ଆଜି ଆମେ ଜାଣିବା ଓଡ଼ିଆ ଗାୟିକା ଇରା ମହାନ୍ତିଙ୍କ ବିଷୟରେ।ଏହି ମହିଳା ଇରା ମହାନ୍ତି ଓଡ଼ିଶାର ଏକ ଜଣେ ଆଗଧାଡ଼ିର ଗାୟିକା ଅଟନ୍ତି।ଜୁଲାଇ ମାସ ୨୩ ତାରିଖରେ ଇରା ମହାନ୍ତି ଜନ୍ମ ହୋଇଥିଲେ।ସେ ଖୋର୍ଦ୍ଧା ଠାରେ ଥିବା ବାଳକାଟି ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।ଆଉ ସେ ବର୍ତ୍ତମାନ ଭୁବନେଶ୍ୱର ଠାରେ ବସବାସ କରୁଛନ୍ତି।ଏବେ ଆସନ୍ତୁ ଜାଣିବା ଇରା ମହାନ୍ତିଙ୍କର ପରିବାର ଲୋକଙ୍କ ବିଷୟରେ।ତେବେ ଓଡ଼ିଆ ଗାୟିକା ଇରା ମହାନ୍ତିଙ୍କର ବାପାଙ୍କର ନାମ ହେଉଛି ଜିତେନ୍ଦ୍ର ମହାନ୍ତି।ଆଉ ଇରା ମହାନ୍ତିଙ୍କ ମାଆଙ୍କର ନାମ ହେଉଛି କଳ୍ପନା ମାହାନ୍ତି।ଇରା ମହାନ୍ତିଙ୍କ ପରିବାରରେ ତାଙ୍କୁ ଛାଡିଲା ପରେ ତାଙ୍କର ଆଉ ଏକ ଭଉଣୀ ଓ ଭାଇଟିଏ ଅଛି।

ଏବେ ଆସନ୍ତୁ ଜାଣିବା ତାଙ୍କର ଜୀବନ ଶୈଳୀ ବିଷୟରେ।ଇରା ମହାନ୍ତି ଯେତେବେଳେ ମାତ୍ର ୨ ବର୍ଷର ହୋଇଥିଲେ ସେ ସେବେଠାରୁ ହିଁ ସଙ୍ଗୀତ ଗାଇବା ଆରମ୍ଭ କରିଦେଇଥିଲେ।ଇରା ମହାନ୍ତି ନିଜର ବାପା ଓ ମା ଙ୍କର ସମର୍ଥନ ଓ ପ୍ରେରଣା କ୍ରମେ ସେ ଗୀତ ଗାଇବାକୁ ଆରମ୍ଭ କରିଥିଲେ।ଇରା ମହାନ୍ତି ୨୦୦୩ ମସିହାରେ ଜି ଟିଭିରେ ପ୍ରସାରିତ ହେଉଥିବା ସାରେଗାମାପା ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।ଇରା ମହାନ୍ତି ପ୍ରାୟ ୨୦୦୬ ମସିହାରେ ମଧ୍ୟ ଏଫ ଏମ ରେ ମଧ୍ୟ କାର୍ଯ୍ୟ କରିଥିଲେ।
ଇରା ମହାନ୍ତି ନିଜ ଜୀବନ କାଳ ଭିତରେ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କର ନିର୍ଦ୍ଦେଶନାରେ ଅନେକ ସଙ୍ଗୀତରେ ଗୀତ ଗାନ କରି ବହୁତ ଶିଘ୍ର ପ୍ରସିଦ୍ଧ ଲାଭ କରିଥିଲେ।ଇରା ମହାନ୍ତି ନିଜର ୧୫ ବର୍ଷ ବୟସରେ ସଯଲତୀର୍ଥ ତୋ ଚରନେ ଗୀତ ଗାଇ ଥିଲେ।ଇରା ମହାନ୍ତି ନିଜ ଜୀବନ କାଳ ଭିତରେ ଅନେକ ଆଧୁନିକ,ଭଜନ,ଓଡିଶୀ ଭଳି ଅନେକ ଅନେକ କ୍ଷେତ୍ରରେ ଗୀତ ଗାଇ ସାରିଛନ୍ତି।ଏବେ ଆମେ ଜାଣିବା ଇରା ମହାନ୍ତିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ।ଇରାମହାନ୍ତି ନିଜ ସ୍ୱଭାବରୁ ଜଣେ ସହୃଦୟ ଓ ଶାନ୍ତ ମନର ବ୍ୟକ୍ତିବିଶେଷ ଅଟନ୍ତି।

ଇରା ମହାନ୍ତିଙ୍କର ଏହି ଭଳି ନମ୍ରଭାବ ଓ ସୁ ବ୍ୟବହାର ପାଇଁ ଆଜି ଇରା ମହାନ୍ତି ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି।ଆଉ ଏହି ମହିଳା ଗାୟକଙ୍କୁ ପ୍ରତ୍ୟକ ଲୋକ ବହୁୟ ଭଲ ପାଆନ୍ତି।ଏବେ ଆସନ୍ତୁ ଜାଣିବା ଇରା ମହାନ୍ତି କେଉଁ କେଉଁ ସନ୍ନମାନରେ ସମ୍ମାନିତ ହୋଇଛନ୍ତି।ଇରା ମହାନ୍ତି ନିଜର ସୁନ୍ଦର ପ୍ରତିଭା ପାଇଁ ୨୦୧୧ ସସିହାରେ ସେ ଷ୍ଟେଟ ଚଳଚ୍ଚିତ୍ର ଆୱାର୍ଡର୍ସ ସନ୍ନମାନିତ ହୋଇଥିଲେ।ଜି ଟିଭିରେ ସାରେ ଗାମା ପା,ତରଙ୍ଗ ସିନେ ଆୱାର୍ଡ ଆଉ ଆହୁରି ଅନେକ ସନ୍ନମାନରେ ସନ୍ନମାନିତ ହୋଇଛନ୍ତି।
ଏବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ଅଭୁଲା ସ୍ମୃତି ବିଷୟରେ।ଇରା ମହାନ୍ତି ଆଗରୁ ମେଲୋଡିରେ ଗୀତ ଗାଉଥିଲେ।ତାଙ୍କର ଜୀବନର ମୁଖ୍ୟ ଆଦର୍ଶ ସେ ଲତା ମଙ୍ଗେସକରଙ୍କୁ ମାନି ଆସିଛନ୍ତି।ଅସୀମା ଓ ଇରା ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ଅଟନ୍ତି।ଇରା ମହାନ୍ତି ଓଡ଼ିଆ ଗୀତ ସହିତ ହିନ୍ଦୀ ଗୀତରେ ମଧ୍ୟ କଣ୍ଠଦାନକରିଛନ୍ତି।ଏହାଥିଲା ଇରା ମହାନ୍ତିଙ୍କ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ କଥା ବିଷୟରେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।