ପୂର୍ବତନ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଗୁରୁତ୍ତର ହୋଇଯାଇଥିଲା।ଏହାପରେ ତାଙ୍କର ଭେଣ୍ଟି ଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା।ମାତ୍ର ଡାକ୍ତର ମାନଙ୍କର ସବୁ କଠିନ ପ୍ରଚେଷ୍ଠା ସତ୍ୱେ ପ୍ରଦୀପ ମହାରଥୀଙ୍କୁ ବଞ୍ଚାଇ ରଖିବାରେ ସମ୍ଭବ ହୋଇନଥିଲେ ଡାକ୍ତର ମାନେ।ଏବେ ଆମେ ଆପଣ ମାନଙ୍କୁ କହିରଖୁଛୁ ସ୍ୱର୍ଗତ ମହାରଥୀ କରୋନାରେ ଆକ୍ରାନ୍ତ ଥିବାର ଆଗରୁ ଜଣା ପଡିଥିଲା।ଏହାପରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା।ସେଠାରେ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ନିଜର ଘରକୁ ଫେରିଥିଲେ।ଏହାପରେ ସେ ଘରକୁ ଫେରିଲା ପରେ ବହୁତ ଅସୁସ୍ଥ ହୋଇ ପଡ଼ିଥିଲେ।

ତାପରେ ସେ ଡାକ୍ତରଖାନରେ ଭର୍ତ୍ତୀ ହୋଇଥିଲେ।ତାପରେ ସେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ସ୍ଵାସ୍ଥ୍ୟ ଅଵସ୍ଥା ବିଗାଡିବାରେ ଲାଗିଥିଲା।ତାପରେ ସେ ଡାକ୍ତରଖାନାରେ ଗୁରୁତ୍ତର ହୋଇପଡିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଆଉ ଶନିବାର ଦିନ ତାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ଲୋକଙ୍କ ସହିତ ଫୋନରେ କଥା ହୋଇଥିଲେ।ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷ କୃତ ପୁରୀ ସ୍ଵର୍ଗ ଦ୍ୱାରରେ ସମ୍ପର୍ଣ୍ଣ ହୋଇଛି।ତେବେ ମୃତ୍ୟୁବରଣ ପୂର୍ବରୁ ପ୍ରଦୀପ ମହାରଥୀ ଏକ ଛୋଟିଆ କଥା କହିଥିଲେ ତେବେ ଆସନ୍ତୁ ଜାନିବା ସେ କଣ କହିଥିଲେ।
ସେ ନିଜର ବକ୍ତବ୍ୟ ଆରମ୍ଭ କରିବା ସମୟରେ କହିଥିଲେକି ମୋର ପ୍ରିୟ ଓଡ଼ିଶାର ଭାଇ ଓ ଭଉଣିମାନେ ଆଉ ସେ ସମ୍ପୂର୍ଣ୍ଣ ଓଡିଶା ବାସୀଙ୍କୁ ନମସ୍କାର ଜଣେଇଥିଲେ।ଆଉ ସେ ଅନୁରୋଧ କରି କହିଥିଲେକି ଆମ ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜର ସମୟ ଆସିଛି।ଆଉ ତାପରେ କହିଥିଲେ।ଯେଉଁ ଚ୍ୟାଲେଞ୍ଜକୁ ସେ ଏକା ନୁହଁ ଆମେ ମାନେ ସମସ୍ତେ ଏହାର ମୁକାବିଲା କରିବାର ନିହାତି ଆଵଶ୍ୟକତା ରହିଛି।

ଆଉ ତାପରେ ସେ ନିଜର ବକ୍ତବ୍ୟରେ କହିଥିଲେକି କିପରି ସାରା ଦେଶ ଆଜି ଏହି କରୋନା ମହାମାରିରେ ଜର୍ଜ୍ଜରିତ ଅଛି ସେ ବିଷୟରେ ସେ ଖୋଲିକି କହିଥିଲେ।ତେଣୁ ସେ ସମସ୍ତଙ୍କୁ ଘରେ ରହିବାକୁ କହିଥିଲେ ଆଉ ଘରେ ରହିବା ସଙ୍ଗେ ସଙ୍ଗେ ନିଜକୁ ସଫା ସୁତର ରଖିବା ପାଇଁ ମଧ୍ୟ କହିଥିଲେ।ତାପରେ ଆମେ ପ୍ରତ୍ୟକ ମୁହୂର୍ତ୍ତରେ ନିଜର ହାତକୁ ଧୋଇବା ଆଉ ଅନ୍ୟ କାହା ସହିତ ମିଶିବା ନାହିଁ।ଆଉ ଆମେ ଭୁଲରେବି ବାହାରକୁ ଯିବା ନାହିଁ।ଆଉ ତାପରେ ସେ କହିଥିଲେ ସବୁ ନିର୍ବାଚନ ମଣ୍ଡଳୀର ଭାଇ ଭଉଣୀ ଆଉ ଜନତା ଏହାକୁ ମାନିବାକୁ ସେ ଅନୁରୋଧ କରିଥିଲେ।
ଆଉ ଗାଁ ଗହଳିରେ ବହୁତ ଲୋକ ଏକାଠି ହୋଇ ଏବେ ତାସ ଖେଳୁଛନ୍ତି ପସା ଖେଳୁଛନ୍ତି ଆଉ ଭଲି ମଧ୍ୟ ଖେଳୁଛନ୍ତି ଏସବୁ ଜିନିଷ ଠାରୁ ଦୂରେଇ ରହିବା ପାଇଁ ସେ ବହୁତ ନମ୍ରତାର ସହିତ ନିବେଦନ ମଧ୍ୟ କରିଛନ୍ତି।ଆଉ କହିଛନ୍ତିକି ଆମ ସମସ୍ତଙ୍କୁ ଏସମୟରେ ଏକାଠି ହୋଇ ଭାଇରସ କରୋନା ବିରୁଦ୍ଧରେ ଲଢ଼ିବାକୁ ପଡିବ ଆଉ ଏ ରୋଗକୁ ଦୁରେଇ ବାକୁ ପଡିବ।ଆଉ ତାପରେ ସେ କହିଥିଲେକି ଏ ହେଉଛି ଜଗନ୍ନାଥଙ୍କ ଦେଶ ଆଉ ଆମର ଏ କରୋନା ବିରୁଦ୍ଧରେ ଲଢେଇ ନିଶ୍ଚିତ ଭାବରେ ଆମେ ଜିତିବା।ଏତିକି କହି ନମସ୍କାର ଜଣେଇ ନିଜ ବକ୍ତବ୍ୟ ଶେଷ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।