ମାଡ଼ି ଆସୁଛି ବଡ଼ ବର୍ଷା,ତଳି ତଳୁଆ ବା ଖାଲୁଆ ଅଞ୍ଚଳ ମାନଙ୍କରେ ଉପୁଜି ପାରେ ଉବୁଟୁବୁ ପରିସ୍ଥିତି,ଆଉ ପାହାଡିଆ ଅଞ୍ଚଳ ମାନଙ୍କରେ ହୋଇ ପାରେ ଭୁସ୍ଖଳନ,ତେଣୁ ଆପଣ ମାନେ ଏହି ସବୁ ଜିନିଷ ଠାରୁ ରୁହନ୍ତୁ ସାବଧାନ।ଏହାର କାରଣ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଆସନ୍ତା ଚବିଶି ଘଣ୍ଟା ଭିତରେ ନେଇ ପାରେ ଏକ ବଡ଼ ଲଘୁଚାପର ରୂପ।ଆଉ ଏହାର ପ୍ରଭାବ ଅନୁସାରେ ସମ୍ପୂର୍ଣ୍ଣ ରାଜ୍ୟରେ ମଧ୍ୟମରୁ ଭୀଷଣ ଧରଣର ବର୍ଷା ହେବାର ସମ୍ଭାବନା ରହିଅଛି।ଆଉ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା କାଲି ଦକ୍ଷିଣ ଓଡ଼ିଶାର ମାଲକାନଗିରି,କୋରାପୁଟ,ରାୟଗଡା,ଗଞ୍ଜାମ,ଗଜପତି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଅଛି।ଏହି ସବୁ ବିପଦକୁ ନଜରରେ ରଖି ଏହି ପାଞ୍ଚଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ନିଙ୍ଗ।

ଆହୁରି ସୁଚନା ମିଳୁଛିକି ଆସନ୍ତା ୨୦ ତାରିଖ ବେଳକୁ ବର୍ଷାର ପରିମାଣ ବଢିବାର ଅଧିକରୁ ଅଧିକ ସମ୍ଭାବନା ରହି ଅଛି।ଆଉ ସେହିଦିନ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ବର୍ଷାର ଆଶଙ୍କା ଥିବାରୁ ସେହି ସ୍ଥାନରେ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।ଆଉ ତାସହିତ ଏହି ଦିନ ମାଲକାନଗିରି,କୋରାପୁଟ,ରାୟଗଡା ଓ ପୁରୀ ଜିଲ୍ଲା ପାଇଁ ମଧ୍ୟ ଜାରି କରାଯାଇଛି ୟେଲୋ ୱାର୍ନିଙ୍ଗ।ଆଉ ସେପଟରେ ପ୍ରବଳ ବର୍ଷା ଯୋଗୁଁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଏସ.ଏସ.ଆର.ସିଙ୍କର ନିର୍ଦ୍ଦେଶ ଅନୁସାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ଆରମ୍ଭ ହେବାକୁ ଯାଉଛି ପ୍ରଶାସନିକ ପ୍ରସ୍ତୁତି।

ତାପରେ ଏଚ. ଆର.ବିଶ୍ୱାସ ନିଜ ଇଣ୍ଟରଭ୍ୟୁ ରେ କହିଛନ୍ତିକି ବଙ୍ଗୋପସାଗରରେ ମଝି ମଝି ସ୍ତରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାକୁ ଯାଉଛି ଆଉ ଏହାର ପ୍ରଭାବରେ ପ୍ରାୟ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ମୂଖ୍ୟତଃ ପ୍ରାୟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହି ଘୁର୍ଣ୍ଣିବଳୟ ନିମନ୍ତେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି।ତାପରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ସାହା କହିଛନ୍ତିକି ଯେଉଁଗୁଡିକ ପାହାଡିଆ ଅଞ୍ଚଳ ରହୁଛି ଯେଉଁଠି ଆଗରୁ ଭୂ-ସ୍ଖଳନ ହୋଇଥିଲା,ସେହି ଅଞ୍ଚଳ ଗୁଡିକରେ ଲୋକମାନଙ୍କୁ ସଚେତନ କରାଇ ତାଙ୍କୁ ତଳକୁ ସୁରକ୍ଷିତ ସ୍ଥାନକୁ ନେଇ ଆସିବାକୁ ଚେଷ୍ଟା ଚାଲିଛି।କଣ ପାଇଁ ନା ଭୀଷଣ ବର୍ଷାରେ ପୁନର୍ବାର ଭୂ-ସ୍ଖଳନ ହେବାର ସମ୍ଭାବନା ଅଧିକ ରହିଛି।

ଏହାପରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତିଯେ,ଗାଁ ମାନଙ୍କରେ ଗୋଟେ ସ୍ପେଶାଲ ରାପିଡ ଆକ୍ସନ ଟିମ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆଉ ସେ ଟିମ ମଧ୍ୟ ଗଠନ କରିବା ପାଇଁ କାମ ଚାଲୁଅଛି,ଆଉ ସାଧାରଣତଃ ଯେଉଁମାନେ ମାଟି ଘରେ ଅଛନ୍ତି ସେମାନଙ୍କୁ ପାଖ ସ୍କୁଲ ଘରକୁ କିମ୍ବା ପକ୍କା ଘରକୁ ସ୍ଥାନାନ୍ତର କରିବାକୁ ଯୋଜନା ରହି ଅଛି।ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜଳ ସଂପଦ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।ବଂଶଧାରା,ନାଗାଵଳି, ୠଷିକୁଲ୍ୟା,ନଦୀର ଅଵବାହିକା ଓ ଜଳଭଣ୍ଡାର ଉପରେ ନଜର ରଖିଛନ୍ତି।୮ଟି ଜିଲ୍ଲାରେ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି କରିବା ସହିତ ଦୁର୍ବଳ ନଦୀ ବନ୍ଧ ଉପରେ ଫୋକସ ରଖାଯାଇଛି ବୋଲି କହିଛନ୍ତି,ସର୍ବୋଚ୍ଚ ଯନ୍ତ୍ରୀ।

ସେପଟରେ ବର୍ଷା ଆସୁଥିବା ଖବର ଶୁଣି ଆତଙ୍କିତ ହୋଇ ପଡିଛନ୍ତି ଚାଷୀ।ଏହାର ମୁଖ୍ୟ କାରଣ ହେଲା କାହାର ପରିବା ଅମଳ ହେବାକୁ ବସିଲାଣିତ ଆଉ କାହାର କ୍ଷେତରେ ଧାନ କେଣ୍ଡା ବାହାରି ଲାଣି।ଚଳିତ ମାସ ଅବପାତ ପ୍ରଭାବରେ ମଧ୍ୟ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଥିଲା ଆଉ ପ୍ରାୟ ଏହାର ଦଶଦିନ ପରେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା।ଯାହାକୁ ନେଇ ଘୋର ଚିନ୍ତାରେ ରହିଛନ୍ତି ରାଜ୍ୟବାସୀ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।