ବାଲେଶ୍ୱର ରୁ ଆରମ୍ଭ ହେବ ବିନାଶ,ମାଳିକା ରେ ହୋଇଛି ଅଦ୍ଭୁତ ଲେଖା

ଆସନ୍ତୁ ଜାଣିବା ବାଲେଶ୍ଵର ବିଷୟରେ ମାଳିକାରେ କଣ ଲେଖା ହୋଇଛି।

ଆଜି ଆମେ ଜାଣିବା ୬୦୦ ବର୍ଷ ତଳର ଲିଖିତ ଆଗତ ଭବିଷ୍ୟତ ମାଳିକା ବିଷୟରେ ଯାହା ମହାପୁରୁଷ ମାନଙ୍କ ଦ୍ୱାରା ଲେଖା ହୋଇ ଅଛି।ଆଜି ଆମେ ଜାଣିବା ବାଲେଶ୍ଵର ମାଟି ବିଷୟରେ।ଆଉ ବାଲେଶ୍ଵର ବିଷୟରେ ଲେଖା ହୋଇଥିବା ବହିର ନାମ ହେଉଛି ଓଡିଶା ସ୍ଥାନ ତତ୍ୱ ନିରୂପଣ।ଆଉ ଏହିଥିରେ ଵର୍ଣ୍ଣନା କରାଯାଇଛିକି ଆଗକୁ ଆଗତ ଭବିଷ୍ୟତରେ ବାଲେଶ୍ଵର ଠାର କଣ ହେବ।ମହାପୁରୁଷ କହିଛନ୍ତି ପ୍ରଥମରେ ବାଲେଶ୍ଵର ଠାରେ ଥିବା ପଞ୍ଚଲିଙ୍ଗେସ୍ୱରଙ୍କୁ ନମସ୍କାର ଜଣାଇଛନ୍ତି।ତାପରେ ଚାଲନ୍ତୁ ଜାଣିବା ମହାପୁରୁଷ ନିଜ ଲେଖାରେ କଣ ଲେଖିଛନ୍ତି।
ମହାପୁରୁଷ ଲେଖିଲେ:-
“ପଞ୍ଚଲିଙ୍ଗେଶ୍ୱରଙ୍କର ମହିମା ଅପାର,ଶୁଣ ରାମ ମନଦେଇ
ଦର୍ଶନ କରିଲେ କୋଟି ପାପ ହେବ କ୍ଷୟ ତାପୂଣ୍ୟ
କେହୁବା କହି”

ତାହେଲେ ମହାପୁରୁଷ ଏଠାରେ କହିଛନ୍ତିକି ବାଲେଶ୍ଵର ମାଟିର ପଞ୍ଚଲିଙ୍ଗେସ୍ୱରଙ୍କର କଥା ଆପଣମାନେ ମଧ୍ୟ ଜାଣିଥିବେ।ଆଉ ସେ ସ୍ଥାନ ଭାବବିହ୍ଵଳର ସ୍ଥାନ ଦେବ ଦେବ ମହାଦେବ ସେହିଠାରେ ବିରାଜ ମାନ କରିଛନ୍ତି।ଆପଣ ଯେତେ କଷ୍ଟରେ ରହିଲେ ମଧ୍ୟ ଯେତେ ଦୁଃଖରେ ରହିଲେ ମଧ୍ୟ ଯଦି ଆପଣ ବାଲେଶ୍ଵର ମାଟିର ଏହି ପଞ୍ଚ ଲିଙ୍ଗେ ସ୍ୱର ନାମକ ସ୍ଥାନକୁ ଯାଉଛନ୍ତି ତାହେଲେ ଆପଣଙ୍କ କୋଟି କୋଟି ପାପ କ୍ଷୟ ହେବ ଆଉ ମଧ୍ୟ ତାର ପୁଣ୍ୟକୁ କେହି ଵର୍ଣ୍ଣନା କରି ପାରନ୍ତି ନାହିଁ।ତାପରେ ପୁଣି ମହାପୁରୁଷ କହିଛନ୍ତି:-
“ବହୁବାର ସେଠି ବତାସ ବହିବ,ଘୁର୍ଣ୍ଣି ଝଡ଼ ତହିଁ ହେବ,
ସମୁଦ୍ର ଆସିଣ ଉଗ୍ରରୂପ ଧରି,ଗାଁ ଗଣ୍ଡା ଧୋଇନେବେ।।

