ଓଡ଼ିଶା ସରକାର ଙ୍କ ତରଫରୁ ବଡ଼ ନିଯୁକ୍ତି ସୁଯୋଗ,ଶୀଘ୍ର କରନ୍ତୁ ଆବେଦନ

ଓଡ଼ିଶାର ଆରଆଇ ଓ ଏଆରଆଇ ଆଵଶ୍ୟକତା ୨୦୨୦।

ଓଡିଶା ରେଭେନ୍ୟୁ ଇନିସ୍ପେକ୍ଟର ଓ ଆସିଷ୍ଟାଣ୍ଡ ରେଭେନ୍ୟୁ ଇନିସ୍ପେକ୍ଟର ପାଇଁ ଯେଉଁ ନୋଟିସ ଆସିବାର ଥିଲା,ଆଉ ଏହାର ପଦବୀ ସଂଖ୍ୟା ହେଉଛି ୮୬୬,ଆଉ ଏହାର ଅନଲାଇନ ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ଏହାର ସିଲାଵସ କଣ ରହିବ ଆଉ କେମିତି ରହିବ ଏହାର ଚୟନ ପ୍ରକ୍ରିୟା ସେ ସବୁ ବିଷୟରେ ସବୁ ତଥ୍ୟ ଆମେ ଆପଣ ମାନଙ୍କୁ ଦେବାକୁ ଯାଉଛୁ।ତାହେଲେ ଓଏସଏସଏସସି ତରଫରୁ ୮୬୬ ଟି ପଦବୀ ପାଇଁ। ଆରଆଇ ଓ ଏଆରଆଇ ପଦବୀ ପାଇଁ ଡିକଲାରେସନ କରାଯାଇଥିଲା।ଉ ଏହାର ପବ୍ଲିକେସନ ଖବର ବହୁତ ଶିଘ୍ର ପବ୍ଲିସ ହେବ ଆଉ ଏଥିରେ ସର୍ବନିମ୍ନ +୨ ଯଦି ଆପଣ କରିଛନ୍ତି ତାହେଲେ ଆପଣ ଏହାକୁ ଆବେଦନ କରି ପାରିବେ।

ତାହେଲେ ଏଠାରେ ସମୁଦାୟ ପଦବି ସଂଖ୍ୟା ରହିଛି ୮୬୬ ଟି।ଯେଉଁଥିରେ ଆର ଆଇ ପାଇଁ ପ୍ରାୟ ୪୩୩ ଟି ପଦବୀ ରହୁଛି।ଆଉ ଏଆରଆଇ ପାଇଁ ପ୍ରାୟ ସେଇ ୪୩୩ ଟି ପଦବୀ ରହୁଛି।ଆଉ ଏଥିରେ ଓଡ଼ିଶାର ଯେକୌଣସି ଛାତ୍ର ଆବେଦନ କରି ପାରିବେ।ଆଉ ଏଥିରେ ଉଭୟ ମହିଳା ଓ ପୁରୁଷ ଦୁହେଁ ଆବେଦନ କରି ପାରିବେ।ଆପଣ ଏହାକୁ କବେଳ ଅନଲାଇନ ମାଧ୍ୟମରର ଆବେଦନ କରି ପାରିବେ।ଆଉ ଏଠାରେ ଜେନେରାଲ କାଟା ଗୋରୀ ପାଇଁ ୧୦୦ ଟଙ୍କା ଆଉ ଅନ୍ୟ କାଟା ଗୋରୀ ପାଇଁ ମାଗଣା।ଜେନେରାଲ ପାଇଁ ମିନିମମ ବୟସ ସୀମା ୨୦-୩୨ ବର୍ଷ ହୋଇଥିବା ନିହାତିବାଵଶ୍ୟକ।

