ମାଆ ଙ୍କ ଏହି ଅଭିଶାପ ଦ୍ୱାରା ପ୍ରଭାବିତ ସମ୍ପୂର୍ଣ୍ଣ ବଂଶ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମା କହିଲେ ତୋ ଵଂଶରେ ଯିଏ ଖାଇବା ମରିବ ଆଉ ଶେଷରେ ସେଇୟା ହିଁ ହେଲା।

ବର୍ତ୍ତମାନ ଆମେ ଜାଣିବା ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ବିଷୟରେ,ଏହା ଏକ ତନ୍ତ୍ର ପୀଠ ଭାବରେ ପ୍ରସିଦ୍ଧ,ଆଉ ଏହି ଭଳି ପୀଠ ମାତ୍ର ଓଡ଼ିଶାରେ ଦୁଇଟି ଜାଗା ଅଛି।ଏହି ଚଉଷଠି ଯୋଗିନୀ ମାନେ ମା ପାର୍ବତୀଙ୍କର ଚଉଷଠି ରୂପ ଅଟେ।ଏଠାରେ ମାଙ୍କୁ ବହୁତ ନୀତିଗତିରେ ରଖି ପୂଜା କରାଯାଏ ଓ ଏବେ ମାଙ୍କ ପାଖରେ ସପ୍ତମୀ ପୂଜା ଚାଲିଛି ମାଙ୍କ ପାଖରେ ଏବେ ସନ୍ଧିପୂଜା ଚାଲିଛି।ପ୍ରାୟ ଏବେ ଠାରୁ ଦଶହରାର ଦଶମି ପର୍ଯ୍ୟନ୍ତ ମାଙ୍କର ପାଖରେ ଚଣ୍ଡୀ ପାଠ କରାଯାଇ ଥାଏ।ଯେଉଁମାନେ ସବୁ ବର୍ଷ କରିବେ ସେମାନଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଚଣ୍ଡୀପାଠ କରିବାକୁ ପଡିବ।ଆଉ ସେଠାରେ ଗାଁ ମାନଙ୍କରେ ମଧ୍ୟ ଚଣ୍ଡୀପାଠ ହୋଇଥାଏ,ସେଠି ମାଆଙ୍କ ପାଖରେ ଗାଁ ଲୋକ ମଧ୍ୟ ଚଣ୍ଡୀପାଠ କରନ୍ତି ଆଉ ବାହାରୁ ଆସିଥିବା ଲୋକ ମଧ୍ୟ ଚଣ୍ଡିପାଠ କରନ୍ତି।

ଦେବୀଙ୍କର ଏଠାରେ ଅଲୌକିକ ଶକ୍ତି କଣ ନା ଆପଣ ଯାହା ଏଠାରେ ଉପାସନା କରିବେ ବା ମାନସିକ କରିବେ ଯେ ଭକ୍ତି ଓ ଦୃଢ଼ ନିଷ୍ଠାରେ କରିବ ମା ତା ଉପରେ ନିଶ୍ଚିତଭାବରେ ପ୍ରସନ୍ନ ହେବେ ଓ ତାର ମନସ୍କାମନା ନିଶ୍ଚିତ ଭାବରେ ପୁର୍ଣ୍ଣ ହେବ।ଏଠାରେ ମଙ୍ଗଳବାର,ସୋମ ବାର ଆଉ ଶନିବାର ମାଙ୍କ ପାଖରେ ଗୁଆ ନଡିଆ ବସେ।ସେ ଯେକୌଣସି ଘରର ଅସୁବିଧା ହେଉ ଯେମିତି କେହି ଘରକୁ ଗୁଣି ଗାରେଡି କରିଛି ଆପନଙ୍କୁ ଯେମିତି ହେଲେ ଏହାର ଆଭାସ ହେବ।ଆଉ ଆପଣ ମାନେ ନିଜର ଯାହା ମନସ୍କାମନା କରିଥିବେ ଯଦି ଆପଣ ନିଜ ନିଷ୍ଠାରେ ଓ ନିଜ ଭକ୍ତିରେ ମାଙ୍କୁ ସନ୍ତୁଷ୍ଠ କରି ପାରିଲେ ସେ ଆପଣଙ୍କ ସବୁ ପ୍ରକାରର ମନସ୍କାମନ ପୁର୍ଣ୍ଣ କରିଥାନ୍ତି।

