ପିପିଲି ନିର୍ବାଚନ ରେ କିଏ ଧରିବ ମଙ୍ଗ? ମାଆ ନା ପୁଅ, ଜାଣନ୍ତୁ କାହାକୁ ମିଳିବ ଟିକେଟ

ଖୁବଶୀଘ୍ର ପିପିଲି ରେ ହେବ ଉପ ନିର୍ବାଚନ, ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ପିପିଲି ରେ ବିଜେଡି କାହାକୁ ଟିକେଟ ଦେବ? ମାଆ ନା ପୁଅ? ସେ ଯାହା ବି ହଉ ନା କାହିଁକି,ବିଜୟ ହେବ ବିଜେଡିର। କାରଣ ପିପିଲି ରେ କେବଳ ବିଜେଡ଼ି ହିଁ ଜିତିବ। ତେବେ ଏଠାରେ ପ୍ରଦୀପ ମହାରଥୀ ଙ୍କ ଧର୍ମ ପତ୍ନୀ ନିର୍ବାଚନ ଲଢ଼ିବାର ଆଶଙ୍କା କମ ଲାଗୁଛି। ପୁଅ ରୁଦ୍ର ମହାରଥୀ ହିଁ ବିଧାୟକ ପାଇଁ ଟିକେଟ ପାଇବେ ବୋଲି ଲାଗୁଛି।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପରେ ଓଡ଼ିଶା ଦେଖିବାକୁ ଯାଉଛି ଆଉ ଏକ ଉପନିର୍ବାଚନ। ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲିରେ ଆଗକୁ ଉପନିର୍ବାଚନ ରହିଛି, ଏଥିପାଇଁ ଦଳ କାହାକୁ ପ୍ରାର୍ଥୀ କରି ଭୋଟ୍ ଜିଣିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି ।

ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ପିପିଲିରୁ ଲଗାତାର ଭାବେ ଜିତି ଆସୁଥିଲେ। ତାଙ୍କ ଅନ୍ତେ ଏଠାରେ ବିଜେଡି ଅନୁକମ୍ପା ଭୋଟ୍ ଦାୟରେ ତାଙ୍କ ପରିବାରର ଜଣକୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି। ସେହିପରି ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏଠାରେ ବିଜେଡିର ଗଡ଼ ଭାଙ୍ଗି ପଦ୍ମ ଓ ହାତ ଚିହ୍ନର ପତାକା ଉଡ଼ାଇବାକୁ ଆଶା ବାନ୍ଧିଛନ୍ତି।

କାହାକୁ ଟିକେଟ୍ ଦେବ ବିଜେଡି?

୨୦୦୦  ମସିହାରୁ ଏଯାବତ ପିପିଲରୁ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହିଁ ଜିତି ଆସୁଥିଲେ। ତେଣୁ ମହାରଥୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭିତରକୁ ବିଜେଡି କାହାକୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ଦଳ ଏଥର ପ୍ରଦୀପଙ୍କ ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ଟିକେଟ୍ ଦେଇ ଅନୁକମ୍ପା ଭୋଟ୍ ହାତେଇବାକୁ ଚାହିଁବ ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି।

ବାପ ପରେ ପୁଅ!

ବାଲେଶ୍ୱର ସଦର ଓ ତିର୍ତ୍ତୋଲର ବିଧାୟକଙ୍କ ମୃତ୍ୟୁ ପରେ ଉଭୟ ବିଜେପି ଓ ବିଜେଡି ସେଠାରୁ ସେମାନଙ୍କର ପୁଅଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରିଥିଲେ। ବିଜେପି ବାଲେଶ୍ୱର ସଦର ଆସନରୁ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା ଏହାଦ୍ୱାରା ଦୁଇ ଦଳ ଅନୁକମ୍ପା ଭୋଟ୍ ହାତେଇବାକୁ ଚେଷ୍ଟା କରିଥିଲେ। ତେଣୁ ରାଜନୀତିର ପାଣିପାଗ ଅନୁସାରେ, ପିପିଲିରେ ମଧ୍ୟ ବିଜେଡି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କରିପାରେ। ତାଙ୍କୁ ପ୍ରାର୍ଥୀ କରିବାକୁ ସେଠାକାର ଯୁବ ବିଜେଡି କର୍ମୀମାନେ ମଧ୍ୟ ମତ ରଖୁଥିବା ଶୁଣାଯାଇଛି। ତେଣୁ ଦଳ ରୁଦ୍ରଙ୍କୁ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଇଛି।

ମହିଳା କାର୍ଡ ଖେଳିବ କି ଶାସକ ଦଳ?

ପିପିଲ ଉପ ନିର୍ବାଚନରେ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଦଳ ପ୍ରଦୀପ ମହାରଥୀଙ୍କ ପୁଅ ବଦଳରେ ତାଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ। ଏହାପୂର୍ବରୁ ଦଳ ବିଜେପୁର ଉପ ନିର୍ବାଚନ ଓ ପାଟକୁରାରେ ଏହି ନୀତି ଆପଣେଇସାରିଛି।

ବିଜେପୁରର ବିଧାୟକ ସୁବଳ ସାହୁଙ୍କ ପରେ ବିଜେଡି ଏଠାରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ରୀତା ମଧ୍ୟ ଉପ ନିର୍ବାଚନରେ ବହୁ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ପାଟକୁରା ନିର୍ବାଚନରେ ମଧ୍ୟ ବିଜେଡି ସେହି ସମାନ ନୀତି ଆପଣାଇଥିଲା। ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ସେଠାରୁ ବିଜେଡି ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା। ତେଣୁ ବିଜେପୁର ଓ ପାଟକୁରା ଭଳି ପିପିଲରେ ଦଳ ମହିଳା କାର୍ଡ ଖେଳିପାରେ ବୋଲି କୁହାଯାଉଛି।ତେବେ ଶେଷରେ ବିଜେଡି ସୁପ୍ରିମୋ କାହାକୁ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିବେ ତାହା ଦେଖିବାକୁ ବାକି ରହିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.