈଧିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପୂର୍ବ ଆଗରୁ ଆରମ୍ଭ ହୋଇସାରିଛି ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଏ । ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟଯୁଗରୁ ହୋଇଥିଲା ଏବଂ ଏହାର ଅନ୍ତ କଳିଯୁଗର ହେବ ବୋଲି କୁହାଯାଇଛି । ଏହି ଯୁଗରେ ନାନାପ୍ରକାର କୁକର୍ମ ବଢିବ । ଚୋରି,ଡକାୟତି,ଲୋଭ ,କାମକ୍ରୋଧ ଆଦି ମଣିଷକୁ ଅନ୍ତ କରିଦେବ । ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ ।

ଯେତେସବୁ ଖରାପ ପ୍ରକୃତି ଅଛି , ସେହିସବୁ ଲୋକମାନଙ୍କ ମୁଖ୍ୟ ପ୍ରକୃତି ହୋଇଯିବ । ଏହି ଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ । ଏହିକଥା ଭଗବାନ ବିଷ୍ଣୁ ନାରଦଙ୍କୁ କହିଥିଲେ । ସେହି ସମୟ ବେଳକୁ ମନୁଷ୍ୟର ବୟସ ମାତ୍ର ୨୦ ବର୍ଷ ହୋଇଯିବ । ପୁରୁଷ ଓ ମହିଳା କିଛି ନମାନି ସବୁବେଳେ ଭୋଗବିଳାସରେ ଲିପ୍ତ ରହିବେ । ଲୋକେ ଶାସ୍ତ୍ରରୁ ଦୂରେଇଯିବେ । ପାପ ମନୁଷ୍ୟର ମନରେ ଅଧିକ ଭରିଯିବ । ଏହି ସମୟରେ ଲୋକମାନେ ଭଗବାନଙ୍କୁ ବିଶ୍ଵାସ କରିବେନି । ପରମାତ୍ମା ଓ ମନୁଷ୍ୟଙ୍କ ମଧ୍ୟରେ ଏକ ଅବିଶ୍ୱାସନୀୟ ଦୂର ହେବ । ବହୁତ ଛୋଟ ଛୋଟ କାରଣରୁ ବି ଜଣେ ଆଉ ଜଣକୁ ହତ୍ୟା କରିବ ।

ମାଆବାପା ଭାଇଭଉଣୀ ସମ୍ପର୍କରେ କିଛିବି ସ୍ନେହ ଶ୍ରଦ୍ଧା ଏବଂ ଭଲପାଇବା ରହିବନାହିଁ । ଶାସ୍ତ୍ର ଅନୁସାରେ ଯେବେ କଳିଯୁଗର ଅନ୍ତ ହେବ ସେହି ସମୟ ବେଳକୁ ଶୋଷଣ, ଜୁଆ, ମଦ ବ୍ୟବିଚାର ଆଦି ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯିବ । କଳିଯୁଗର ଅନ୍ତରେ ସବୁ ରୋଗଗ୍ରାସ୍ତ ଏବଂ ଅସ୍ୱାସ୍ଥ ହେବେ । ୧୦୦ ରୁ ୮୦ % ଲୋକ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବେ । ଭୋଜନ,ପାଣି ତଥା ଅନ୍ୟାନ୍ୟ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠରୁ କମିଯିବ । ନଦୀ ସୁଖିଯିବ ,ଆକାଶ ପ୍ରଦୂଷଣରେ କଳା ଦେଖାଯିବାକୁ ଲାଗିବ । ଦାରିଦ୍ର୍ୟତା ସବୁଆଡ଼େ ଦେଖାଯିବ । ସବୁଲୋକ ସବୁବେଳେ ଧନ ପଛରେ ଗୋଡେଇବେ । ସେହି ସମୟରେ ଗୋଟେ ସ୍ତ୍ରୀ ୧୫ ବର୍ଷ ପୂର୍ବରୁ ହିଁ ମା ବନିଯିବ ।

