ବାଲେଶ୍ୱର ରେ ସାରଥୀ ବାବା! ଏମିତି ଚାଲିଛି ଭାଣ୍ଡାମୀ, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣଙ୍କୁ ଆମ ନିଉଜ୍ ପୋର୍ଟାଲ କୁ ସ୍ୱାଗତ।ପୁଣି ଫେରିଲେ ସାରଥୀ। ସମ୍ପୂର୍ଣ୍ଣ ଖବର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଓଡ଼ିଶାରେ ପୁଣି ମାଡୁଛି ସାରଥୀ ବାବା ଙ୍କ ବେପାର। କଥା ଟା ବିଶ୍ୱାସ ନହେଉଥିଲେ ମଧ୍ୟ ସତ୍ୟ।ଓଡ଼ିଶାରେ ପୁଣି ମାତିଛି ସାରଥୀ ବାବା ଙ୍କ ଭାଣ୍ଡାମୀ।ପୁଣି ମାୟାଜାଲ ବୁଣିଲେଣି ସାରଥୀ ।ଓଡିଶା ଫେରିବାକୁ ହେଲେଣି ବ୍ୟାକୁଳ।ଅନୁଗତ ଙ୍କୁ ମୋହରା କରି ଡିଜିଟାଲ ପ୍ରଚାର ଚାଲିଛି ଜୋରଦାର।ପୁଣି ମାୟା କରି ଝରାଇଲେଣି ଗଙ୍ଗାଜଳ।

ସୋସିଆଲ ମିଡିଆରେ ଏମିତି ଚାଲିଛି ପ୍ରଚାର। ଜଳେଶ୍ୱର ର ଜଣେ ଦିଲୀପ ଙ୍କ ଘରେ ସାରଥୀ ଙ୍କ ମୂର୍ତି ପାଦ ରୁ ଝରୁଛି ଗଙ୍ଗାଜଳ ବୋଲି ଦାବିକରି ସୋସିଆଲ ମିଡିଆରେ ଛଡାଯାଇଛି।ତେବେ ସୋସିଆଲ ମିଡିଆ ଫେସବୁକ ଏବଂ ୟୁଟୁବ ରେ ମଧ୍ୟ ଜୋରଦାର ପ୍ରଚାର ଚାଲିଛି ।ସାରଥୀ ପ୍ରଭୁ ନାମରେ ଏକ ଆଇଡି ରହିଛି ଯେଉଁଥିରେ ପନ୍ଦର ହଜାର ରୁ ଉର୍ଦ୍ଧ୍ବ ଫଲୋୟର ଅଛନ୍ତି।

ଏଥିରେ ଅନୁଭୂତି ରେ ସାରଥୀ ନାମରେ ଏକ କାର୍ଯ୍ୟକ୍ରମ ହେଉଛି ,ଯେଉଁଥିରେ ଲୋକମାନଙ୍କ ଅନୁଭୂତି କୁ ବର୍ଣ୍ଣନା କରାଯାଉଛି ।ୟୁଟୁବ ରେ ମଧ୍ୟ 25000 ସବସ୍କ୍ରାଇବର ଯୋଡି ହେଲେଣି । ତେବେ କଥା ଉଠୁଛି କିଏ ଖୋଲିଚି ଏ ଆଇଡି ? ଏଥିରେ ସାରଥୀ ଙ୍କ ଭୂମିକା ନାହିଁ ତ ? ଅନୁଗତ ଙ୍କ ମାଧ୍ୟମ ରେ ପ୍ରଚାର କରୁନାହାନ୍ତି ତା ସାରଥୀ ? ସୂଚନା ଥାଉ କି ଗତବର୍ଷ ଜୁଲାଇ ମାସରେ ସନ୍ତୋଷ ରାଉଳ ଙ୍କ ନାମରେ ଥିବା 3ଟି ମାମଲାରେ ଶୁଣାଣି ହେଇ ସର୍ତମୂଳକ ଭାବେ ଜାମିନ ଦିଆଯାଇଥିଲା।

ସର୍ତ୍ତ ଅନୁଯାୟୀ ସାରଥୀ କୌଣସି ସଭା ସଙ୍ଗ କରିପାରିବେ ନାହିଁ ତେବେ ଜେଲ୍ ରୁ ବାହାରିବା ପରେ କେନ୍ଦ୍ରାପଡା ଆଶ୍ରମ ନଯାଇ ବାବା କଲିକତା ପଳାଇଥିଲେ ବୋଲି ଚର୍ଚା ହେଇଥିଲା।ଆଜିକୁ ବର୍ଷେ ପରେ ବିତି ଯାଇଥିଲେ ମଧ୍ୟ ସାରଥୀ ଙ୍କ କୌଣସି ଆଉ ଖବର ଆସିନଥିଲା କିନ୍ତୁ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର।ସୂଚନା ଥାଉ ୨୦୧୫ ମସିହା ଜୁଲାଇ ୪ ତାରିଖରେଆତ୍ମଘୋଷିତ ସାରଥୀ ହାଇଦ୍ରାବାଦର ହୋଟେଲ ଗୋଲକୋଣ୍ଡାଠାରେ ଜଣେ ଡାକ୍ତରୀ ଛାତ୍ରୀ ଙ୍କ ସହିତ ରହିଥିବାର ପର୍ଦାଫାଶ ହେଇଥିଲା ,ଯାହାକୁ ନେଇ କେନ୍ଦ୍ରାପଡା ରେ ନିଆଁ ଜଳିଥିଲା।

ଏପରିକି ମିଛ କହି ଲୋକଙ୍କୁ ଠକିବା ସହିତ ସମ୍ପତି ବୃଦ୍ଧି ଏବଂ ଅନ୍ଧବିଶ୍ୱାସ କୁ ପ୍ରୋତ୍ସାହନ ଦେବା ମାମଲାରେ କେନ୍ଦ୍ରାପଡା ରେ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା ଏବଂ ଏକ ଗଣମାଧ୍ୟମ ନିଉଜ ସେଭେନ ଦ୍ୱାରା ସାରଥୀ ର ସମସ୍ତ କେଳେଙ୍କାରୀ ପଦାକୁ ଆସିବା ପରେ ସ୍ୱତନ୍ତ୍ର ପୋଲିସ ଙ୍କ ଦ୍ୱାରା ଶେଷରେ ସାରଥୀ ଗିରଫ ହେଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.