ଆଜି ଆମେ ଆପଣଙ୍କୁ ସେହି ପୀଠର ଏକ ଅଲୌକିକ କଥା ଆପଣଙ୍କୁ କହିବାକୁ ଯାଉଛୁ,ତେବେ ଚାଲନ୍ତୁ ଜାଣିବା ସେ ଅଲୌକିକ କାହାଣୀ ବିଷୟରେ, ମାଙ୍କ ପୀଠ ପାଖରେ ଏକ ଗାଡ଼ିଆ ବା ପୋଖରୀଟିଏ ଅଛି।ଆଉ ସେଠାରେ ମାଙ୍କର ମନ୍ଦିର ଆଜି ଦେଇ କିଛି ହରିଜନ ଲୋକ ଯିବା ଆସିବା କରନ୍ତି ଆଉ ସେ ପୋଖରୀରେ ଦେଖିଛନ୍ତି ଯେ ଗୋଟେ ବଡ଼ ଚିତ୍ତଳ ମାଛ ରହିଛି।ଆଉ ସେ ସେହି ମାଛକୁ ଧରିବାକୁ ବହୁତ ଚେଷ୍ଟା କରନ୍ତି,ସବୁ ଥରକ ନିରାଶ ହୋଇ ମନ ଦୁଃଖରେ ଘରକୁ ଫେରନ୍ତି।ଦିନେ ମାଙ୍କ ପୀଠ ଦେଇ ଯିବା ସମୟରେ ସେ ମାଙ୍କୁ କହିଲେ କି ଯେବେ ସେ ମାଛ ଆମେ ଧରିବୁ ତାହେଲେ ତାକୁ ଆପଣଙ୍କୁ ଭେଟ ଭାବରେ ଦେବୁ।ଆଉ ସେ ତାପରେ ବି ଗଲେ ପ୍ରତିଦିନ ଫେରି ଆସିଲେ ଆଉ ମାଙ୍କ କୃପାରୁ ଦିନେ ଆଭାସ ହେଲାକି ଆଜି ଯାଅ ମାଛ ଧରିବ ଆଉ ତମେ ସେ ମାଛ ପାଇବ।

ଆଉ ସେ ମାଛ ଟିକୁ ପାଇଲେ କିନ୍ତୁ ସେ ମାଙ୍କୁ ଭୁଲିଗଲେ।ଏହାର କାରଣ ହେଲା ସେ ଲୋଭରେ ୫-୬ ଜଣ ଆସିଥିଲେ ଆଉ ଏହାକୁ ନେଇ ଚାଲିଗଲେ ସେ ମାଙ୍କ କଥା ତାଙ୍କର ମନରୁ ସମ୍ପୂର୍ଣ୍ଣ ଭାବରେ ଭୁଲିଗଲେ।ତାପରେ ମା କିଛି ସମୟ ପରେ ବୁଢ଼ୀ ରୂପ ନେଇ ଗଲେ ଆଉ ତାକୁ ଯାଇଁ କହିଲେ କଣ ହେଲା କିରେ ମତେ ମାଛ ଯାଚିଥିଲୁ ମୋ ମାଛ କାଇଁ ,ସେ ବୁଢ଼ୀ ଲୋକଟି ତାକୁ ୫ ଥର ଏହି ଭଳି କହିଲା ଆଉ ଛଅ ଥର ଯେତେବେଳେ କହିଲା ସେତେବେଳକୁ ସେ ରାଗିକି କହିଲା ତୋ ଵଂଶରେ ଯିଏ ଏ ମାଛ ଖାଇବ ସେ ମରିବ।ଆଉ ଏମିତି ହେଲାବି ଯିଏ ସେ ମାଛର ସେବନ କଲା ସେ ମୃତ୍ୟୁ ମୁଖରେ ପଡିଲା।ତାପରେ ମାଙ୍କୁ ଭୁଲ ମାଗିଲା ପରେ ମା କହିଲେ ଯାହାକୁ ଏ ଵଂଶର ରଖିବୁ ମୁଁ ତାକୁ ଏଠାରେ ରଖିବି ନାହିଁ ବାଧ୍ୟ ହୋଇ ସେ ଅନ୍ୟଗ୍ରାମକୁ ଚାଲିଗଲା।ଆଉ ତାପରେ ସେ ମାଙ୍କ ପୀଠକୁ ଯାଇଁ ବହୁତ ଆଦର ସହିତ ମାଙ୍କୁ ଭୁଲ ମାଗି କ୍ଷମା ପ୍ରାର୍ଥନା କଲା।ମାଙ୍କର ସେହି ମନ୍ଦିର ୧୩୦୦ ବର୍ଷର ପୁରୁଣା ମନ୍ଦିର ଅଟେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.