ବାଲେଶ୍ୱର ରେ ଭୋଟ ଖଣ୍ଡକ ୫୦୦, ଜଗତସିଂହପୁର ରେ ପରିବାର ପିଛା ୫ ହଜାର

ପ୍ରଚାର ଶେଷ ନିର୍ବାଚନ କୁ ଆଉ କେଇ ଘଣ୍ଟା ବାକି ଥିବା ବେଳେ ଆସିଛି ସଙ୍ଗୀନ ଅଭିଯୋଗ। ବାଲେଶ୍ୱର ଏବଂ ତିରତୋଲ୍ ରେ ଚାଲିଛି ନୋଟ ଫର ଭୋଟ ଧନ୍ଦା। ୫୦୦ ନିଅ ଭୋଟ ଏହି ଚିହ୍ନରେ ଦିଅ।ଏକ ନିର୍ଦ୍ଦିଷ୍ଟ ଦଳ ଘର ଘର ବୁଲି ଖୁଲମ ଖୁଲା ଟଙ୍କା ବାଣ୍ଟୁ ଥିବା ଘଟଣା ସାମ୍ନା କୁ ଆସିଛି। ପରିବାର ପିଛା ୫ ହଜାର ଟଙ୍କା ଏକ କିଲୋ ଚିକେନ୍ ଦିଆ ଯାଉଥିବା ବେଳେ ଆଉ କେତେକ ସ୍ଥାନରେ ମଦ ମାଂସ ଭୋଜି ମଧ୍ୟ ଦିଆ ଯାଉଛି। ଯୁବ ଗୋଷ୍ଠି ମାନଙ୍କର ଏହି ସମୟରେ ରଜ ଉତ୍ସବ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଗତ କାଲି ରାତି ପ୍ରାୟ ୧୦:୩୦ ରେ କିଛି ଯୁବକ ତିରତୋଲ୍ ନିର୍ବାଚନ ପାଇଁ ଅଢେ଼ଇ କୂଳ ପଞ୍ଚାୟତ ର ସାନ କୋର କୋର ଗାଁ ରେ ବିକ୍ରମ ନାୟକ ଙ୍କ ଘରକୁ ଆସିଥିଲେ। ଏବଂ ତାଙ୍କ ଘରେ ଏକ କିଲୋ ଚିକେନ୍ ସହିତ ୪ ହଜାର ଟଙ୍କା ଭୋଟ ପାଇଁ ପ୍ରଲୋଭନ ଦେଇଥିଲେ। ଏନେଇ ସେ ମନା କରିବାରୁ ୫୦୦୦ ଟଙ୍କା ରଖି ଘରର ସମସ୍ତ 11 ଖଣ୍ଡ ଭୋଟ ଡ୍ୟାସ୍ ଚିହ୍ନରେ ମୋହର ମାରିବାକୁ କହିଥିଲେ। ଏନେଇ ଏକ ଅଭିଯୋଗ ସାମ୍ନା କୁ ଆସିଥିଲେ ମଧ୍ୟ ସକାଳେ ୩ ଘଣ୍ଟା ମଧ୍ୟରେ ମାମଲା ଟିକୁ ବଳ ପ୍ରୟୋଗ କରି ଚପେଇ ଦିଆ ଯାଇଛି।


ଏହି ପାର୍ଟି ର ପାୱାର ଅଧିକ ଥିବା ରୁ ଭୟବିତ ହୋଇ ଅଭିଯୋଗ ତ ଦୂରର କଥା ପରିବାର ଆଉ ମୁହଁ ଖୋଲି ନାହାଁନ୍ତି। ବଡ଼ କୋର କୋର ଠାରେ ଏସ ଏସ ସି ମହିଳା ସ୍ୱୟଂ ସହାୟକ ଗୋଷ୍ଠି କୁ ଭୋଜି ଏବଂ ଟଙ୍କା ଭୋଟ ଦେବା ପାଇଁ ଆବଣ୍ଟନ କରାଯାଇଛି।

ସେହିଭଳି ବାଲେଶ୍ୱର ର କିଛି ସ୍ଥାନରେ ୪ ରୁ ୫ ହଜାର ଟଙ୍କା ପ୍ରତ୍ୟେକ ପରିବାର କୁ ଦିଆଯାଇଛି ଏହା ସହିତ ଚିକେନ୍ ମାଂସ ମଦ ଭୋଜି ମଧ୍ୟ ଦିଆ ଯାଇଛି। ଏହି ପାର୍ଟି ର ପାୱାର ଅଧିକ ହୋଇଥିବାରୁ ଏହି ପାର୍ଟି ଏଥର ଉଭୟ ବାଲେଶ୍ୱର ନିର୍ବାଚନ ଏବଂ ତିରତୋଲ ରେ ବିଜୟୀ ହେବ। ଖୁବ ଟଙ୍କା, ମଦ, ମାଂସ ଲୋକ ମାନଙ୍କୁ ଦିଆ ଯାଇଛି। ଲୋକେ ମଧ୍ୟ ମଦ ଚିକେନ୍ ଏବଂ ଟଙ୍କା ପାଇଁ ପାଗଳ। ତେବେ ଦେଶର ଭବିଷ୍ୟତ ଦେଶର ନାଗରିକ ଙ୍କ ହାତରେ ଥାଏ କିନ୍ତୁ ଏ ଦେଶର ସ୍ଥିତି ଏମିତିରେ କେବେ ମଧ୍ୟ ବଦଳିବ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.