ବାଜିରେ ଲାଗିଛି ବାଲେଶ୍ଵର ଭବିଷ୍ୟତ ଉପନିର୍ବାଚନରେ କିଏ ଜିତିବ।ମତାମତ ଦିଅନ୍ତୁ

ଆପଣ ମାନେ ଜାଣିଛନ୍ତି ବାଲେଶ୍ଵରରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି ଆଉ ପ୍ରଚାରରେ ଫାଟି ପଡୁଛି ବାଲେଶ୍ଵରର ଗଳିକନ୍ଦି,ନିର୍ବାଚନ ମଇଦାନକୁ ଓଲହେଇ ସାରିଲେଣି ସବୁ ଯୋଧ୍ୟା।ବିଗତ ବିଧାୟକ ମଦନ ମୋହନ ଦତ୍ତଙ୍କର ମୃତ୍ୟୁ ପରେ ଖାଲି ପଡିଥିଲା ବାଲେଶ୍ଵରର ଆସନ।ଉପନିର୍ବାଚନର ତାରିଖ ଘୋଷଣା ପରେ ଅନୁକମ୍ପାର କାର୍ଡ଼ ଖେଳିବାରେ ଲାଗିଛି ବିଜେପି।ଗେରୁଆ ସିବିରରରୁ ପାର୍ଥି ହୋଇଛନ୍ତି ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କର ସୁପୁତ୍ର ମାନସ ଦତ୍ତ।ବାପାଙ୍କର ଥିବା ଅଧୁରା ସ୍ୱପ୍ନକୁ ପୁର୍ଣ୍ଣ କରିବା ପାଇଁ ସମସ୍ତଙ୍କ ଘରକୁ ଘର ବୁଲିବାରେ ଲାଗିଛନ୍ତି ମାନସ।
ଆଉ ସେ ମେଡିଆ ଆଗରେ କହିଛନ୍ତିକି ସକାଳୁ ବଡି ଭୋରରରୁ ସେମାନେ ବାହାରି ପ୍ରଚାର କରିଛନ୍ତି ଆଉ ଲୋକଙ୍କର ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି।

ଆଉ ତାପରେ ସେ କହିଥିଲେ ଏହି ପ୍ରଚାର ଓ ପ୍ରସାର ଭାରତୀ ଜନତା ପାର୍ଟିର ପ୍ରମୁଖ ଲୋକ ସମ୍ପର୍କ ହେବ।ଆଉ ତାପରେ ସେ କହିଥିଲେକି ସେମାନେ ଲୋକଙ୍କ ପାଖକୁ ଯାଇ ବାପାଙ୍କର ଥିବା ଅଧୁରା କାମକୁ ପୁର୍ଣ୍ଣ କରିବା ପାଇଁ ଆଶୀର୍ବାଦ ଭିକ୍ଷା କରୁଛନ୍ତି।ଏହାପରେ ସେ କହିଥିଲେକି ତାଙ୍କ ବାପା ଯେଉଁ ବିକାଶର ସ୍ୱପ୍ନ ଦେଖୁଥିଲେ ତାକୁ ସାକାର କରିବା ପାଇଁ ସେ ଲୋକମାନଙ୍କୁ ଅନୁମତି ମାଗୁଛନ୍ତି।ଆଉ ସେ କହିଛନ୍ତିକି ସେଠାକାର ଲୋକମାନେ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ ଓ ସନ୍ନମାନ ଦେଉଥିଲେ।ଆଉ ସେ କର୍ମବିରଙ୍କୁ ମନପକେଇ ପୁଣି ଥରେ ପଦ୍ମ ଚିନ୍ହରେ ଭୋଟ ଦେବେ।ସେପଟରେ ନିଜର ଦଳୀୟ ଟିକେଟ ଆଶାୟୀଙ୍କୁ ଚକିତ କରି,ବିଜେଡି ଟିକେଟ ହାତେଇ ଥିବା ସ୍ୱରୂପ ଦାସ,ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ପ୍ରଚାର ମୈଦାନକୁ ଓଲ୍ହାଈ ସାରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଓ ସ୍ବଛ ନିର୍ମଳ ଭାବ ମୂର୍ତ୍ତୀ।ଆଉ ତାପରେ ସରକାରଙ୍କର ଗଣ୍ଡା ଗଣ୍ଡା ଜନହିତ କାରୀ ଯୋଜନାକୁ ପାର୍ଥେୟ କରି ଭୋଟ ମାଗିବାରେ ଲାଗିଛନ୍ତି ସ୍ୱରୂପ ଦାସ।ତାପରେ ସ୍ୱରୂପ ଦାସ ମେଡିଆ ଆଗରେ କହିଛନ୍ତିକି ସେ ଧୀରେ ଧୀରେ କରି ଏବେ ପ୍ରାୟ ପଞ୍ଚାୟତ ସ୍ତରୀୟ ପ୍ରଚାର ପତ୍ର ଆରମ୍ଭ କରିବାରେ ଲାଗିଛନ୍ତି।ଆଉ ସେ କହିଥିଲେକି ପ୍ରାୟ ସେମାନେ ଦୁଇଟି ପଞ୍ଚାୟତ ଦେଇ ପ୍ରଚାର କରି ସାରିଲାଣି।ଆଉ ସେ କହିଲେକି ଯେଉଁଠି ସେ ଯାଉଛନ୍ତି ସେମାନଙ୍କ ସମସ୍ତଙ୍କ ମନରେ ଏକ ଉଦବେଗ ରହିଛି।ଆଉ ସେମାନଙ୍କ ମନରେ ଏକ ପ୍ରକାରର ପଶ୍ଚାତାପ ରହିଛିକି ସେ ଯେଉଁ ଭୋଟ ଦେଇଥିଲେ ସେମାନେ ଭୁଲ ନିର୍ଣ୍ଣୟ ନେଇ ଭୋଟ୍ ଦେଇଥିଲେ।

ଆଉ ଲୋକମାନେ ଏବେ ମନ ଭିତରୁ ପଶ୍ଚାତାପ କରିବାରେ ଲାଗିଛନ୍ତି କାରଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କର ନେତା ଆଉ କୌଣସି ପ୍ରକାରର ପରିସ୍ଥିତି କାରଣରୁ ସେ ତାଙ୍କ ନେତାଙ୍କୁ ଛାଡି ଅନ୍ୟ କାହା ପ୍ରତି ପ୍ରଲୋଭିତ ହୋଇ ଭୋଟ ଦେଇଥିଲେ।ତାପରେ ପୂର୍ବର ସବୁ ଆକଳନକୁ ଭୁଲ ପ୍ରମାଣିତ କରିବା ପାଇଁ ମହିଳା ପାର୍ଥି ମମତା କୁନୁଙ୍କୁ ଟିକେଟ ଦେଇଛି କଂଗ୍ରେସ।ତାହେଲେ ଏହିଭଳି ହାଇ ଭୋଲ୍ଟେଜ ପଗାଇଟରେ ଜନମତ କାହା ସପକ୍ଷରେ ଜୀଵ କିଛି କହିହେଉ ନାହିଁ।ପୂର୍ବ ଇତିହାସ ଦେଖିଲେ ଶାସକ ଦଳ ବିରୋଧୀଙ୍କ ଉପରେ ଭାରି ପଡେ କିନ୍ତୁ ଦେଖାଯାଉ ଏଥର କଣ ହେଉଛି,ଆଉ କିଏ ବିଜୟ ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.