ଫିକା ପଡ଼ିବ ଦଶହରା, ଆସୁଛି ଭୀଷଣ ଲଘୁଚାପ, ଆଜିଠାରୁ ଏହି ଜିଲ୍ଲାରେ ଝଡ

ଆସୁଥିବା ଝଡ଼ ନିମନ୍ତେ କେତେକ ଜିଲ୍ଲା ପାଇଁ ଶତର୍କ ସୂଚନା।

ଆଜି କେନ୍ଦ୍ରିୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ଏହାର ପ୍ରଭାବରେ ପ୍ରାୟ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଅଛି ଆଉ କିଛି କିଛି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ଆଜି ସକାଳ ୮.୩୦ ସୁଦ୍ଧା ପ୍ରାୟ ୫ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି।ଆଉ ସେହି ଜିଲ୍ଲା ଗୁଡିକ ହେଲା :-ମୟୁରଭଞ୍ଜ,ଢେଙ୍କାନାଳ,ମାଲକାନଗିରି,କୋରାପୁଟ, ରାୟଗଡା।ଏହି ସବୁ ଜିଲ୍ଲା ଗୁଡିକ ସହିତ ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସହିତ ବହୁତ ଜୋରରେ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି।ସେହିପରି ପ୍ରାୟ ୨୦ ତାରିଖ ବେଳକୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଜିଥିବା ବେଳେ ମାଲକାନଗିରି, କୋରାପୁଟ,ରାୟଗଡା ଆଉ ପୁରୀକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି।

ସମୁଦ୍ର ପ୍ରବଳ ମାତ୍ରରେ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପ୍ରସାମର୍ଶ ଦିଆଯାଇଛି।ଆମ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର.ବିଶ୍ୱାସ ସୂଚନା ଦେଇଛିକି ଏହାର ପ୍ରଭାବରେ ୧୯ ତାରିଖରୁ ପ୍ରାୟ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।ଆଉ ଏହି ବର୍ଷାରେ ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହି ଅଛି।ଆଉ ଅଧିକ ବର୍ଷାର ହ୍ୱବର ସମ୍ଭାବନା ମାଲକାନଗିରି,କୋରାପୁଟ, ରାୟଗଡା,ଗଜପତି, ଗଞ୍ଜାମ।ତାପରେ ୨୦ ତାରିଖରେ ଏହି ଲଘୁଚାପ ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ଅଛି।ଆଉ ଯାହାର ପ୍ରଭାବ ସ୍ୱରୂପ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଓ ମଧ୍ୟମ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ଆଉ ଏହି ସବୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି।

ଆଉ ଆମ ପ୍ରତିନିଧି ମାନଙ୍କ ଠାରୁ ଜାଣିବାକୁ ଆମେ ପାଇଛୁକି ସକାଳ ସମୟ ୮ଟାରେ ବର୍ଷା ହେଉଛି ଆଉ ଏହି ବର୍ଷାର ରେକର୍ଡ଼ ବର୍ତ୍ତମାନ ପର୍ଯ୍ୟନ୍ତ ସଂଗ୍ରହ କରାଯାଇ ପାରିନାହିଁ ଯାହା ଆଞ୍ଚଳିକ ପାଣିପାଗର ସୁଚନା ଆମକୁ ମିଳିଛି।ଯଦି ଆପଣଙ୍କୁ ଆମେ ପୁରା ସଠିକ ଲୋକେସନ ବିଷୟରେ କହିବୁ ତାହେଲେ ଏହା ସେଣ୍ଟ୍ରାଲ ବେ ଅଫ ବେଙ୍ଗଲ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ଅଛି।ଆଉ ପାଣିପାଗ ବିଭାଗ ତରଫରୁ ୧୯-୨୨ ତାରିଖ ପର୍ଯ୍ୟନ୍ତ ଆର୍ଲଟ ଜାରି କରାଯାଇଛି।ଆମେ ଆପଣଙ୍କୁ କହିରଖିବୁକି ଆଉ ଏକ ସାଇକ୍ଲୋନିକ ସରକ୍ୟୁଲେସନ ମଧ୍ୟ ରହୁଛି ଯାହା ପଶ୍ଚିମ କେନ୍ଦ୍ରୀୟ ବେଅଫବେଙ୍ଗଲ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଛି ଯାହାକି ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧.୫ କି.ମି ଦୁରତାରେ ରହିଛି।ଆଉ ଏହି ୨ଟିର ସିଧାସଳଖ ପ୍ରଭାବ ଆମ ଓଡ଼ିଶା ଉପରେ ପଡିବ।

ପ୍ରାୟ ୧୯ ତାରିଖରୁ ବର୍ଷା ଦେଖିବା ଆରମ୍ଭ ହୋଇଯାଇପାରେ ଆଉ ଦମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କ ସହିତ ଯେମିତି ମୟୁରଭଞ୍ଜ, ଢେଙ୍କାନାଳ,ମାଲକାନଗିରି,ରାୟଗଡା ଆଦି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।ସେହିପରି ୧୬ ତାରିଖରେ ମଧ୍ୟ ମାଲକାନଗିରି, କୋରାପୁଟ,ରାୟଗଡା,ଗଞ୍ଜାମ,ଗଜପତି ଆଦି ଜିଲ୍ଲାମାନଙ୍କରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।ତାପରେ ୨୦ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।ଏହାର ସିଧାସଳଖ ଉପକୂଳବର୍ତ୍ତୀ ଓଡିଶା ଓ ଦକ୍ଷିଣ ଉପକୂଳବର୍ତ୍ତି ଓଡିଶା ଉପରେ ସିଧାସଳଖ ପ୍ରଭାବ ରହିପାରେ।ଆଉ ସମୁଦ୍ର ଅଶାନ୍ତ ରହିବ ଓ ପବନର ବେଗ ଅଧିକ ରହିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.