ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ହେଲା ଘୋଷଣା,ବାଦ ପଡ଼ିଲେ ରୋହିତ ଶର୍ମା

ନଭେମ୍ବର ଏବଂ ଡିସେମ୍ବର ମାସରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ରେ କ୍ରିକେଟ ସିରିଜ ଖେଳା ଯିବ। ତେଣୁ ଭାରତର କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ ରେ ଯିବ। ଭାରତୀୟ କ୍ରିକେଟ ସିଲେକ୍ସନ ବୋର୍ଡ ଏନେଇ ପ୍ରସ୍ତୁତି ଆରମ୍ଭ କରିନେଇଛନ୍ତି। ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ମଧ୍ୟ ଘୋଷଣା ହୋଇସାରିଛି। କିନ୍ତୁ ଏହି ଗସ୍ତ ରୁ ବାଦ ପଡ଼ିଛନ୍ତି ଭାରତୀୟ ହିଟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା। ଚଳିତ ଆଇପିଏଲ ସିଜିନରେ ଆହତ ହୋଇଥିବା କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଓପ୍ନର ରୋହିତ ଶର୍ମା ଏହି ଲିଷ୍ଟ ରୁ ବାଦ ପଡିଛନ୍ତି। ଯାହା କି ଫ୍ୟାନ ଙ୍କ ମନକୁ ନିରାଶ କରିଛି।

ତେବେ ଦଳକୁ ଫେରିଛନ୍ତି ଶିଖର ଧବନ। ଲଗାତାର ଦୁଇଟି ମ୍ୟାଚ ରେ ଶତକ କରି ପୁରୁଣା ଫର୍ମ କୁ ଫେରିଛନ୍ତି ଶିଖର ଧବନ।
ଆଗାମୀ ଟୁର୍ ଅଷ୍ଟ୍ରେଲିଆ ପାଇଁ ଭାରତୀୟ କ୍ରିକେଟ୍ ଦଳ ଚୟନ କରିବାକୁ ସୋମବାର ଦିନ ଅଲ-ଇଣ୍ଡିଆ ସିନିୟର ଚୟନ କମିଟି ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛି। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ତିନୋଟି ODI ଏବଂ ଚାରିଟି ଟେଷ୍ଟ ମ୍ୟାଚରେ ଭାଗ ନେବ।ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ ତିନୋଟି ଫର୍ମାଟ ରେ କେଉଁ କେଉଁ ଖେଳାଳି ଚୟନ ହୋଇଛନ୍ତି।

ଅଷ୍ଟ୍ରେଲିଆ ଗସ୍ତ ରେ ଚୟନ ହୋଇଥିବା ଭାରତୀୟ ଖେଳାଳୀ ଙ୍କ ସମ୍ପୂର୍ଣ୍ଣ ଲିଷ୍ଟ

ଭାରତୀୟ ଟି-୨୦ କ୍ରିକେଟ ଦଳ: ବିରାଟ କୋହଲି (କ୍ୟାପ୍ଟ), ଶିଖର, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (vc & wk), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (wk), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଯୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ମୋହମଦ ଶାମି, ନବଦୀପ ସାଇନି, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ

ଭାରତୀୟ ଏକଦିବସୀୟ (ODI ) କ୍ରିକେଟ ଦଳ: ବିରାଟ କୋହଲି (କ୍ୟାପ୍ଟଟେନ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ୍ ରାହୁଲ (vc & wk), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମାୟାନକ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଶାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ।

ଭାରତୀୟ ଟେଷ୍ଟ କ୍ରିକେଟ ଦଳ: ବିରାଟ କୋହଲି (କ୍ୟାପ୍ଟଏନ), ମାୟାନକ ଅଗ୍ରୱାଲ, କେ.ଏଲ୍ ରାହୁଲ, ଚେତେଶ୍ୱର, ଅଜିଙ୍କ୍ୟ ରାହାଣେ (ଭାଇସ କ୍ୟାପଟେନ), ହନୁମା ବିହାରୀ, ଶୁଭମାନ ଗିଲ, ସାହା (wk), ଋଷଭ ପନ୍ତ (wk), ବୁମରା, ମୋହଦ୍। ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମୋହମଦ ସିରାଜ।

ଏଭଳି ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ ଧନ୍ୟବାଦ।ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published.