ଓଏସଭିଏସ ପରୀକ୍ଷା ହେବା ପାଇଁ ଆସୁଛି ଏକ ବଡ଼ ଖବର।
ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଁ ପଦବୀ ବହାରିଛି।ଆଉ ଏଥିବା ମୋଟ ପଦବୀ ସଂଖ୍ୟା ହେଉଛି ୭୩୭ ଟି।ଏଥିରେ ପ୍ରିନ୍ସପାଲ ପଦବୀ ପାଇଁ ରହୁଛି ୧୪୪ ଟି ପଦବୀ।ଆଉ ଏଥିରେ ୟୁଆର,ଏସିବିସି,
ଏସି,ଏଷ୍ଟି ଵର୍ଗର ଲୋକମାନେ ଆବେଦନ କରି ପାରିବେ।ତାପରେ ଟିଜିଟି ସୋସିଆଲ ଷ୍ଟଡି ପାଇଁ ରହୁଛି ୯୭ ଟି ପଦବୀ।ଟିଜିଟି ଓଡ଼ିଆ ପାଇଁ ରହୁଛି ୪୮ ଟି ପଦବୀ।ଟିଜିଟି ଗଣିତ ପାଇଁ ରହୁଛି ୫୪ ଟି ପଦବୀ ଆଉ ଟିଜିଟି ବିଜ୍ଞାନ ପାଇଁ ରହୁଛି ୫୨ଟି ପଦବୀ।ପି.ଇ.ଟି ପାଇଁ ରହୁଛି ୭୩ ଟି ପଦବୀ।କମ୍ପୁଟର ଶିକ୍ଷକ ପାଇଁ ରହିଛି ୪୦ ଟି ପଦବୀ।ପିଜିଟି ଇଂରାଜୀ ପାଇଁ ରହୁଛି ୨୭ ଟି ପଦବୀ।ପିଜିଟି ରସାୟନ ବିଜ୍ଞାନ ଶିକ୍ଷକ ପାଇଁ ରହୁଛି ୩୬ ଟି ପଦବୀ।ପିଜିଟି ଫିଜିକ୍ସରେ ରହୁଛି ୪୩ ଟି ପଦବୀ।ପିଜିଟି ବାୟୋଲଜିରେ ରହୁଛି ୨୨ ଟି ପଦବୀ।ପିଜିଟି ଗଣିତ ଶିକ୍ଷକଙ୍କ ପାଇଁ ରହୁଛି ୩୬ ଟି ପଦବୀ।

ଏଥିରେ ପ୍ରତ୍ୟକ ଓଡ଼ିଶାର ଲୋକ ପୁଅ ହେଉ କିମ୍ବା ଝିଅ ଉଭୟ ଆବେଦନ କରି ପାରିବେ।ଚାକିରୀ ଓଡିଶା ଭିତରେ ରହିବ,ଆପଣ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଅନଲାଇନ ଦ୍ୱାରା ୨୨.୧୦.୨୦୨୦ ରୁ ୨୩.୧୧.୨୦୨୦ ପର୍ଯ୍ୟନ୍ତ ଆବେଦନ କରି ପାରିବେ।ତାପରେ ଆପ୍ଲିକେସନ ପଇସା ଡିପୋଜିଟ କରିବାର ଶେଷ ତାରିଖ ୨୫.୧୨.୨୦୨୦ ରହୁଛି।ଯଦି ଆପଣ ପ୍ରଧାନ ଶିକ୍ଷକଙ୍କ ପାଇଁ ଆବେଦନ କରିଛନ୍ତି ତାହେଲେ ଜେନେରାଲ ଓ ଏସିବିସି କାଟାଗୋରୀର ଛୁଆଙ୍କ ପାଇଁ ରହିଛି ୧୫୦୦ ଟଙ୍କା ଆଉ ଏସି,ଏଷ୍ଟି,ପୀଡ଼ବ୍ଲ୍ୟୁଡି କାଟାଗୋରୀର ଲୋକଙ୍କ ପାଇଁ ୧୦୦୦ ଟଙ୍କା ରହୁଛି।ଆଉ ଅନ୍ୟ ପୋଷ୍ଟ ପାଇଁ ଜେନେରାଲ ଓ ଏସିବିସି କାଟାଗୋରୀର ପିଲାଙ୍କ ପାଇଁ ରହୁଛି ୧୦୦୦ ଟଙ୍କା ଆଉ ଏସି,ଏଷ୍ଟି,ପୀଡ଼ବ୍ଲ୍ୟୁଡି କାଟାଗୋରୀର ପିଲାଙ୍କ ପାଇଁ ରହୁଛି ୭୦୦ ଟଙ୍କା।ବୟସର ସୀମା ପୁଅଙ୍କ ପାଇଁ ୨୧ ରୁ ୩୨ ବର୍ଷ,ଆଉ ଝିଅଙ୍କ ପାଇଁ ୨୧-୩୭ ବର୍ଷ ହୋଇଥିବା ଆଵଶ୍ୟକ।

