ଭୁଲରେ ଅନ୍ୟ ଆକାଉଣ୍ଟକୁ ପଠେଇ ଦେଇଥିବା ପଇସାକୁ ଫେରି ପାଇବାର ସହଜ ଉପାୟ।


ନମସ୍କାର,ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ କିଛି ରୋଚକ ଓ ଚମତ୍କାରି ବିଷୟ ବସ୍ତୁ ଉପରେ ଆଲୋଚନା କରିବାକୁ ଯାଉଛେ।ଆସନ୍ତୁ ଜାଣିବା ସେ ବିଷୟର ଵସ୍ତୁ ଉପରେ।ଆପଣ ଭୁଲ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି କି ? ଆଉ ଆସନ୍ତୁ ଜାଣିବା ଆପଣ କିପରି ନିଜର ଟଙ୍କା ଫେରି ପାଇବେ ? ଆଜିକାଲି ଯୁଗରେ ଟଙ୍କାର ଆଦାନ ପ୍ରଦାନ ପାଇଁ ଡିଜିଟାଲ ମାଧ୍ୟମ ଏକ ବହୁତ ବଡ଼ ମାଧ୍ୟମ ଅଟେ।ଆଉ ଏହି କ୍ଷେତ୍ରରେ ୟୁପିଆଇ ଓ ମୋବାଇଲ ବ୍ୟାଙ୍କିଙ୍ଗ ଠାରୁ ଆରମ୍ଭ କରି ମୋବାଇଲ ମାଧ୍ୟମରେ ଜଣେ ଅନ୍ୟଜଣ ପାଖକୁ ଟଙ୍କା ପଠେଇ ପାରୁଛି।ଆଉ ଏହା ଦ୍ୱାରା ବହୁତ ଶହଜରେ ଟଙ୍କା ପଠେଇ ପାରୁଛି।ଆଉ ଏହା ଦ୍ୱାରା ଆମର ବହୁତ ସମୟ ବଞ୍ଚିବା ସହିତ ଆମର ଆଵଶ୍ୟକତା ମଧ୍ୟ ବହୁତ ସହଜରେ ପୁର୍ଣ୍ଣ ହୋଇଥାଏ।

ଏହା ବ୍ୟତୀତ ପ୍ରାୟ ଲୋକ ଜଣେ ଲୋକଙ୍କ ପାଖକୁ ଟଙ୍କା ପଠେଇ ବା ସମୟରେ ଆଉ ଜଣଙ୍କ ପାଖକୁ ଟଙ୍କା ପଳେଇ ଥାଏ।ଆଉ ଯାହାଦ୍ୱରା ଆମେ ବହୁତ ଭୟଭିତ ହୋଇ ଯାଇଥାଉ ଆଉ ବହୁତ ବ୍ୟସ୍ତ ହେବାରେ ଲାଗିଥାଉ କିନ୍ତୁ ଯଦି ଆମେ ଏ ସମୟରେ କିଛି ସହଜ ଉପାୟ ଅବଲମ୍ବନ କରିବା ତାହେଲେ ଆମେ ବହୁତ ଶିଘ୍ର ଆମ ଟଙ୍କା ଫେରି ପାଇ ପରିବା।ଏବେ ଆସନ୍ତୁ ଜାଣିବା କଣ ସେହି ଉପାୟ।ପ୍ରଥମ ଉପାୟ ହେଲା ଆପଣ ଆକାଉଣ୍ଟ ନମ୍ବରକୁ ଭଲ ଭାବରେ ଜାଞ୍ଚ କରନ୍ତୁ ଆଉ ଟଙ୍କା ପଠେଇ ସାରିବା ପରେ ସେ ବ୍ୟକ୍ତିଙ୍କ ସହିତ କଥା ମଧ୍ୟ ହୁଅନ୍ତୁ।ଆଉ ଟଙ୍କା ତାଙ୍କ ଆକାଉଣ୍ଟକୁ ଯାଇଛିନା ନାହିଁ ଆପଣ ବୁଝନ୍ତୁ।


ଯଦି ଆପଣ ପଠେଇଥିବା ଟଙ୍କା ତାଙ୍କ ଆକାଉଣ୍ଟକୁ ଯାଇ ନାହିଁ ତାହେଲେ ଆପଣ ଯାଞ୍ଚ କରନ୍ତୁ ଟଙ୍କା କାହା ଆକାଉଣ୍ଟକୁ ଯାଇଛି।ଆଉ ଯଦି ଟଙ୍କା ଆଉ କାହା ଆକାଉଣ୍ଟକୁ ଚାଲି ଯାଇଛି ତାହେଲେ ଆପଣ ନିଜର ବ୍ୟାଙ୍କକୁ ଏ ବିଷୟରେ ଲିଖିତ ଭାବରେ ଜଣାନ୍ତୁ।ଆଉ ଆପଣ କରିଥିବା ଟଙ୍କା ଟ୍ରାଞ୍ଜାକ୍ସନ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ।ଯେମିତିକି ଆପଣ କରିଥିବା ଟ୍ରାଞ୍ଜାକ୍ସନ ସମୟ ତାରିଖ,ଆକାଉଣ୍ଟ ନମ୍ବର୍,ଆଉ ଯାହା ଆକାଉଣ୍ଟକୁ ଭୁଲରେ ପଠାଇଛନ୍ତି ସେ ସବୁ ଡାଟା ଦେବାକୁ ପଡିବ।ଆଉ ଯଦି ଆପଣ ନିଜ ଟଙ୍କା ଫେରି ପାଇବାରେ ବିଳମ୍ବ ହୁଏ ତାହେଲେ ନିଜ ବ୍ରାଞ୍ଚ ମ୍ୟାନେଜର ସହିତ ଦେଖାକରି ତାର ଅଭିଯୋଗ କରିବେ।

ଆଉ ଚାହିଁଲେ ଆପଣ ଭୁଲରେ ଟଙ୍କା ପଠେଇ ଥିବା ଆକାଉଣ୍ଟ ବିଷୟରେ ମଧ୍ୟ ତଥ୍ୟ ନେଇପାରିବେ।ଏହି ଭଳି ପରିସ୍ଥିତିରେ ବ୍ୟାଙ୍କ ସମାଧାନ ପାଇଁ ଦୁଇମାସ ସମୟ ନେଇଥାଏ,ହେଲେ କେଉଁ ବ୍ୟାଙ୍କର କେଉଁ ଶାଖାକୁ ଆପଣ ଭୁଲ ବଶତଃ ଟଙ୍କା ପଠେଇଛନ୍ତି ସେ ବାବଦରେ ସବୁ ତଥ୍ୟ ଜାଣିପାରିବେ ଆଉ ନିଜର ଟଙ୍କା ଫେରେଇ ଆଣିବାକୁ ଯଥେଷ୍ଟ ପ୍ରୟାସ କରି ପାରିବେ।ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧେଶ ଦେଇଛନ୍ତିକି ଯଦି ଆପଣଙ୍କ ଟଙ୍କା ଭୁଲ ବଶତଃ କୌଣସି ଭୁଲ ଆକାଉଣ୍ଟକୁ ପଳେଇଛି ତ ଏହାକୁ ନେଇ ଆପଣଙ୍କ ବ୍ୟାଙ୍କ ଖୁବ ଶୀଘ୍ର ପଦକ୍ଷପ ନେବା ନିହାତି ଆବଶ୍ୟକ।ଆଉ ବ୍ୟାଙ୍କ ଏହି ଟଙ୍କାକୁ ଫେରେଇ ଆଣିବାର ସବୁ ଦାୟିତ୍ବ ନେବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.