ତାପରେ ଆପଣଙ୍କୁ ଅନ୍ୟ ଜାତିରେ ଜେନେରାଲକୁ ଛାଡି ଦେଲା ପରେ ଅନ୍ୟମାନଙ୍କ ପାଇଁ ପ୍ରାୟ ୩-୪ ବର୍ଷ କିଛି ଅନ୍ତର ରହୁଛି।ଆଉ ତାପରେ ଏହାର ଯଦି ଆମେ ଦରମା ଦେଖିବାକୁ ଯିବା ତାହେଲେ ଆପଣଙ୍କର ଆରଆଇ ରେ ପ୍ରତି ମାସକୁ ୧୬ ହଜାର ୮୦୦ ଟଙ୍କା ଆସିବ ଆରମ୍ଭରୁ।ଆଉ ତାପରେ ଏଆରଆଇ ପାଇଁ ପ୍ରାୟ ୮ ହଜାର ୮୦୦ ଟଙ୍କା ପ୍ରତି ମାସରେ ରହିବ।ଆରଆଇରେ ଏହା କେବଳ ଆପଣଙ୍କ ଆରମ୍ଭରୁ ମିଳିବ କିନ୍ତୁ ଯେତେବେଳେ ଆପଣ ୬ ବର୍ଷ ପରେ ସ୍ଥାୟୀ ହୋଇଯିବେ ଆପଣଙ୍କ ଦରମା ୪୦ ହଜାରରୁ-୪୫ ହଜାରକୁ ସ୍ଥାନାନ୍ତରିତ ହେବ।ତାପରେ ସେମିତି ଏଆରଆଇ ରେ ଆପଣ ସ୍ଥାୟୀ ହେଲା ପରେ ଆପଣଙ୍କୁ ପ୍ରାୟ ୨୫,୦୦ ରୁ ୨୭,୦୦୦ ଟଙ୍କା ଭିତରେ ମିଳିବ।

ପାଠ ପଢ଼ାରେ ଆରଆଇ ରେ ଆବେଦନ କରିବା ପାଇଁ ହେଲେ ଯେକୌଣସି କ୍ଷେତ୍ରରେ +୩ କରିଥିବା ନିହାତି ଆଵଶ୍ୟକ ଆଉ ଇଞ୍ଜିନିୟରିଂ କରିଥିଲେ ମଧ୍ୟ ଚଳିବ କିନ୍ତୁ କମ୍ପ୍ୟୁଟର ବିଷୟରେ ଜ୍ଞାନ ରହିବା ନିହାତି ଆବଶ୍ୟକ।ତାପରେ ଏଆରଆଇ ପାଇଁ ପିଲା +୨ ପାସ କରିଥିବା ନିହାତି ଆଵଶ୍ୟକ ଅଟେ।ଆଉ ତାର କମ୍ପ୍ୟୁଟରରେ ଜ୍ଞାନ ଥିବା ନିହାତି ଆବଶ୍ୟକ ଅଟେ।ସିଲେକ୍ସନ ପ୍ରକ୍ରିୟାରେ ଏଥିରେ ଆପଣଙ୍କ ଲେଖା ଲେଖି ପରୀକ୍ଷା,ଆଉ କମ୍ପୁଟରରେ ପ୍ରାଟୀକାଲ ପରୀକ୍ଷା ଆଉ ଡକୁମେଣ୍ଟ ଭବୃଫିକେସନ ହେବ।ଆପଣଙ୍କୁ ପ୍ରତ୍ୟକ ଲିଖିତ ଓ ପ୍ରାଟୀକାଲରେ ସର୍ବନିମ୍ନ ୩୦% ମାର୍କ ରଖିବାର ଅଛି।ଆରଆଇ ପାଇଁ ମୋଟ ୩୦୦ ମାର୍କର ପରୀକ୍ଷା ହେବ ଓ ମୋଟା ୫ ଘଣ୍ଟା ସମୟ ମିଳିବ।ତାପରେ ଏଆରଆଇ ପାଇଁ ୨୦୦ ମାର୍କର ପରୀକ୍ଷା ହେବ ଓ ମୋଟ ୩ ଘଣ୍ଟା ୩୦ ମିନିଟର ସମୟ ଲାଗିବ।ଏହାର ଆବେଦନ କରିବା ତାରିଖ ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.