ନବରାତ୍ରୀରେ ସ୍ୱାମୀ ସ୍ତ୍ରୀ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ,ହୋଇଯିବେ ବର୍ବାଦ

ନବରାତ୍ରୀରେ ଭୁଲରେବି କରନ୍ତୁ ନାହିଁ ଏହି ସବୁ କାମ।

ନମସ୍କାର,ଆମେ ଆପଣ ମାନଙ୍କର ସ୍ୱାଗତ ଜଣାଉଛୁ ଏଇ ବର୍ଷ ନବିରାତ୍ରିର ପର୍ବ ୧୭ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି।ଆଉ ନବିରାତ୍ରିର ଏହି ପର୍ବ ନଅ ଦିନର ହୋଇଥାଏ।ଏହି ନଅ ରାତ୍ରି ଭିତରେ ମା ଦୁର୍ଗାଙ୍କର ନଅଟି ଅଲଗା ଅଲଗା ରୂପର ପୂଜା କରାଯାଇଥାଏ।ପ୍ରତି ବର୍ଷ ନବରାତ୍ରୀ ଦୁଇ ଥର ଆସିଥାଏ ଗୋଟେକୁ ଶାରଦୀୟ ନବରାତ୍ରୀ ଓ ଆଉ ଗୋଟେକୁ ଚୈତ୍ର ନବରାତ୍ରୀ ଭାବରେ ପାଳନ କରାଯାଏ।ଏବେ ଶାରଦୀୟ ନବରାତ୍ରୀ ଆସିବାକୁ ଯାଉଛି।

ମା ଙ୍କର ଅନେକ ରୂପ ଥାଏ ଆଉ ମାଆଙ୍କର ସବୁ ରୂପ ଭକ୍ତଙ୍କୁ ସୁଖ ସଂବୃଦ୍ଧି ଓ ଖୁସି ଦେଇଥାଏ।ନିଜ ଭକ୍ତର ଛୋଟ ଚେଷ୍ଟାରେ ମା ଖୁସି ହୋଇ ଭକ୍ତର ଥାଳ ଭରି ଦେଇଥାଏ।ଆଉ ସେଇଟି ତାର ଛୋଟ ଭୁଲ ପ୍ରାୟ ସମଯରେ ମାଙ୍କୁ ରାଗିବାରେ ବାଧ୍ୟ କରିଦେଇଥାଏ।

ମା ଆମ ଉପରେ ଯେତେ ଜଲ୍ଦି ରାଗି ଯାଆନ୍ତି ସେତେ ଶିଘ୍ର ପ୍ରସନ୍ନ ମଧ୍ୟ ହୋଇଥାନ୍ତି ତେଣୁ ଆମକୁ ନିରନ୍ତର ଚେଷ୍ଟା କରିବା ଆବଶ୍ୟକ ଅଟେ।ସେଥିପାଇଁ ଆଜି ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁକି ନବରାତ୍ରୀର ନଅ ଦିନ ଭିତରେ ଆମକୁ କେଉଁ କାର୍ଯ୍ୟ କରିବା ଅନୁବିତ ଅଟେ।ଶାସ୍ତ୍ରରେ ଏ ଭଳି କାମକୁ କରିବା ବର୍ଜିତ ବୋଲି ମନାଯାଏ।ଏହାକୁ କରିବା ଦ୍ୱାରା ମା ରାଗି ଯାଆନ୍ତି ଓ ବ୍ୟକ୍ତି ମାଙ୍କ କୃପାରୁ ବଞ୍ଚିତ ରହିଥାଏ।ତେବେ ଆସନ୍ତୁ ଆଜି ଜାଣିବା ସେ କେଉଁ କାର୍ଯ୍ୟ ଅଟେ ଯାହାକୁ ନବରାତ୍ରି ଭିତରେ କରିବା ଅନୁଚିତ ଅଟେ।

୧.ସର୍ଵ ପ୍ରଥମ କଥା ଯାହା ଆମକୁ ନକରିବାର ଅଛି ସେ ହେଉଛି ଚୁଟି ଆଉ ନଖ ଙ୍କାଟିବା।ନବରାତ୍ରିର ନଅ ଦିନରେ ଚୁଟି କାଟିବା ଉଚିତ ନୁହେଁ ଦାଢ଼ି କଟିବା ଉଚିତ ନୁହେଁ।ତାସହିତ ଶାସ୍ତ୍ରରେ ଏହାକୁ ବର୍ଜିତ ବୋଲି ମନାଯାଇଛି ଆଉ ବୈଜ୍ଞାନିକ କାରଣ ଅନୁସାରେ ଚୁଟି ଆଉ ନଖ ବଢିବା ପାଇଁ ଅଧିକ ଉର୍ଯାର ଆଵଶ୍ୟକତା ପଡିଥାଏ।ଆଉ ଏହି ନଅ ଦିନ ଭିତରେ ଆମକୁ ଓପାସ ରହିବା ପାଇଁ ଆମକୁ ଉର୍ଜାର ଆଵଶ୍ୟକତା ପଡିଥାଏ।ଏହି କାରଣରୁ ଚୁଟି ଓ ନଖ କାଟିବାକୁ ମନା କରାଯାଇଛି।

