ମାଡି ଆସୁଛି ଭୟଙ୍କର ବାତ୍ୟା ଗୋନି, ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା ବାତ୍ୟାର ଭୟଙ୍କର ରୂପ ଦେଖିଲେ ମୁଣ୍ଡ ଟିଣ ହେବେ

ଆସନ୍ତୁ ଜାଣିବା କିଛି ପାଣିପାଗ ଖବର ବିଷୟରେ।ତାହେଲେ ଲ୍ୟାଣ୍ଡ ଫଲ କରିବାକୁ ଯାଉଛି ୨୦୨୦ର ସବୁଠାରୁ ବଡ଼ ଓ ଶକ୍ତିଶାଳି ଟାଇଫୁନ ଗୋନି।ଆଉ ଆମ ସୂତ୍ର ଅନୁସାରେ ଜଣା ପଡିଛିକି ଆସନ୍ତା କାଲି ପ୍ରାୟ ଫିଲିଫାଇନ୍ସରେ ହିଟ କରିବ ଏହି ବାତ୍ୟା।ଶକ୍ତି ଶାଳୀ ଓ ଭୟଙ୍କର ଘୁର୍ଣ୍ଣିକୁ ଷ୍ଟ୍ରମ କାଟାଗୋରୀ ୫ ଦ୍ୱାରା ଚିନ୍ହଟ କରାଯାଇଛି।ଆଉ ଏହାର ପ୍ରଭାବରେ ପ୍ରାୟ ୨୧୫ କି.ମି ବେଗରେ ପବନ ବହିବ।ଆଉ ସ୍ଥଳ ବିଶେଷରେ ଏହି ପବନର ବେଗ ଆହୁରି ପ୍ରଖର ହୋଇ ଘଣ୍ଟା ପ୍ରତି ୨୬୪ କି.ମି ପର୍ଯ୍ୟନ୍ତ ହୋଇପାରେ।ସମ୍ଭାବ୍ୟ କ୍ଷୟକ୍ଷତି ଓ ଧନ ଜୀବନ ହାନି ଆଶଙ୍କାରେ ଫିଲିପାଇନ୍ସର ସମୁଦ୍ରତଟ ଅଞ୍ଚଳରେ ଥିବା ହଜାର ହଜାର ଲୋକନ୍ତୁ ସ୍ଥାନାନ୍ତର କରିଛନ୍ତି।

ଆଉ ଏହା ପୂର୍ବରୁ ୨୦୦୩ ନଭେମ୍ବରରେ ହାଇରାନ ଟାଇଫୁନରେ ଫିଲି ପାଇନ୍ସ ହେବାସହ,୬୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ।ଏହି ହାଇରାନ ଠାରୁ ଗୋନି ଅଧିକ ଶକ୍ତିଶାଳି ରହିଛି।ବଙ୍ଗୋପସାଗରରେ ପ୍ରବେଶ କରିଛି ଟାଇଫୁନ ମୋଲାଭରର ଅଂଶ ବିଶେଷ।ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ଘୁର୍ଣ୍ଣି ବଳୟ ଘନୀଭୂତ ହୋଇ ମିଆମାର ତଟରେ ଲଘୁଚାପର ରୂପ ନେଇଅଛି।ଆମ ସୁତ୍ର ଅନୁସାରେ ଜଣାପଡିଛିକି ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାଙ୍ଗଳାଦେଶ ଉପକୂଳ ଆଡ଼କୁ ମୁଁଆଁହିବ।

ଆପଣ ମାନେ ଶୁଣି ଖୁସିହେବେକି ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର.ବିଶ୍ୱାସଙ୍କ କହିବା ଅନୁସାରେ ଏହି ଯେଉଁ ସୃଷ୍ଟି ହେଉଥିବା ଘୁର୍ଣ୍ଣି ବଳୟର କୌଣସି ପ୍ରଭାବ ଓଡିଶା ଉପରେ ନାହିଁ।ଆହୁରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର.ବିଶ୍ୱାସ କହିଛନ୍ତିକି ଓଡ଼ିଶାର କେତେକ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ ବିଜୁଳି ମାରିବାର ସମ୍ଭାବନା ରହିଛି।ଆଉ ସେପଟରେ ପାଗ ସୁଖିଲା ଆଉ ଖରାଟିଆ ଥିବାରୁ ପାଣିପାଗର ତାପମାତ୍ରା ପ୍ରାୟ ସ୍ୱାଭାବିକ ରହିବ।

ଆଉ ଆମ ସୋନପୁରର ତାପମାତ୍ରା ପ୍ରାୟ ସର୍ବନିମ୍ନ ୧୩.୪ ଡିଗ୍ରୀ ତାପମାତ୍ରା ରହିବ।ଆଉ ତାପରେ ୪ ଟି ଜିଲ୍ଲାର ତାପମାତ୍ରା ସର୍ଵନିମ୍ନ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ପ୍ରାୟ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୧ ଡିଗ୍ରୀ କମ ରହିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର.ବିଶ୍ୱାସ କହିଛନ୍ତିକି ଆସନ୍ତା ୨୪ ଘଣ୍ଟା ଭିତରେ ପାଣିପାଗ ସ୍ୱାଭାବିକ ଠାରୁ ପ୍ରାୟ ଏକ ଡିଗ୍ରୀ କମ ରହିବ।ଆଗାମୀ ପ୍ରାୟ ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ ପ୍ରାୟ ସୁଖିଲା ରହିବ।

ଆସନ୍ତା କାଲିଠାରୁ ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ହାଲ୍କାରୁ ମଧ୍ୟମ ଧରଣରୁ ବର୍ଷା ହୋଇପାରେ।ଆଉ କେତେକ ସ୍ଥାନରେ ଆକାଶ ମେଘାଛନ୍ନ ରହିବ ତାସହିତ ପାଗ କୋହଲା ରହିବ ଏହାର କାରଣ ସ୍ୱରୂପ ପାଗରେ ସାଧାରଣ ତାପମାତ୍ରା ପରିବର୍ତ୍ତନ ରହିପାରେ ଆଉ ଏହା ଫଳରେ ପାଗରେ ଥଣ୍ଡା ପଡିବାର ସମ୍ଭାବନା ରହିପାରେ।ଆଉ ଏହି ବାତ୍ୟାର ପ୍ରଭାବ ଆମ ଓଡ଼ିଶା ଉପରେ ପଡିବ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.