ଯେଉଁମାନେ ଟିଯିଟି ଇଂରାଜୀ ପାଇଁ ଆବେଦନ କରୁଛନ୍ତି ସେମାନେ ଇଂରାଜୀରେ ହନର୍ସ ରଖିଥିବା ନିହାତି ଆଵଶ୍ୟକ।ତାପରେ ଟିଯିଟି ଓଡ଼ିଆ ପାଇଁ ଆବେଦନ କରିଥିବା ବ୍ୟକ୍ତି ଓଡ଼ିଆ ହନର୍ସର ହୋଇଥିବା ଆଵଶ୍ୟକ ଅଟେ।ଟିଯିଟି ସୋସିଆଲ ଷ୍ଟଡିରେ ଆପଣ ଇତିହାସ,ଭୂଗୋଳ,ଇକୋମମିରେ ବି.ଏ କରିଥିବା ନିହାତି ଆବଶ୍ୟକ ଅଟେ।ଟିଯିଟି ଗଣିତ ପାଇଁ ଡିଗ୍ରୀ କରିବା ନିହାତି ଆବଶ୍ୟକ ଅଟେ।ଆଉ ଗଣିତରେ ୨୦୦ ରୁ ଅଧିକ ମାର୍କ ରହିବା ନିହାତି ଆବଶ୍ୟକ।ଟିଯିଟି ବିଜ୍ଞାନରେ ଆବେଦନ କରିବା ପାଇଁ ଆପଣ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ଆଵଶ୍ୟକ ଆଉ ବଟାନି କିମ୍ବା ଜୁଲଜି,କେମେଷ୍ଟ୍ରି ଆଉ,ଜୀଵ ବିଜ୍ଞାନ ଥିବା ଆଵଶ୍ୟକ।ପିଜିଟି ଆବେଦନ କରିବା ପାଇଁ ଆପଣ ଯେଉଁ ବିଷୟ ପାଇଁ ଆବେଦନ କରିବେ ସେଥିରେ ୨ ବର୍ଷ ପୋଷ୍ଟ ଗ୍ରାଜୁଏଟ କରିଥିବେ ଆଉ ସେଥିରେ ୫୦% ମାର୍କ ରଖିଥିବେ।

ପିଟି ଶିକ୍ଷକ ପାଇଁ ଡିଗ୍ରୀ କିମ୍ବା ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ଶାରୀରିକ ପରିଶ୍ରମ କ୍ଷେତ୍ରରେ କରିଥିବା ନିହାତି ଆବଶ୍ୟକ ଅଟେ।କମ୍ପ୍ୟୁଟର ଶିକ୍ଷକ ପାଇଁ ଆପଣ ଏମେସି କିମ୍ବା ବିଏସି କରିଥିଲେ ଆବେଦନ କରି ପାରିବେ।ଆଉ ଆପଣଙ୍କୁ ଏଠାରେ ଟିଯିଟି ପଦବିରେ ୪୪ ହଜାର ୯୯୦ ଟଙ୍କା ମିଳିବ।ଆଉ ପିଜିଟି ପାଇଁ ୪୭ ହଜାର ୬୦୦,ପିଇଟି ପୋଷ୍ଟ ପାଇଁ ୩୫ ହଜାର ୪୦୦ ପାଇବେ।ପ୍ରଥମେ ଏଠାରେ କମ୍ପୁଟର ବେଶ ପରୀକ୍ଷା ରହିବ ଓ ତାପରେ ଇଣ୍ଟରଭ୍ୟୁ ରହିବ,ତାପରେକାଗଜପତ୍ର ଦେଖାଯିବ।ଏହା ସମ୍ପୂର୍ଣ୍ଣ ୨୦୦ ମାର୍କର ପରୀକ୍ଷା ରହିବ।ଆଉ ଏଥିରେ ୨୦୦ ଟି ପ୍ରଶ୍ନ ରହିବ।ଆଉ ସମୟ ସୀମା ୨୦୦ ମିନିଟ ରହିବ।ପ୍ରଥମ ବିଭାଗରେ ୪୦ ମାର୍କର ପ୍ରଶ୍ନ ରହିବ ଯେମିତି ଇଂରାଜୀ ୨୦ ଆଉ ଓଡ଼ିଆ ୨୦ ମାର୍କ।ଦ୍ଵିତୀୟ ବିଭଗାରେ ରିଜୋନିଙ୍ଗରେ ୩୦ ମାର୍କ ଆଉ କରେଣ୍ଟ ଆଫେୟାରରେ ୩୦ ମାର୍କର ପ୍ରଶ୍ନ ରହିବ।ତୃତିୟରେ ୧୦୦ ମାର୍କ ପରୀକ୍ଷା ହେବ।ଆଉ ଯଦି ଆପଣ ଭୁଲ ଉତ୍ତର ଦେଉଛଣ୍ଡ ତାହେଲେ ୦.୨୫ ମାର୍କ କଟାଜୀବ।ଆଉ ଆପଣଙ୍କୁ ଏଥିରେ ଭାଲିଡିଟି ଇମେଲ ଆଇଡି ଆଉ ଫୋନ ନମ୍ବର,ପାସ୍ପୋର୍ଟ ଫୋଟୋ।ଆଉ ନିଜର ଏକ ହସ୍ତାକ୍ଷର। ପିଅନ,ଡ୍ରାଇଭର,ଝାଡୁଦାର ଏବଂ ସିକ୍ୟୁରିଟି ଗାର୍ଡ ପାଇଁ ଆଗକୁ ଚାକିରୀ ସୁଯୋଗ ଆସୁଛି ସେ ସବୁ ବିଷୟରେ ସୂଚନା ପାଇଁ ଆମକୁ ତଳେ ଶୀଘ୍ର ଲାଇକ କରନ୍ତୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।