ଆସନ୍ତୁ ଜାଣିବା ମାଦଳା ପାଞ୍ଜିର ଗୁପ୍ତ ରହସ୍ୟ ବିଷୟରେ।
ଶ୍ରୀ ଶ୍ରୀ ଜଗନ୍ନାଥ ଓଡ଼ିଶାର କୂଳଦେବତା ଆଉ ଓଡ଼ିଶାର ପରମ ଆରାଧ୍ୟ ଅଟନ୍ତି।ଆମର ପ୍ରତିଟି କାର୍ଯ୍ୟରେ ତାଙ୍କୁ ଆମେ ଖୋଜୁ,ଆଉ ତାଙ୍କର ପ୍ରତିଦିନର ସେବା ବିବରଣୀ ଯେଉଁଥିରେ ଲିପିବଦ୍ଧ ହୋଇଛି ତାକୁ ଆମେ ମାଦଳା ପାଞ୍ଜି ଭାବରେ ଆଖ୍ୟାଈତ କରୁ।ଏହା ଅତି ପ୍ରାଚିନ ନେହେଲ ମଧ୍ୟ ଅର୍ବାଚିନ ନୁହଁ।ଏହା ବିଭିନ୍ନ ରାଜା ମାନଙ୍କର ଶାସନ ଆଉ ମହାପ୍ରଭୁ ଯେଉଁ ପ୍ରକାର ଆକ୍ରମଣର ଶିକାର ହୋଇଛନ୍ତି ଓ ପାତାଳୀ ହୋଇଛନ୍ତି,ଆଉ କେଉଁଠି ତାଙ୍କର ନୀତିର ଵ୍ୟଵସ୍ଥା ଓ ଅବ୍ୟବସ୍ଥା ହୋଇଛି ସେ ସବୁର ବିବରଣୀ ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇଛି।ଆମେ ମହାପ୍ରଭୁଙ୍କୁ ଯେଉଁ ଆକାରରେ ଗ୍ରହଣ କରୁ ସେହି ଆକାର ସଦୃଶରୁ ଏ ପାଞ୍ଜିର ନାମ ହୋଇଛି ମାଦଳା ପାଞ୍ଜି।ଆଉ ଅନ୍ୟ ଆକାରରେ କହିଲେ ସେ ପଣ୍ଡିତ ମାନଙ୍କ ଦ୍ୱାରା ମର୍ଦଳା ଆକାରରେ ସୁରକ୍ଷିତ ହୋଇଥିବାରୁ ତାଙ୍କୁ ଆମେ ମାଦଳା ପାଞ୍ଜି ଭାବରେ ଆଖ୍ୟାଦିତ କରୁ ।

ଏହି ପାଞ୍ଜି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତ୍ୟହ ଦୈନନ୍ଦିନ ବିବରଣୀର ଏକ ଲିପିବଦ୍ଧ ଦଲିଲ।ଯାହାକୁ ପଢିଲେ ଆମେ ଜଗନ୍ନାଥଙ୍କ ଇତିହାସ ଓ ତାଙ୍କର ଯାନିଯାତ୍ରା ଓ ତାଙ୍କୁ ଆମେ ଉତ୍କଳିୟ ମାନେ କିଭଳି ଭାବରେ ଭଲ ପାଉ ସେ ବିଷୟରେ ଜାଣିପାରିବା।ଆଉ ପ୍ରତ୍ୟକ ଠାକୁର ରାଜା ଯେତେବେଳେ ଶାସନ କରୁଛନ୍ତି ଓ ଯୁଦ୍ଧ ଯାତ୍ରାରେ ଯାଉଛନ୍ତି,ଆଉ ସେ ବିଭିନ୍ନ ରାଜ୍ୟ ଜୟ କରିଛନ୍ତି,ତାପରେ ସେ ସବୁ ମୂଲ୍ୟବାନ ଜିନିଷ ଆଣି ଜଗନ୍ନାଥଙ୍କୁ ଦାନ କରିଦେଇଛନ୍ତି।ଏହାର କାରଣ ହେଲା ସେମାନେ ଜାଣିଛନ୍ତିକି ଜଗନ୍ନାଥଙ୍କ ବିନା ଆଉ କେହି ଓଡ଼ିଶାରେ ବଡ଼ ନାହାନ୍ତି।ରାଜା ପ୍ରତାପ ରୁଦ୍ର ଦେବ ବିଭିନ୍ନ ସ୍ଥାନ ବୁଲିଛନ୍ତି ଆଉ ଯାହା ଜିତିଛନ୍ତି ସବୁ ଆଣି ମହାପ୍ରଭୁଙ୍କ ପାଖରେ ଦାନ କରିଦେଇଛନ୍ତି।ସବୁ ନୀତିନିୟମ ସବୁ ଯାତ୍ରା ବିବରଣୀ ଆଦି ମାଦଳା ପାଞ୍ଜିରେ ଲେଖାହୋଇ ରହିଛି।

