ଅନୁଭବଙ୍କ ମା ବର୍ଷାଙ୍କ ନାମରେ ଦେଇଛନ୍ତି ଏତଲା।
ଆଜି ଆମେ ଓଲିଉଡ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କଥା ହେବାକୁ ଯାଉଛୁ।ଆଜ୍ଞା ସେ ଆଉ କେହି ନୁହଁ ସେ ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି।ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାଖାପାଖି ଏକ ବର୍ଷ ହେବ ଏକୁଟିଆ ରହୁଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି ଦୁଇଜଣ ଉଭୟଙ୍କର ସହମତିରେ ପ୍ରେମ ବିବାହ କରିଥିଲେ।ଆଉ କୁହାଯାଉଥିଲାକି ଓଲିଉଡର ସବୁଠାରୁ ଭଲ ଯୋଡି ହେଉଛି ଏହି ଦୁଇଟି ଯୋଡି।ଅନୁଭବ ଓ ବର୍ଷାଙ୍କ ଭିତରେ ପ୍ରଥମେ ପ୍ରଥମେ ବହୁତ ଭଲ ପାଇବା ଥିଲା।ଆଉ ଦୁଇଜଣ ମିଶି ଓଡ଼ିଆ ଇଣ୍ଡଷ୍ଟ୍ରିକୁ ବହୁତ ଭଲ ଭଲ ଓ ହିଟ ଚଳଚ୍ଚିତ୍ର ମଧ୍ୟ ଦେଇଛନ୍ତି।

ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ହିରୋ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ଏବେ ବିବାଦ ଚାଲିଛି।ଆଉ ଏବେ ସେ ବହୁତ ଶିଘ୍ର ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଆଉ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ କେଶ କରିବାକୁ ଯାଉଛନ୍ତି।ଆଉ ଏହା ପରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ପାଇଁ କୋର୍ଟରେ ପିଟିସନ ଦାଖଲ କରି ସାରିଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହକୁ ପ୍ରାୟ ୬ ବର୍ଷ ପୁରି ସାରି ଥିଲେ ମଧ୍ୟ ଏବେ ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଏହାର ମୁଖ୍ୟ କାରଣ ହେଲା ଦୁଇ ଜଣଙ୍କ ବିବାହ ୬ ବର୍ଷ ହେଲା ପରେ ମଧ୍ୟ ଦୁଇ ଜଣଙ୍କ ଭିତରେ କେବେ ହେଲେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇନାହିଁ।

ତଥାପି ଅନୁଭଵ ମହାନ୍ତି ଓ ବର୍ଷାଙ୍କ ବିବାଦ ଥମି ନାହିଁ ଓ ତାପରେ ତାଙ୍କ ବିବାଦରେ ଆସିଛି ଏକ ନୂଆ ମୋଡ଼,ଆଉ ଏହି ବିବାଦରେ ନୂଆ ମୋଡ଼ ଆଣିଛନ୍ତି ଖୁଦ ଅନୁଭବ ମହାନ୍ତିଙ୍କ ବୋଉ,ଯାହାଙ୍କର ନାମ ହେଉଛି ମଧୁସ୍ମିତା ମହାନ୍ତି।ମଧୁସ୍ମିତା ମହାନ୍ତି ବୋହୂ ବର୍ଷାଙ୍କ ନାମରେ କଟକର ପୁରିଘାଟ ନାମକ ସ୍ଥାନରେ ଦେଇଛନ୍ତି ଏତଲା।ଆଉ ନିଜ ଏତଲାରେ ମଧୁସ୍ମିତା ମହାନ୍ତି ଲେଖି କହିଛନ୍ତିଯେ ବୋହୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ବାରମ୍ବାର ଘର ଛାଡ଼ି ଯିବାକୁ କହିବା ସତ୍ୱେ ମଧ୍ୟ ସେ ଯାଉ ନାହାଁନ୍ତି।ଅନୁଭଙ୍କ ମା ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ଠାରେ ବକ୍ସିବଜାର ପାଖରେ ଥିବା ତାଙ୍କ ବାପ ଘରକୁ ସ୍ଥାନାନ୍ତରଣ କରିବାକୁ କହିବାରୁ ସେ ଶୁଣୁ ନାହାନ୍ତି।ଏହାର କାରଣ ହେଲା ଅନୁଭବ ମହାନ୍ତି ରହୁଥିବା ଘର କଟକର ଚୌଧୁରୀ ବଜାର ନନ୍ଦୀ ସାହିରେ ଅବସ୍ଥିତ।

ଆଉ ଏହି ଘର ପ୍ରାୟ ୬୦ ବର୍ଷ ହୋଇଯିବାରୁ ତାଙ୍କ ପାଇଖାନା ଟାଙ୍କିର କଣ ମରାମତି ହେବାର ଆଵଶ୍ୟକତା ଅଛି ଆଉ ତାପରେ ସେ ମିସ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ ପ୍ରାୟ ୧୦ ଦିନ କାମ ଲାଗିବ ବୋଲି କହିଲେ।ଆଉ ଏ ନେଇ ବର୍ଷାଙ୍କୁ ତାଙ୍କ ବାପ ଘରକୁ ଯିବାକୁ କହିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଉଛନ୍ତି।ବର୍ଷା ପାଲଟା ଉତ୍ତର ମଧ୍ୟ ଦେଉନାହାନ୍ତି କି ଘର ଛାଡୁ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି।ଆଉ ଏହି ଅଭିଯୋଗ କେତେ ଦୂର ସତ୍ୟସତ ଯାଞ୍ଚ କରିବା ପାଇଁ ଅନୁଭବଙ୍କ ମା ପୋଲିସଙ୍କୁ ଘରକୁ ଡ଼କାଇଛନ୍ତି।ବର୍ଷା ଏ ସମ୍ପର୍କ କିଛି କହି ନାହାନ୍ତି କି ସୋସିଆଲ ମେଡିଆରେ କିଛି ପୋଷ୍ଟ କରି ନାହାନ୍ତି।ଆଉ ଅନୁଭବଙ୍କୁ ବର୍ଷା ଛାଡପତ୍ର ଦେବେ ବୋଲି କହିଛନ୍ତି କିନ୍ତୁ ଅନୁଭଵ ଘର ଛାଡ଼ି ବର୍ଷା କୁଆଡେ ଯାଉ ନାହାଁନ୍ତି।ତାହେଲେ ଆଗକୁ ଦେଖାଯାଉ ଅନୁଭବ ଓ ବର୍ଷାଙ୍କ ସମ୍ପର୍କ ଭିତରେ ନୂଆ ମୋଡ଼ କଣ ଆସୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।