ନବୀନ ସରକାରଙ୍କ ନୂଆ ଯୋଜନା,ଏହି ଜାତିର ଝିଅଙ୍କୁ ବିବାହ କଲେ ମିଳିବ ୨.୫୦ଲକ୍ଷ ଟଙ୍କା

ଓଡିଶା ସରକାର ବାହାର କଲେ ଏକ ନୂଆ ଯୋଜନା ଯାହାର ନାମ ହେଉଛି ସୁମଙ୍ଗଳ ପୋର୍ଟାଲ।

ଏହା ପରଠାରୁ ବିବାହ କଲେ ମିଳିବ ପ୍ରାୟ ୨ ଲକ୍ଷ୍ୟ ୫୦ ହଜାର ଟଙ୍କା ର ରାଶି,ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଏହି ସୁମଙ୍ଗଳ ପୋର୍ଟାଲ।ଆଉ ଯାହା ଜରିଆରେ ବିବାହ କରିଥିବେ ସେ ପାଇବେ ୨ ଲକ୍ଷ୍ୟ ୫୦ ହକାର ଟଙ୍କାର ପ୍ରୋତ୍ସାହନ ରାଶି।ଆଉ ଏହା ସହିତ ମୁଖ୍ୟ ମନ୍ତ୍ରୀ ଛାତ୍ର ବୃତ୍ତି ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଛାତ୍ର ବୃତ୍ତି ପୋର୍ଟାଲରେ ରାଜ୍ୟର ୧୧ ଲକ୍ଷ୍ୟରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ।ତେବେ ବିବାହ କଲେ କେଉଁ କେଉଁ ମାନଙ୍କୁ ଓ କିପରି ମିଳିବ ପ୍ରୋତ୍ସାହନ ରାଶି ଓ ଛାତ୍ର ବୃତ୍ତି ପୋର୍ଟାଲ ଜରିଆରେ କିପରି ଛାତ୍ର ଛାତ୍ରୀ ଉପକୃତ ହୋଇ ପାରିବେ।ଏହି ବିଷୟରେ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ପଢ଼ନ୍ତୁ।

ଏଣିକି ସରକାରୀ ଛାତ୍ର ବୃତ୍ତି ପାଇଁ ଛାତ୍ର ଓ ଛାତ୍ରୀ ମାନଙ୍କୁ ବିବିଭିନ୍ନ ଭିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ।ମାତ୍ର ଏକ ମାତ୍ର ପୋର୍ଟାଲ www.scholarship.odisha.
Gov.in ରେ କ୍ଲିକ କଲେ ପିଲାମାନେ ସେମାନଙ୍କ ଛାତ୍ର ବୃତ୍ତିରେ ପାଇ ପାରିବେ।ଏହାଦ୍ୱାରା ପ୍ରାୟ ରାଜ୍ୟର ଏଗାର ଲକ୍ଷରୁ ଅଧିକ ଛାତ୍ର ଓ ଛାତ୍ରୀ ଉପକୃତ ହେବେ।ତେବେ ସୂଚନା ଅନୁସାରେ ୬ ଟି ବିଭାଗ ପକ୍ଷରେ ୨୧ ଟି ଛାତ୍ର ବୃତ୍ତି ଦିଆଯାଇଥାଏ।ଆଉ ଛାତ୍ର ବୃତ୍ତି ପୋର୍ଟାଲ ଦ୍ୱାରା ସରକାରୀ ବିଭାଗର ଓ ଆସାଇ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦୂରତ୍ୱ କମି ପାରିବ।ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ନିର୍ଦ୍ଧିଷ୍ଟ ଭସ୍ମୟ ସୀମା ଭିତରେ ବୃତ୍ତି ପାଇ ପାରିବେ।

ଆଉ ଏହା ସହିତ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେ ହେଉଛନ୍ତି ନବୀନ ପଟ୍ଟନାୟକ ସୁମଙ୍ଗଳ ପୋର୍ଟାଲର ମଧ୍ୟ ଶୁଭ ଆରମ୍ଭ ମଧ୍ୟ କରିଛନ୍ତି।ଏହି ସୁମଙ୍ଗଳ ପୋର୍ଟାଲ ଜରିଆରେ ଆନ୍ତଃ ଜାତି ବିବାହ କରିଥିବା ହିତାଧିକାରୀ ପାଇବେ ପ୍ରାୟ ୨ ଲକ୍ଷ୍ୟ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବକି ଏହି ପୋର୍ଟାଲରେ ଆମେ କିପରି ଆବେଦନ କରିବା ?ସୁମଙ୍ଗଲ ପୋର୍ଟାଲ ଉନ୍ନମୋଚନ କରିବା ଦ୍ୱାରା ମୁଖ୍ୟ ମନ୍ତ୍ରୀ କହିଛନ୍ତି କି ଆନ୍ତଃ ଜାତି ବିବାହ ଦ୍ୱାରା ସମାଜରେ ଏକତା ବଢିବା ସହିତ ଏହା ଜାତି ଗୋତ୍ର ବାଛ ଓ ବିଚାର ହ୍ରାସ କରେ।

ଏହି ସୁମଙ୍ଗଲ ପୋର୍ଟାଲ ଉନ୍ନମୋଚନ କରିବା ଦ୍ୱାରା ସମାଜରେ ସମାନତା ଓ ଶାନ୍ତି ପୁର୍ଣ୍ଣ ସହବାସ୍ଥାନ ବୃଦ୍ଧି କରେ।ଆଉ ଏହି ସୁମଙ୍ଗଲ ପୋର୍ଟାଲ ଏହି ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଆଉ ଏହି ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ରେ ଆବେଦନ କଲେ ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀ ମାନେ ମାତ୍ର ୬୦ ଦିନ ଭିତରେ ପ୍ରୋତ୍ସାହନ ରାଶି ଆକାରରେ ପ୍ରାୟ ୨ ଲକ୍ଷ୍ୟ ୫୦ ହଜାର ଟଙ୍କା ପାଇ ପାରିବେ।ଏହି ଭଳି କାର୍ଯ୍ୟ କର୍ମରେ ଯୋଗଦେଇ ଅନୁସୂଚିତ ଜନଜାତି ଏବଂ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ କେବଳ ଅନୁସୂଚିତ ଜନଜାତି ଓ ଜାତିବିକାଶ ଅଧିନରେ ପ୍ରାୟ ୬ ଲକ୍ଷ୍ୟ ଛାତ୍ର ଛାତ୍ରୀ ବୃତ୍ତିର ସୁବିଧା ପାଉଛନ୍ତି।5 ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନ ଓ ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.