ଭାରତ ସରକାର କଲେ ବଡ ଘୋଷଣା ବ୍ୟାନ ହେବାକୁ ଯାଉଛି ସ୍ନାକ ଭିଡିଓ !

ଭାରତ ସରକାର ଏବେ ଟିକଟକ ଆପ ପରେ ସ୍ନାକ ଭିଡିଓ ବ୍ୟାନ କରିବାକୁ ପ୍ରସ୍ତୁତ ଚଳେଇଛନ୍ତି। ବର୍ତ୍ତମାନ ଭାରତରେ ଏବେ ଖୁବ ଶୀଘ୍ର ବ୍ୟାନ ହେବାକୁ ଯାଉଛି ସର୍ଟ ଭିଡିଓ ଆପ ସ୍ନାକ ଭିଡିଓ।ତେବେ ଏହି ଆପ ଏବେ କାହିଁକି ଭାରତରେ ବ୍ୟାନ ହେବ ଆଉ ଭାରତରେ ବ୍ୟାନ ହେବାର କାରଣ କଣ ?ଆପଣ ଆଗକୁ ପଢିଲେ ନିଶ୍ଚିତଭାବରେ ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ।ଆପଣମାନେ ଜାଣିଥିବେ ଚଳିତ ବର୍ଷ ଭାରତ ସରକାର ପ୍ରାୟ ୨୦୦ ଟି ଚାଇନା ଆପ ବ୍ୟାନ କରିଥିଲେ।ଏହା ବ୍ୟତୀତ କେତେକ ଆପର ନାମ ପରିବର୍ତ୍ତନ କରି ଭାରତରେ ସେ ଆପ ଗୁଡିକୁ ଲଞ୍ଚ କରାଯାଇଛି।ଆଉ ସେଥି ମଧ୍ୟତୁ ଏକ ଆପ ହେଉଛି ସ୍ନାକ ଭିଡିଓ।

ଆଉ ଗୁରୁତ୍ୱପୂର୍ଣ୍ଣ କଥା ଏହା ହେବାକୁ ଯାଉଛିକି ଏହି ଆପ ବହୁତ ଶିଘ୍ର ବ୍ୟାନ ହେବାକୁ ଯାଉଛି।ଏହି ଆପ ଦ୍ୱାରା ଲୋକଙ୍କର ଗୋପନୀୟତା ଆଉ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ବହୁତ ଶିଘ୍ର ବ୍ୟାନ କରିବାପାଇଁ ଓଡିଶା ସରକାରଙ୍କର ବହୁତ ପ୍ରସ୍ତୁତି ଚାଲିଛି।ଆଉ ଏହା ସହିତ ଭାରତର ଜନସାଧାରଣ ମାନଙ୍କ ଭିତରେ ଟିକଟକ ପରେ ବହୁତ ଭାଇରାଲ ହେଉଛି ସ୍ନାକ ଭିଡି଼ଓ।ଏହି ସ୍ନାକ ଭିଡି଼ଓ ଆପକି କୁଇ ଆପର ନୂଆ ରୂପ ବୋଲି କୁହାଯାଉଛି।ଆଉ ଏହା ସହିତ ଆପଣମାନେ ଯଦି ପ୍ଲେ ଷ୍ଟୋରରେ ଦେଖିବେ ତାହେଲେ ଏହି ଆପ ଏବେ ବହୁତ ଟ୍ରେଣ୍ଡ ବା ଟପ ଭାଇରାଲ ଆପରେ ରହିବାରେ ଲାଗିଛି।ଭାରତରେ ଟିକଟକ ବ୍ୟାନ ହେବା ପରେ ବହୁତ ଭାରତୀୟ ଲୋକ ଏହି ଆପକୁ ବ୍ୟବହାର କରିବାର ଲାଗିଛନ୍ତି।

