ଆଜି ଆମେ ଜାଣିବା ଓଡ଼ିଶାର ଲୋକ ପ୍ରତିଷ୍ଠିତ କଳାକାର ବ୍ରଜସିଂହଙ୍କର ଜୀବନୀ ବିଷୟରେ।ବ୍ରଜ ହେଉଛନ୍ତି ଜଣେ ନାମି ଦାମି କଳାକାର।ସେ ତାଙ୍କର କମେଡି ବଳରେ ଲୋକ ମାନଙ୍କୁ ହସାଇଥାନ୍ତି।ତାଙ୍କର କମେଡି ଦେଖିବା ପାଇଁ ବହୁତ ମଜା ଆସିଥାଏ।ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ତାଙ୍କର କମେଡି ଦେଖିବା ପାଇଁ ଭଲ ପାଇ ଥାଆନ୍ତି।ବ୍ରଜ ବହୁତ ଫିଲ୍ମରେ ମଧ୍ୟ କାମ କରିଛନ୍ତି।ବ୍ରଜ ଓଡ଼ିଆ ସିନେମା ଜଗତରେ ଜଣେ ଅଭୁଲା ପ୍ରତିଭା ଭାବରେ ପରିଚିତ ହୋଇଛନ୍ତି।ବ୍ରଜନଙ୍କର ଡାକ ନାମ ବା ତାଙ୍କୁ ସମସ୍ତେ ଶ୍ରଦ୍ଧାରେ ବାବୁଲା ବୋଲି ଡାକନ୍ତି।ବାବୁଲାଙ୍କର ଜନ୍ମ ସ୍ଥାନ ହେଉଛି ଓଡିଶାର କଟକ ଜିଲାରେ।ବ୍ରଜଙ୍କର ପରିବାର କହିଲେ ତାଙ୍କର ବାପା,ପତ୍ନୀ ଏବଂ ଝିଅ ଏହି ତିନିଜଣଙ୍କୁ ନେଇ ବ୍ରଜ ରୁହନ୍ତି।ଦେଖିବାକୁ ଗଲେ ବ୍ରଜଙ୍କର ଗୋଟିଏ ସୁନ୍ଦର ଆଉ ସୁଖୀ ପରିବାର।ପ୍ରଥମେ ବ୍ରଜ ଜଣେ ପୁତ୍ର ସନ୍ତାନର ବାପା ଥିଲେ।କୌଣସି କାରଣ ବଶତଃ ସେ ତାଙ୍କର ପୁତ୍ରଙ୍କୁ ହରାଇ ବସିଥିଲେ।ତାପରେ ବ୍ରଜଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା।

ବର୍ତ୍ତମାନ ସେ ତାଙ୍କର ଝିଅଙ୍କର ସହିତ ରହୁଛନ୍ତି।ଦେଖିବାକୁ ଗଲେ ବ୍ରଜଙ୍କର ଶିକ୍ଷାଗତ ଯୋଗ୍ୟତା ଏତେ ଭଲ ନାହିଁ।ସେ କଟକର ପିଏମ ଏକାଡେମୀ ନାମକ ଏକ ସ୍କୁଲରେ ପାଠ ପଢିଥିଲେ।ଛୋଟ ବେଳରୁ ତାଙ୍କର ଅଭିନୟ ପ୍ରତି ବହୁତ ଭଲପାଇବା ଥିଲା ଯାହା ପାଇଁ ସେ ତାଙ୍କର ପାଠପଢ଼ା ପ୍ରତି ଆଗ୍ରହ ଦେଉ ନଥିଲେ।ପିଲାଟି ଦିନରୁ ବ୍ରଜଙ୍କର ସିନେମା ପ୍ରତି ବହୁତ ମାତ୍ରାରେ ଦୁର୍ବଳତା ଥିଲା।ବ୍ରଜଙ୍କର ଏହି ଅଭିନୟ ପ୍ରତି ଥିବା ଅଗ୍ରହ ପାଇଁ ବ୍ରଜ ସପ୍ତମରେ ପଢ଼ୁଥିବା ସମୟରେ ନିଜର ଗାଁରେ ହେଉଥିବା ବିଭିନ୍ନ ପ୍ରକାରର ନାଟକରର ଅଭିନୟ କରୁଥିଲେ।
।ପରବର୍ତୀ ସମୟରର ବ୍ରଜ ଅନ୍ନପୂର୍ଣା ଥିଏଟର ଯାଇ ସେ ତାଙ୍କର ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ।ବ୍ରଜ ତାଙ୍କର ପ୍ରଥମ ନାଟକ ନାଗାର୍ଜୁନ ନାମକ ନାଟକରେ ଅଭିନୟ ଆରମ୍ଭ କରିଥିଲେ।ବ୍ରଜ ଯେତେବେଳେ ସିନେମା ବା ଟିଭି ପରଦାରେ ଅଭିନୟ କରିବା ପାଇଁ ଚାହିଁଥିଲେ ସେ ଯାଇ ପ୍ରଥମ କରି ୧୯୨୯ ମସିହାରେ ଅଡିସନ ଦେଇଥିଲେ।ସେହି ଅଡିସନରେ ସେ ଫେଲ ହୋଇଯାଇ ଥିଲେ।ଏହାପରେ ଯାଇ ବ୍ରଜ ୧୯୮୫ ମସିହାରେ ଅଡିସନ ଦେଇଥିଲେ।ଯେଉଁଥିରେ ବ୍ରଜ ଉତ୍ତୀର୍ଣ୍ଣ ହୋଇଯାଇ ଥିଲେ।ବ୍ରଜ ପ୍ରଥମ କରି ୧୯୮୬ ମସିହାରେ ଫିଲ୍ମରେ କାମ କରିଥିଲେ।ତାଙ୍କର ପ୍ରଥମ ଫିଲ୍ମର ନାମ ହେଉଛି ବଗୁଲା ବଗୁଲି।

ବଗୁଲା ବଗୁଲିରେ ବ୍ରଜ ନିଜର ଦମଦାର ଆକ୍ଟିଂଗ ବଳରେ ବହୁତ ମାତ୍ରାରେ ଫେମସ ହେଇଯାଇ ଥିଲେ।ସେ ତାଙ୍କର ଆକ୍ଟିଂଗ ବଳରେ ଲୋକ ମାନଙ୍କର ମନକୁ ଜିତି ପାରିଛନ୍ତି।ପରବର୍ତୀ ସମୟରେ ବ୍ରଜ ଜଣେ ହାସ୍ୟ ଅଭିନେତା ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ।ଓଡ଼ିଆ ଧାରା ବାହିକ ଗାୟତ୍ରୀର ବ୍ରଜ ଜଣେ ମୁଖ୍ୟ କଳାକାର ଭାବରେ କାମ କରିଥିଲେ।ଅନେକ ପ୍ରକାରର ଓଡ଼ିଆ ଫିଲ୍ମରେ ବ୍ରଜ ଜଣେ ହାସ୍ୟ କଳାକାର ଭାବରେ ଆକ୍ଟିଂଗ କରି ଲୋକ ମାନଙ୍କର ମନକୁ ଜିତି ପାରିଛନ୍ତି।ବ୍ରଜଙ୍କର ଆକ୍ଟିଂଗ ପାଇଁ ସେ ବହୁତ ମାତ୍ରାରେ କଳାକାର ଜଗତରେ ଫେମସ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।