ମାଦଳା ପାଞ୍ଜି ଅନୁସାରେ ମହାପ୍ରଭୁ ଜଗନ୍ନାଥ ଯେତେବେଳେ ସୋନପୁରରେ ପାତାଳୀ ହେଲେ ଏବଂ ସେ କଳାପାହାଡ଼ ଭୟରେ ପାତଳୀ ହୋଇଥିଲେ।ଆଉ ସେଠାରେ ସେ ପ୍ରାୟ ୧୪୪ ବର୍ଷ ପର୍ଯ୍ୟନ୍ତ ପାତଳୀ ହୋଇ ରହିଲେ।ଆଉ ତାପରେ ରାମଚନ୍ଦ୍ର ଦେବ ଯେତେବେଳେ ରାଜା ହେଲେ ସେତେବେଳେ ସେ ଜାଣିଲେଯେ ଓଡିଶାର ଆରାଧ୍ୟ ଦେବତା ପାତାଳି ହୋଇ ରହିଛନ୍ତି।ଆଉ ତାପରେ ସେ ସେଠାରୁ ତାଙ୍କୁ ଆଣିଲେ ଓ ତାଙ୍କର ରଥଯାତ୍ରା ହେଲା,ଆଉ ତାପରେ ପୁଣି ଶ୍ରୀ ମନ୍ଦିରରେ ପ୍ରତିଷ୍ଠା କରାଗଲେ।ଆମେ ଏହି ରଥଯାତ୍ରାକୁ ପ୍ରତ୍ୟହ ଅନୁଭବ କରିପାରି ନାହାନ୍ତି,ଆଉ ସେ ସମସ୍ତଙ୍କ ହୃଦୟରେ ବାସ କରୁଛନ୍ତି।ତାପରେ ତାଙ୍କର କ୍ଷେତ୍ରକୁ ଶ୍ରୀ କ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ବୋଲି କୁହାଯାଏ।କଥାରେ ଅଛି ସବୁ ଦେବତା ମାନଙ୍କ ଭିତରେ ଦେବତା ହେଉଛନ୍ତି ପୁରୁଷୋତ୍ତମ ଆଉ ସବୁ କ୍ଷେତ୍ର ମାନଙ୍କ ଭିତରେ କ୍ଷେତ୍ର ହେଉଛି ପୁରୁଷୋତ୍ତମ।

ପ୍ରାୟ ଦୀର୍ଘ ହଜାର ବର୍ଷ ହେବ ଏହି ମାଦଳା ପାଞ୍ଜିକୁ ଉତତ୍ପତି କରାଯାଇଛି।ଆଉ ଯେଉଁମାନେ ଜଗନ୍ନାଥଙ୍କ ସଂସ୍କୃତି ଓ ତାଙ୍କ ମହିମା ବିଷୟରେ ଜାଣିବାକୁ ଉଚ୍ଛୁକ ସେମାନେ ଏହି ମାଦଳା ପାଞ୍ଜିକୁ ପଢିବା ନିହାତି ଆବଶ୍ୟକ।ଆଉ ମାଦଳା ପାଞ୍ଜି ଆମକୁ ଏହା କହୁଛିକି ସମସ୍ତଙ୍କ ଜୀବନ କେବେ ସମାନ ଯାଇନି ଆଉ ଯେତେବେଳେ ମହାପ୍ରଭୁଙ୍କ ଜୀବନରେ ଦୁଃଖ ଓ ଦୁର୍ଭିପାକ ଆସିଛି,ସେଭଳି ମଣିଷ ସମାଜ ଯେତେ ଦୁଃଖ କଷ୍ଟରେ ରହିଲେ ମଧ୍ୟ ସେ ଭାଙ୍ଗିନଯାଇ ଦୁଃଖ ନକରି ଏଇ ଜଗନ୍ନାଥଙ୍କ ଧର୍ମକୁ ଭିତ୍ତି କରି ନିଜ ଜୀବନ ଚର୍ଚ୍ଚାକୁ ଗତିଶୀଳ କରୁ।ତେଣୁ ଆମେ ପ୍ରଭୁ ଜଗନ୍ନାଥ ଓ ମାଦଳା ପାଞ୍ଜିକୁ ଏକ ଭାବରେ ଗ୍ରହଣ କରିବା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।