ଟିକଟକ ଭଳି ଏହି ସ୍ନାକ ଭିଡିଓ ଆପ ମଧ୍ୟ ଏକ ସର୍ଟ ଭିଡିଓ ଆପ ଅଟେ।ଯେଉଁଥିରେ ଆପଣ ଭିଡି଼ଓ ଏଡ଼ିଟିଙ୍ଗ ସହିତ ସ୍ପେଶାଲ ଇଫେକ୍ଟ ମଧ୍ୟ ଦେଇପାରିବେ।ଏହି ସ୍ନାକ ଭିଡି଼ଓ ଆପରେ ଏହି ଭଳି ଭଲ ଭଲ ଫିଚର ଭରି ରହିଛି।ଆଉ ଆମ ଭାରତରେ ଏହି ଭିଡିଓ ଉପରେ ବ୍ୟାନ ଲଗେଇବା ପାଇଁ ବହୁତ ଚେଷ୍ଟା ମଧ୍ୟ ଚାଲିଛି।ସେଣ୍ଟ୍ରାଲ ଅଫ ଡିଜିଟାଲ ଇକୋନୋମି ପଲିସି ରିସର୍ଚ୍ଚ ବା ସି.ଡ଼ିର ଅଧକ୍ଷ ଜୟଜିତା ଭଟ୍ଟଚାର୍ଯ୍ୟ କହିଛନ୍ତିଯେ ଏହି ଆପଟି ପ୍ରତୀବିନ୍ଧିତ ହେଉଥିବା ଆପମାନଙ୍କ ପରି ବିପଦ ସୃଷ୍ଟି କରୁ ଅଛି।

ଆଉ ଏହି ଆପଟି ଏକ ପ୍ରତିବନ୍ଧିତ ହେଉଥିବା ଆପର ଏକ ନୂଆ ରୂପ ଭଳି ଜଣା ପଦୁଅଛି।ଆଉ ଏହା ସହିତ ଏହି ଆପ ଭାରତ ସରକାରଙ୍କର ନିୟମ ଗୁଡିକୁ ଉଲଂଘନ କରୁଅଛି।ତେବେ ଏହି ଆପଟିକୁ ଭାରତରେ ବ୍ୟାନ କରିବା ପାଇଁ ଜୋର ସୋର ପ୍ରସ୍ତୁତି କରିବା ନିହାତି ଆବଶ୍ୟକ ଅଟେ।ଏହି ଆପକୁ ବ୍ୟାନ କରିବା ପାଇଁ ସିଡ଼ିପି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଆଇଟି ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜେନ୍ଦ୍ର ସାଙ୍କୁ ଏକ ଚିଠି ଲେଖାଯାଇ ଅଛି।ସେ ଚିଠିରେ ଉଲ୍ଲେଖ କରାଯାଇଛି ଯେ ସ୍ନାକ ଭିଡିଓ ଭାରତର ଗୋପନୀୟତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ।

ଏଣୁ ବହୁତ ଶିଘ୍ର ଏହି ଆପ ଉପରେ ପ୍ରତିବନ୍ଧ ଲଗେଇବା ପାଇଁ ଚେଷ୍ଟା ଲାଗି ଚାଲିଛି।ଆଉ ଏହି ସ୍ନାକ ଭିଡିଓ ହେଉଛି ଏକ ଚାଇନିଜ ଆପ।ଏହାକୁ ହୁଈସୋ ଟେକନୋଲୋଜି ଚଳିତ ବର୍ଷ ଏହି ଆପକୁ ଲଞ୍ଚ କରିଥିଲା।ବର୍ତ୍ତମାନ ହୁଇସୋ ହେଉଛି ଚାଇନାର ବହୁତ ବଡ଼ କମ୍ପାନୀ।ଏହି କମ୍ପାନୀର ଆପ ବିଭିନ୍ନ ଦେଶରେ ପରିଚାଳିତ ହେଉଛି।ଏହାକୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାର ତରଫରୁ କୌଣସି ନିଷ୍ପତ୍ତି ଆସି ନାହିଁ।

Leave a Reply

Your email address will not be published.