କାର୍ତ୍ତିକ ମାସରେ କରନ୍ତୁ ଏହି ୫ଟି କାମ ତାପରେ ଦେଖନ୍ତୁ ଚମତ୍କାର

କାର୍ତ୍ତିକ ମାସରେ କରନ୍ତୁ ଏହି ୭ଟିଉପାୟ ପୁଣ୍ୟ ପ୍ରାପ୍ତି ହେବ।

ହିନ୍ଦୁଧର୍ମରେ କୁହାଯାଇଛି ଯେ ଏହି କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ।ଏହି କାର୍ତ୍ତିକ ମାସକୁ ବହୁତ ପୂଜନୀୟ ମାନାଯାଇ ଥାଏ।ଶାସ୍ତ୍ର ଅନୁସାରେ ଏହି ମାସରେ ପୂଜା,ବ୍ରତ କରିବା ଦ୍ୱାରା ଆମର ସମସ୍ତ ମାନସିକ ପୂରଣ ହୋଇଥାଏ।ଏହା କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ଭରିଯାଇ ଥାଏ।କୁହାଯାଏ କି ଭଗବାନ ବିଷ୍ଣୁ ନାରଦାଙ୍କୁ ଏବଂ ପୃଥଙ୍କୁ ଏହି କାର୍ତ୍ତିକ ମାସର ମହାନତା ବିଷୟରେ କହିଥିଲେ।ଏହାଛଡା ଏହି ମାସରେ କେତେକ ନିୟମ ରହିଛି।ଏହି ନିୟମକୁ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ।ଏବଂ ଗୃହକୁ ସୁଖ ଏବଂ ଶାନ୍ତିର ଆଗମନ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ଯାହାକୁ ଆପଣ ମାନେ ପାଳନ କରି ଭଗବାନଙ୍କୁ ଲାଭ କରି ପାରିବେ।

ନଂ ୧-ପ୍ରଥମ ନିୟମ ହେଉଛି ତୁଳସୀ ଗଛକୁ ପୂଜା କରିବା।ଶ୍ରୀ ହରିଙ୍କର ତୁଳସୀ ଅତି ପ୍ରିୟ ହେଇଥିବାରୁ ଏହି କାର୍ତ୍ତିକ ମାସରେ ତୁଳସୀ ପୂଜାକୁ ବହୁତ ମହତ୍ଵ ଦିଆଯାଇଛି।କହିବାକୁ ଗଲେ ତୁଳସୀ ଗଛ ପୂଜା କରିବା ଦ୍ୱାରା ସମସ୍ତ ମନ କାମନା ପୁରଣ ହୋଇଥାଏ।ସେଥିପାଇଁ ତୁଳସୀ ଗଛକୁ ପୂଜା କରିବା ଅତି ଜରୁରୀ।କହିବାକୁ ଗଲେ ଏହି ମାସରେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲଷ୍ମୀଙ୍କର ବିଶେଷ କୃପା ମିଳିଥାଏ।ତେଣୁ ଏହି କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କରିବା ଅତି ଜରୁରୀ।

ନଂ ୨-ଦିତୀୟ ନିୟମ ହେଉଛି ଏହି ମହାକାର୍ତିକ ମାସରେ ଆହୁରି ଏକ ପୁଣ୍ୟ କରିବା ଜିନିଷ ହେଉଛି ଦୀପ ଦାନ କରିବା।ଏହି ମାସରେ ଯଦି ଆପଣ ମାନେ କୌଣସି ପୋଖରୀରେ ଦୀପ ଦାନ କରୁଛନ୍ତି ତେବେ ଆପଣଙ୍କୁ ବହୁତ ପୁଣ୍ୟ ମିଳିଥାଏ।ଏହି ସବର୍ଣ୍ଣ ମାସରେ ନଦୀ ଏବଂ ପୋଖରୀରେ ଦୀପ ଦାନ କରିବା ଉଚିତ।ଏହି ଦୀପ ଦାନ କରିବା ଦ୍ୱାରା ଘରୁ ସମସ୍ତ ପ୍ରକାରର ନକରାତ୍ମକ ପ୍ରଭାବ ଦୂର ହୋଇଥାଏ।

ନଂ ୩-ଶାସ୍ତ୍ର ଅନୁସାରେ ଏହି କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ବହୁତ ମାତ୍ରାରେ ଆବଶ୍ୟକ ହୋଇଥାଏ।ମାନାଯାଇ ଥାଏ କି ଏହି ମାସରେ ଭୂମିରେ ଶୋଇବା ଦ୍ୱାରା ବ୍ୟକ୍ତିର ମନ ଭଲ ରହିଥାଏ।ବ୍ୟକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।ଏହା କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ନଂ ୪-ଏହି ମାସରେ ତେଲ ଲଗାଇବା ଅନୁଚିତ ବୋଲି ମାନାଯାଇ ଥାଏ।କୁହାଯାଇ ଥାଏକି ଏହି ମାସରେ କେବଳ ଚଥୁର୍ଥୀ ଦିନ ଶରୀରରେ ତେଲ ଲଗାଇ ପାରିବେ।

ନଂ ୫- କୁହାଯାଇ ଥାଏକି ଏହି ମାସରେ ମୁଗ ,ଚଣା ଏବଂ ମଟର ଆଦିର ସେବନ କରିବା ଅନୁଚିତ ହୋଇଥାଏ।ଏହାଛଡା ବ୍ୟକ୍ତିଙ୍କୁ ମଦ ଏବଂ ମାଂସ ଠାରୁ ଦୂରେଇ ରହିବା ଜରୁରୀ ହୋଇଥାଏ।

ନଂ ୬- ଯେଉଁ ମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ତପସ୍ୱୀ ମାନଙ୍କ ପରି ଜୀବନ ଅତିବାହିତ କରିବା ବହୁତ ଜରୁରୀ।ଏହାଛଡା କମ କଥା କହିବା ,ଝଗଡା ଆଦି ନକରିବା ବହୁତ ଭଲ ହୋଇଥାଏ।ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ବହୁତ ଜରୁରୀ ହୋଇଥାଏ।

ନଂ ୭-ଏହି ମାସରେ ବ୍ରହ୍ମଚର୍ଯ୍ୟା ନିୟମ ପାଳନ କରିବା ବହୁତ ଜରୁରୀ ହୋଇଥାଏ।ଏହି ସମୟରେ ଭଗବାନ ବିଷ୍ଣୁଙ୍କର ନାମକୁ ଜପ କରିବା ବହୁତ ଜରୁରୀ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.