ପାଣିପାଗ ବିଭାଗରୁ ମିଳିଲା ସୂଚନା ଆସୁଛି ଭୟଙ୍କର ବାତ୍ୟା !

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥୁବା ଏକ ଲଘୁଚାପ ଆହୁରି ଘନିଭୂତ ହୋଇପାରେ।ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସହିତ ଉପକୂଳବର୍ତ୍ତି ଅଞ୍ଚଳ ମାନଙ୍କରେ ଆହୁରି ବର୍ଷା ହେବାର ସମ୍ଭାବନା ରହି ଅଛି।ଆସନ୍ତା କାଲି ଠାରୁ ଉପକୂଳ ବର୍ତ୍ତି ଅଞ୍ଚଳ ମାନଙ୍କରେ ବର୍ଷାର ପରିମାଣ ମଧ୍ୟ ବଢି ପାରେ।ତେବେ ପାଣିପାଗ କହିଛି ଲଘୁଚାପ ପ୍ରଥମେ ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିପାରେ।ଆଉ ଏହା ପରେ ଏହି ଲଘୁଚାପ ଉତ୍ତର-ପୂର୍ବ ଦିଗ ଆଡ଼କୁ ମୁହଁ କରିବାର ମଧ୍ୟ ସମ୍ଭାବନା ରହି ଅଛି।ଆଉଏହି ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତି ଅଞ୍ଚଳ ମାନଙ୍କ ସହିତ ଦକ୍ଷିଣ ଆଭ୍ୟନ୍ତରୀଣ କେତେକ ସ୍ଥାନ ମାନଙ୍କରେ ଯେମିତି ମୟୁରଭଞ୍ଜ,କେନ୍ଦୁଝର ଓ ଢେଙ୍କାନାଳ ଆଦି ସ୍ଥାନ ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହି ଅଛି।

ଗଜପତି,ଗଞ୍ଜାମ,ପୁରୀ,ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ ଓ ବାଲେଶ୍ଵରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଅଛି।ତେବେ ଆଜି ଅର୍ଥାତ ୨୨ ତାରିଖ ଗୁରୁବାର ଦିନ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢ଼ିବାରେ ଲାଗିବ।ଆଉ ଏହା ସହିତ ଉପକୂଳ ବର୍ତ୍ତି ଓଡ଼ିଶାର କେତେକ ସ୍ଥାନ ମାନଙ୍କରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହି ଅଛି।ସେହିପରି ଦକ୍ଷିଣ ଆଭ୍ୟନ୍ତରର ଅଳ୍ପ କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଅଛି।ଗଞ୍ଜାମ ଏବଂ ପୁରୀ ଠାରେ ଏହି ଲଘୁଚାପ ପ୍ରଭାବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଅଛି।ଏହା ବାଦ ଗଜପତି,ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର ଭଳି କେତେକ ଜିଲ୍ଲା ମାନଙ୍କରେ ମଧ୍ୟ ଆଉ ଏହା ସହିତ ଯାଜପୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି।

ଶୁକ୍ରବାର ଦିନ ଅର୍ଥାତ ୨୩ ତାରିଖ ଦିନ ମଧ୍ୟ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟ ଆସୁଥିବା ଏହି ଲଘୁଚାପ କାରଣରୁ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଅଛି।ପୁରୀ ଓ ବାଲେଶ୍ଵର ଭଳି ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ଏହି ଲଘୁଚାପ କାରଣରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି।ଆଉ ଏହା ପରେ ମଧ୍ୟ ବର୍ଷା ଲାଗି ରହିବାର ସମ୍ଭାବନା ରହି ଅଛି।ତାପରେ ଜଳବାୟୁ ଏବଂ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ସରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ଲଘୁଚାପ ପ୍ରାୟ ୨୩ ତାରିଖ କିମ୍ବା ୨୪ ତାରିଖ ଦିନ ସକାଳେ ଆମ ଓଡ଼ିଶାର ଉପକୂଳ ପାଖରେ ହିଁ ଥିବ।ଆଉ ଏହା ପ୍ରାୟ ଓଡିଶା ଉପକୂଳ କଡେ କଡେ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯିବ।ଏହାର ପ୍ରଭାବରେ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ।

ପୁରୀ ଠାରୁ ବାଲେଶ୍ଵର ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଅଛି।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳଙ୍କ କହିବା ଅନୁସାରେ,ଏହି ଲଘ୍ୟଲୁଚାପ ଆସନ୍ତା ୨୫ ତାରିଖ ବେଳକୁ ପଶ୍ଚିମବଙ୍ଗ କିମ୍ବା ବାଙ୍ଗଳାଦେଶ ଛୁଇଁ ପାରେ।ଓଡ଼ିଶାରେ ଏହାର ପ୍ରଭାବ କମ ରହୁଥିବାରୁ ଏଠାରେ ବିଶେଷ ବର୍ଷା ହୋଇନପାରେ।୨୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁରରୁ ଗଞ୍ଜାମ ଉପକୂଳ ସମେତ ଗଜପତି ଏବଂ ରାୟଗଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ଅର୍ଥାତ ୩୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ତାପରେ ୨୩ ତାରିଖରେ ସମ୍ପୂର୍ଣ୍ଣ ରାଜ୍ୟରେ ସ୍ଵଳ୍ପରୁ ମଧ୍ଯ ଧରଣର ଓ ଗୋଟେ ଜିଲ୍ଲାରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଅଛି।୨୪ ତାରିଖରେ ପୁରୀରୁ ବାଲେଶ୍ଵର ଉପକୂଳ ପର୍ଯ୍ୟନ୍ତ ବର୍ଷା ହେବ।କେନ୍ଦ୍ରାପଡା,ବାଲେସ୍ୱର ଓ ଭଦ୍ରକରେ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ।ବାକି ଜିଲ୍ଲାରେ ପାଗ ସୁଖିଲା ରହିବ ଓ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।ଆଉ ଆସନ୍ତା କାଲି ଗଞ୍ଜାମ ଓ ପୁରୀ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.