ଦୀପାବଳୀ ପରଦିନ ଖୋଲିବ ସ୍କୁଲ! ଏହି ଦିନ ଖୋଲିବ ସମସ୍ତ କଲେଜ

ଓଡ଼ିଶାରେ ସ୍କୁଲ କଲେଜ କେବେ ଖୋଲିବ ଏନେଇ ନୂଆ ଅପଡେଟ।

ତେବେ ଆପଣ ମାନେ ଆଗରୁ ଜାଣିଥିବେକି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେକି ପୂଜା ଛୁଟି ପରେ ସବୁ ସ୍କୁଲ ଏବଂ କଲେଜ ଖୋଲିଯିବ।ତାପରେ ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତିକୁ ମୁଖ୍ୟମନ୍ତ୍ରୀ ନଜରରେ ରଖି ବା ଅନୁଧ୍ୟାନକରି ଆଜି ଗଣଶିକ୍ଷା ମନ୍ତ୍ରୀ ସମି ରଞ୍ଜନ ଦାଶ ଏହାର ଉତ୍ତର ଦେଇଛନ୍ତି।ତେବେ କଣ ଦୀପାବଳି ପରେ ଖୋଳିବ ସ୍କୁଲ ଓ କଲେଜ,ଏନେଇ ଗଣ ଶିକ୍ଷା ମନ୍ତ୍ରୀ କଣ କହିଲେ ଏ ସବୁ ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆଗକୁ ନିହାତି ଭାବରେ ପଢ଼ନ୍ତୁ।ତେବେ କଣ ଦୀପାବଳି ପରେ ଖୋଲିବକି ସ୍କୁଲ ଓ କଲେଜ ଏନେଇ ରାଜ୍ୟ ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି।ସେଥିପାଇଁ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତ ମାନଙ୍କ ସହିତ ଆଲୋଚନା କରାଯାଇ ବ୍ଲୁ ପ୍ରିଣ୍ଟର ପ୍ରସ୍ତୁତ କରାଯାଇଛି।

ଆଉ ବହୁତ ଶିଘ୍ର ଏନେଇ ରାଜ୍ୟସରକାର ବିଦ୍ଧିବଦ୍ଧ ଭାବରେ ତାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।ମହାମାରୀ କରୋନା ସଂକ୍ରମଣକୁ ଆଗରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଛି।ତେବେ ଆଗରୁ ଦୁର୍ଗା ପୂଜା ପରେ ସ୍କୁଲ ଖୋଲା ଜୀଵ ବୋଲି କୁହାଯାଉଥିଲା।ତେଣୁ କରୋନା ସଂକ୍ରମଣ କମ ହୋଇ ନଥିବାରୁ ସ୍କୁଲ ଓ କଲେଜ ଖୋଲି ନାହିଁ।ବର୍ତ୍ତମାନ ସମୟରେ ଅନଲାଇନରେ ଛାତ୍ର ଓ ଛାତ୍ରୀଙ୍କର ପାଠ ପଢା ଜାରି ରହିଥିବା ବେଳେ ଆଉ ଦୀପାବଳି ପରେ ସ୍କୁଲ ଖୋଲିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇ ଅଛି।ଆଉ ଏହା ଉପରେ ପ୍ରତିକ୍ରିୟା ରଖୀଛନ୍ତି ସମୀର ରଞ୍ଜନ ଦାସ।ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟ ପକ୍ଷରୁ ସ୍କୁଲ ଓ କଲେଜ ଖୋଲିବ ନେଇ ଶେଷ ନିଷ୍ପତ୍ତି ଆସିବ।

ଆଉ ନିଷ୍ପତ୍ତି ଆସିବା ପରେ ସ୍କୁଲ ଓ କଲେଜ ଖୋଲିବ କି ନାହିଁ ଘୋଷଣା ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।ଏହା ପରେ ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତିକି ପୂଜା ଛୁଟି ପରେ ସ୍କୁଲ ଓ କଲେଜ ଖୋଲିବ ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ।ନଭେମ୍ବର ମାସର ଗାଈଡ଼ ଲାଇନ ଆସିବା ପରେ ହିଁ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ।ଯେହେତୁ ଆଗାମୀ ଦିନ ମାନଙ୍କରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ମେଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପିଲାଙ୍କର ଫାଇନାଲ ବୋର୍ଡ ପରୀକ୍ଷା ଆସୁଛି ଆଉ ସେଥିପାଇଁ ଯେତେ ଶିଘ୍ର ହେବ ବିଚାର ବିମର୍ଶ କରି ସ୍କୁଲ ଖୋଲାହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହା ପରେ କରୋନା ନିଜର କାୟା ମେଲେଇବା ପରେ ରାଜ୍ୟସରକାର ସମସ୍ତ ସ୍କୁଲ ଓ କଲେଜକୁ ମାର୍ଚ୍ଚ ମାସ ଠାରୁ ବନ୍ଦ ରଖିବାକୁ ଘୋଷଣା କରିଥିଲେ।

ଏହା ପରେ କେନ୍ଦ୍ରସରକାର ଅନଲକ ପ୍ରକ୍ରିୟାରେ ସ୍କୁଲ ଓ କଲେଜ ଖୋଲିବ ବୋଲି ଅନୁମତି ଦେଇସାରିଛନ୍ତି।ଆଉ ଏହା ପରେବି ରାଜ୍ୟ ସରକାର କରୋନା ମହାମାରିର ପରିସ୍ଥିତିକୁ ନିଜ ଆଖି ଆଗରେ ରଖି ଏ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ଦେଇ ନାହାନ୍ତି।ତେବେ ଖୁବ ଶୀଘ୍ର ରାଜ୍ୟ ସରକାର ନଭେମ୍ବର ମାସର ଗାଇଡ଼ ଲାଇନ ଜାରି କରିବାକୁ ଯାଉଛନ୍ତି।ଆଉ ସେହି ଗାଇଡ଼ ଲାଇନରେ ସ୍ପଷ୍ଟ ଜଣା ପଡିବକି ଆଗକୁ ସ୍କୁଲ ଓ କଲେଜ କେବେ ଖୋଲିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.