ତାପରେ ମହାପୁରୁଷ ଲେଖିଛନ୍ତି ଏହି ବାଲେଶ୍ଵରରେ ପ୍ରାୟ ସମୟ ବତାସ ଆସିବ।ଆଉ ଅନେକ ସମୟରେ ଘୁର୍ଣ୍ଣି ବତାସ ମଧ୍ୟ ହେବ ଆଉ ସମୁଦ୍ର ସେଠାକୁ ଆସି ଉଗ୍ର ରୁପନେବ ଓ ଗାଁ ଗଣ୍ଡା ସବୁ କିଛି ଧୋଇନେବ।ଆଉ ଲୋକମାନେ ତ୍ରାହି ତ୍ରାହି ଡାକ ଛାଡିବେ।
ତାପରେ ପୁଣି ମହାପୁରୁଷ କହୁଛନ୍ତି:-
“ଚନ୍ଦନେ ସ୍ୱର ରୂପରେ ହର,
ଆଉ ଡାକିଲେ ଶୁଣନ୍ତି କୃପା ଅପାର”

ତାପରେ ମହାପୁରୁଷ ମାନେ ପ୍ରଶ୍ନ ରଖିଛନ୍ତିକି ତାହେଲେ ଲୋକମାନଙ୍କୁ ଏଠାରେ ରକ୍ଷା କରିବ କିଏ।ଆଉ ତାପରେ ସେଠାରେ ଲେଖାହୋଇଛିକି।ଚନ୍ଦନେ ସ୍ୱରରେ ଦେବ ଦେବ ମହାଦେବଙ୍କ କୃପା ରହିବ ଆଉ ତାଙ୍କ ଭକ୍ତ ଯଦି ବିପଦରେ ପଡିଥିବ ତାହେଲେ ତାଙ୍କୁ ଡାକିଲେ ବା ସ୍ମରଣ କଲେ ସେ ଅପାର କୃପା କରିବେ।ଆଉ ସେହି ବାଲେଶ୍ଵର ମାଟିରେ ଭକ୍ତମାନେ ଗୁପ୍ତରେ ଥିବେ ଓ ତାପରେ ପ୍ରଭୁଙ୍କୁ ସେଠାରେ ସ୍ଥାପନ କରିବେ।

ତାପରେ ମହାପୁରୁଷ କହିଛନ୍ତିକି ନିଲଗିରି ଠାରେ ଲୀଳାମାନ ହେବ।ଆପଣ ନୀଳଗିରି ଜାଣିଥିବେ ଯେଉଁଠାରେ ମହା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅଛି।ଆଉ ତାପରେ ପଞ୍ଚ ସଖାଙ୍କର ସେଠାରେ ଭେଟ ହେବ।ଆଉ ସେଠାରେ ମଣୀନାଗେଶ୍ୱରଙ୍କର ନାମରେ ଦେବ ଦେବ ମହାଦେବ ଥିବେ ଓ ସେଠାରେ ପାତାଳକୁ ଯିବାକୁ ରାସ୍ତା ରହିଥିବ।ତାପରେ ପୁଣି ମହାପୁରୁଷ କହିଛନ୍ତିକି ଲଙ୍ଗଳେସ୍ୱରରେ ହରଙ୍କ ସହିତ ପାର୍ବତିଜେ ରହିଥିବେ।ଆଉ ସେଠାରେ ଧର୍ମ କଥା ସବୁ ରାତିସାରା ଆଲୋଚନା ହେଉଥିବ।ଆଉ ସେଠାରେ ପୂଜକ ମାନଙ୍କ ଉପରେ ପ୍ରଭୁ ଏତେ ସନ୍ତୁଷ୍ଟ ହେବେଯେ ତାଙ୍କର ଓ ମାତା ପାର୍ବତୀଙ୍କ କଥା ସବୁ ସେ ପୂଜାରୀକୁ ସୁଭୁଥିବ।

ମହାପୁରୁଷ କହିଛନ୍ତି ଭୂଷଣ୍ଡେ ସ୍ୱର ଓ ମରିଚିକାଙ୍କର ଏକାଠି ଭେଟ ହେବ।ତାପରେ କୁହାଯାଇଛିକି ବିଦେଶୀ କମ୍ପାନୀ ଏବେ ବାଲେଶ୍ୱର ମାଟିକୁ ଆସି ନିଜର କାୟା ବିସ୍ତାର କରିବାରେ ଲାଗିବେ।ଆଉ ଏହି କଥା ନିଶ୍ଚିତଭାବରେ ସତ ହେବ ଓ ଏହାର କାରଣ ହେଲା ମାଳିକାର ଵଚନ କେବେ ମିଛ ହୋଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.