୨.ଦ୍ଵିତୀୟ କଥା କନ୍ୟାକୁ ଖାଲି ହାତରେ ଯିବାକୁ ଦେବେ ନାହିଁ।ନବରାତ୍ରୀର ନଅ ଦିନ ଭିତରେ ଘରକୁ ଆସୁଥିବା ଯେକୌଣସି କନ୍ୟା କିମ୍ବା ଭିଖୁକକୁ ଖାଲି ହାତରେ ଯିବାକୁ ଦେବେ ନାହିଁ।ଏମିତି ମାନ୍ୟତା ଅଛିକି ଏହି ନଅ ଦିନରେ ମା ଦୁର୍ଗା କନ୍ୟା ରୂପରେ ବିଚରଣ କରନ୍ତି।ଆପଣଙ୍କୁ ମା ଯେତିକି ସାମର୍ଥ୍ୟ ଦେଇଛନ୍ତି ଆପଣ ଯେକୌଣସି ଗୋଟେ କନ୍ୟାପାଇଁ କିଛିବି କରିପାରିବେ ତାହେଲେ କରନ୍ତୁ।

୩.ତୃତୀୟ କଥା ଖାଲି ଘର,ନବରାତ୍ରିରେ ଘରେ କଳସ ସ୍ଥାପନା କରାଯାଏ।ଆଉ ଘରେ ଥିବା ମହିଳା ମାଙ୍କ ପାଖରେ ଅଖଣ୍ଡ ଜ୍ୟୋତି ଜାଳି ଏହାର ଧ୍ୟାନ ରଖିବେ।ଏମିତି ସମୟରେ ଘରକୁ ଖାଲି ଛାଡିବା ଅଶୁଭ ବୋଲି ଜଣାଯାଇଥାଏ।ତାପରେ ଘରକୁ ସଫା ରଖିବା ଆଵଶ୍ୟକ ହୋଇଥାଏ।ଘରେ ଯଦି ବୁଦ୍ଧିଆଣି ବସା ଅଛି ତାହେଲେ ତାକୁ ତୁରନ୍ତ ସଫା କରି ନିଅନ୍ତୁ।ବୁଦ୍ଧିଆଣି ଥିବା ଘରେ ମା ଦୁର୍ଗା କେବେ ପ୍ରବେଶ କରି ନଥାନ୍ତି।

୪.ଚତୁର୍ଥ କଥା ତାମସିକ ଜିନିଷ ଠାରୁ ଦୂରେଇ ରୁହନ୍ତୁ।ଏହି ନବିରାତ୍ରିର ନଅ ଦିନରେ ଭୁଲରେ କୌଣସି ମାଦକ ଦ୍ରବ୍ୟର ବା ନିଶାର ସେବନ କରନ୍ତୁ ନାହିଁ।ଯେମିତି ଗୁଟକା ତମ୍ବାଖୁ ଆଉ ମଦ ଇତ୍ୟାଦି।ଆଉ ଏହା ସହିତ ମାଛ ମାଂସ ଖାଇବା ଅନୁଚିତ ବୋଲି ଆମେ ମାନିଥାଉ।

୫.ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।ଯଦି ଆର୍ଥିକ ପରିସ୍ଥିତି ସୁଧାରିବାକୁ ଚାହୁଁଥିଲେ ଆପଣ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।କୌଣସି ସ୍ତ୍ରୀକୁ ଖରାପ ନଜରରେ ଦେଖନ୍ତୁ ନାହିଁ।ପତି ପତ୍ନୀ ଏହି ନଅ ଦିନରେ କୌଣସି ପ୍ରକାରର ଶାରୀରିକ ସମ୍ଵନ୍ଧ ରଖିବା ଉଚିତ ହେବ ନାହିଁ।ଚମଡା ଵସ୍ତୁ ଠାରୁ ଦୂରେଇ ରହିବେ।ଆଉ ମାଆଙ୍କର ଧ୍ୟାନ କରିବା ଉଚିତ ଆଉ ଦିନରେ ଶୋଇବା ଉଚିତ ନୁହେଁ।ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିଲେ ସେ ବ୍ରତ ଓ ଓପାସ କରନ୍ତୁ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.