ବଲିଉଡରେ ଆଜିକାଲି ଆଇଟମ ଡ୍ୟାନ୍ସ ଓ ଗୀତର କ୍ରେଜ ଦେଖିବାକୁ ମିଳିଥାଏ,ସେ ଅଭିନେତ୍ରୀ ବଡ଼ ହେଉ କିମ୍ବା ଛୋଟ।କେହି ଆଇଟମ ଗୀତ କରିବାରେ ଲଜ୍ଜ୍ୟା କରୁ ନାହାନ୍ତି।ଆଇଟମ ଗୀତ କାରଣରୁ ଚଳଚ୍ଚିତ୍ର ମଧ୍ୟ ହିଟ ହେବାରେ ଲାଗିଛନ୍ତି,ଆଉ ଏହି କାରଣରୁ ଯେକୌଣସି ଅଭିନେତ୍ରୀ ଗୋଟେ ଆଇଟମ ଗୀତ କରିବାକୁ ଗୋଟେ କୋଟିରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ନେଇ ଥାଆନ୍ତି।ଆଉ ଚଳଚ୍ଚିତ୍ରକୁ ହିଟ କରେଇବା ପାଇଁ ପ୍ରତ୍ୟକ ଚଳଚ୍ଚିତ୍ର ନିର୍ମାତାଙ୍କୁ ଦେବାକୁ ପଡିଥାଏ।ଆଉ ପ୍ରାୟ ସମୟରେ ଏମିତି ଦେଖାଯାଏ ଚଳଚ୍ଚିତ୍ର ପଛେ ହିଟ ନହେଉ କିନ୍ତୁ ଆଇଟମ ଗାର୍ଲ ଲୋକଙ୍କ ଭିତରେ ଏକ ଚର୍ଚ୍ଚାର ବିଷୟ ହୋଇ ରହିଥାଏ।ଆଉ ଏହି କାରଣ ହୋଇଥାଏ ସେ ଛୋଟ କିମ୍ବା ବଡ଼ ଅଭିନେତ୍ରୀ ହୁଅନ୍ତୁ ନିଜର ଏହି ଆଇଟମ ଡ୍ୟାନ୍ସ କରିବା ପାଇଁ ମୋଟାରୁ ମୋଟା ଟଙ୍କା ବସୁଲ କରି ଥାଆନ୍ତି।

୧.ଜ୍ୟାକ୍ଲିନ ଫର୍ଣ୍ଣାନଣ୍ଡିସ:-ଏହି ଅଭିନେତ୍ରୀ ନିଜର ସୁନ୍ଦରତା ପାଇଁ ବଲିଉଡରେ ଅଧିକରୁ ଅଧିକ ଜଣା ଯାଇ ଥାଆନ୍ତି।ରାମୟା ବସ୍ତାଭୟାରେ ନାଚିବା ପାଇଁ ଏହି ଅଭିନେତ୍ରୀ ପ୍ରାୟ ୪୦-୫୦ ଲକ୍ଷ୍ୟ ପର୍ଯ୍ୟନ୍ତ ଟଙ୍କା ନେଇ ଥିଲେ।ତାପରେ ସେ ମାଧୁରିଙ୍କ ଗୀତରେ ଯେତେବେଳେ ନାଚି ଥିଲେ ତାଙ୍କର ଡିମାଣ୍ଡ ସେବେ ଠାରୁ ବଢିଗଲାଣି।ଆଉ ସେ ପ୍ରାୟ ଏକ କୋଟିରୁ ଅଧିକ ଏବେ ଚାର୍ଜ କରୁଛନ୍ତି।
୨.ପ୍ରିୟଙ୍କା ଚୋପଡା:-ଏହି ଅଭିନେତ୍ରୀ ରାମଲିଳା ଓ ସୁଟ ଆଉଟ ଆଟ ବଦଲାରେ ଆଇଟମ ସଙ୍ଗ କରିଥିଲେ।ଆଉ ଏହି ଅଭିନେତ୍ରୀ ଆଇଟମ ସଙ୍ଗ କରିବା ପାଇଁ ପ୍ରାୟ ତିନି କୋଟିରୁ ଅଧିକ ଟଙ୍କା ନେଇ ଥାଆନ୍ତି।

୩.ମଲାଇକା ଆରୋରା:-ଛଇଁଆ ଛଇଁଆ ରେ ବଲିଉଡରେ ପ୍ରବେଶ କରିଥିବା,ଏହି ଅଭିନେତ୍ରୀ ମୁନି ବଦନାମ ହୁଇରେ ବହୁତ ଫେମସ ହୋଇଥିଲେ।ଆଉ ଏହି ଅଭିନେତ୍ରୀ ବଲିଉଡରେ ସବୁଠାରୁ ଫିଟ ଅଭିନେତ୍ରୀ ମଧ୍ୟ ଅଟନ୍ତି।ଆଉ ସେ ଆଇଟମ ସଙ୍ଗ କରିବା ପାଇଁ ଗୋଟେ କୋଟିରୁ ଅଧିକ ନେଇ ଥାଆନ୍ତି।

୪.ଶନି ଲୀଓନି:-ଆଇଟମ ଡ୍ୟାନ୍ସ ପାଇଁ ଶନି ଲିଅନି ଚଳଚ୍ଚିତ୍ର ତିଆରି କରୁଥିବା ଲୋକଙ୍କ ପ୍ରଥମ ପସନ୍ଦ ଅଟେ।ଆଉ ତାଙ୍କୁ ବେବିଡ଼ଲ ଗୀତ କରିବା ପାଇଁ ୨୫-୩୦ ଲକ୍ଷ୍ୟ ଟଙ୍କା ଦିଆ ଯାଇଥିଲା।ତାପରେ ଲେଲା ଓ ଲେଲା ରଇସ ଚଳଚ୍ଚିତ୍ରରେ ତାଙ୍କର ଚାହିଦା ବଢିଗଲା ଆଉ ସେ ଏବେ ଗୋଟେ ଗୀତ ପାଇଁ ୨ କୋଟି ଟଙ୍କା ନେଉଛନ୍ତି।

୫.କରିନା କପୁର ଖାନ:-ସେ ଗୋଟେ ଚଳଚ୍ଚିତ୍ର କରିବା ପାଇଁ ପ୍ରାୟ ୧୫ କୋଟି ଟଙ୍କା ନିଅନ୍ତି ଆଉ ଆଇଟମ ଗୀତ କରିବା ପାଇଁ ୫ କୋଟି ଟଙ୍କା ନେଇଥାଆନ୍ତି।ଆଉ ତାଙ୍କର ଗୋଟେ ଗୋଟେ ଷ୍ଟେପ ପାଇଁ ଚଳଚ୍ଚିତ୍ର ବହୁତ ହିଟ ହୋଇଥାଏ।

୬.ମଲିକା ସେରାଵତ:-ମଲିକା ଚଳଚ୍ଚିତ୍ର ଗୁରୁରେ ମାଇଁଆ ମାଇଁଆ ଗୀତରର ନାଚି ସମସ୍ତଙ୍କ ହୃଦୟ ମୋହି ନେଇଥିଲେ।ଆଉ ଏହି ରୂପକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ।ଆଉ ସେ ଗୋଟେ ଆଇଟମ ଡ୍ୟାନ୍ସ ପାଇଁ ଗୋଟେରୁ ଦୁଇ କୋଟି ନେଇ ଥାନ୍ତି।ଗୋଟେ ସମୟରେ ମଲିକା ବଲିଉଡର ବହୁତ ସୁନ୍ଦରି ଥିଲେ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।