କଳିଯୁଗର ଅନ୍ତରେ ଗଛରେ ଆଉ ଫୁଲ ଫଳ ଦେଖାଯିବ ନାହିଁ ଏବଂ ଗାଈ ବି କ୍ଷୀର ଦେବା ବନ୍ଦ କରିଦେବ ।ନୈତିକତା ଲୋକଙ୍କ ଜୀବନରୁ ନଷ୍ଟ ହୋଇଯିବ । ଗୋଟେ ଭାଇ ନିଜର ଭାଇକୁ ହତ୍ୟା କରିବ । ଅପରାଧିଙ୍କ ସଂଖ୍ୟା ଏତେ ବଢିଯିବ ଯେ ଭଲ ଲୋକଙ୍କୁ ସମାଜର ବଞ୍ଚିବା ପାଇଁ କଷ୍ଟକର ହୋଇଯିବ । ଏହି ସମୟରେ ପଶୁ ଆଉ ମନୁଷ୍ୟ ଭିତରେ କିଛିବି ଫରକ ରହିବ ନାହିଁ । ପୃଥିବୀ ପୃଷ୍ଠ ଉତ୍ତପ୍ତ ହେବାକୁ ଲାଗିବ । ଯାହା କାରଣରୁ ଲୋକମାନେ ଗୋଟେ ପରେ ଗୋଟେ ଲୋକ ମୃତ୍ୟୁବରଣ କରି ଚାଲିବେ ଯେତେବେଳେ ପାପ ଚରମ ସୀମାରେ ପହଁଞ୍ଚିବ ଏବଂ ପୃଥିବୀ ପାପର ପୂର୍ଣ୍ଣରେ ଦବି ଯିବ ।ସେତେବେଳେ ଭଗବାନ ବିଷ୍ଣୁ କଲକି ଅବତାର ନେବେ ।

ଶ୍ରୀମଦ ଭାଗବତ ଅନୁସାରେ ଭଗବାନ କଳକୀ ସମ୍ଭଲକାର ବିଷ୍ଣୁବେଶ ନାମକ ଏକ ବ୍ରାହ୍ମଣ ତଥା ତାଙ୍କର ପତ୍ନୀ ଙ୍କ ପୁତ୍ର ରୂପରେ ଜନ୍ମ ନେବେ । ଭଗବାନ କଳକୀ ସେହି ସମୟରେ ସବୁ ଅଧର୍ମୀ ମାନଙ୍କର ନାଶ କରିବେ ଭଗବାନ କଲକି ଅବତାର ନେଇ ମାତ୍ର ୩ ଦିନରେ ସମଗ୍ର ବିଶ୍ୱକୁ ନାଶ କରିବେ । ଏହି ସମୟରେ ମହାପ୍ରଳୟ ଆସିବ ଏହା ପରେ ସତ୍ୟଯୁଗ ଆରମ୍ଭ ହେବ । ବନ୍ଧୁଗାଁ ମାଳିକା କଥା ଅନୁସାରେ ଏହିପରି ଭାବରେ କଳିଯୁଗର ଅନ୍ତ ଘଟିବକଳିଯୁଗ ଅନ୍ତ ହେବ ପରେ କେବଳ କିଛି କାମ ଲୋକ ଭଗବାନଙ୍କର ଭକ୍ତ ରହିବେ । ଏହି ଲୋକମାନେ ସବୁ ପାପରୁ ଦୂରରୁ ରହିବେ । ଧର୍ମ ପାଳନ ତଥା ଭଗବାନଙ୍କ ଠାରେ ଲିପ୍ତ ଥିବେ । କେବଳ ଏହି ପରି ଲୋକମାନେ ପ୍ରଳୟ ପ୍ରକୋପରୁ ବଞ୍ଚିରହିବେ । ଏବଂ ସତ୍ୟ ଯୁଗରେ ପ୍ରବେଶ କରିବେ । ସେଥିପାଇଁ ଆପଣ ମାନେ ଲୋଭ ମାୟା ଠାରୁ ଦୂରରେ ରହି ଭଗବାନଙ୍କ ଚରଣରେ ନିଜକୁ ସମର୍ପିତ କରିଦିଅନ୍ତୁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published.