ବାପା-ମା ହେଲେ ଚନ୍ଦନ ଏବଂ ମାହି.
ଓଡ଼ିଆ ସିରିଏଲ୍ ଜଗତର ୨ଜଣ ଚର୍ଚ୍ଚିତ ଚେହେରା ହେଉଛନ୍ତି ଚନ୍ଦନ ଏବଂ ମାହି।ଏହି ଦୁଇ କଳାକାର ନିଜର ଅଭିନୟ ଦ୍ବାରା ଦର୍ଶକମାନଙ୍କୁ ମୁଗ୍ଧ କରିରଖିଛନ୍ତି।ଏହି ଦୁଇଜଣଯାକ ନିଜର ଅଭିନୟ ସହ ବ୍ୟକ୍ତିଗତ ଜୀବନର ବିଭିନ୍ନ ଖବର ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରୁହନ୍ତି।

ଗତବର୍ଷ ଏହିଦୁଇଜଣ ବିବାହ ବନ୍ଧନରେ ବାନ୍ଧିହେଇଥିଲେ।ମାତ୍ରାଗୋଟେ ବର୍ଷ ମଧ୍ୟରେ ସେମାନେ ତାଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସିର ଖବର ଆଣିଛନ୍ତି।ଅର୍ଥାତ ସେମାନେ ଦୁଇ ଜଣ ବାପା ମା ହେଇଯାଇଛନ୍ତି।ତେଣୁ ସେମାନଙ୍କର ପୁଅ ହେଇଛି ଅବା ଝିଅ ହେଇଛି ଏବଂ ତାର ନା କଣ ରଖାଯାଇଛି ଆସନ୍ତୁ ଜାଣିବା।

ଚନ୍ଦନଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ।ତାଙ୍କର ପ୍ରକୃତ ନାମ ହେଉଛି ତୁଷାର।ସେ ପ୍ରଥମେ ସ୍ୱାର୍ଥକ ଟିଭିରେ ପ୍ରସାରିତ “ତୋ ଅଗଣା ର ତୁଳସୀ ମୁଁ” ସିରିଏଲ୍ ରେ କାମ କରୁଥିଲେ।ସେହି ସିରିଏଲ୍ ରେ ନିଜର ନିଖୁଣ ଅଭିନୟ ଦ୍ଵାରା ଦର୍ଶକମାନଙ୍କୁ ମୁଗ୍ଧ କରିପାରିଥିଲେ।ଏହି ସିରିଏଲ୍ ପରେ ସେ ଦର୍ଶକମାନଙ୍କ ମଧ୍ୟରେ ଚନ୍ଦନ ନାମରେ ପ୍ରସିଦ୍ଧିଲାଭ କରିଥିଲେ।ଏହା ପରେ ସେ ଆହୁରି ଅନେକ ସିରିଏଲ୍ ଯେପରିକି “ଆମ ଘର ଲକ୍ଷ୍ମୀ”, “କାଳିଯାଇ” ଆଦି ସିରିଏଲ୍ ରେ ନଜର ଆସିଥିଲେ।ସେହିପରିଭାବେ “ଦୂର୍ଗା” ସିରିଏଲ୍ ମାଧ୍ୟାମରେ ପ୍ରଥମେ ନଜର ଆସିଥିଲେ ମାହି ମିଶ୍ର।ତାଙ୍କ ଅଭିନୟର ଯାଦୁମଧ୍ୟ ଦେଖିବାକୁ ମିଳୁଥିଲା ସିରିଏଲ୍ “ମୁଁ ବି ଅର୍ଧଙ୍ଗିନୀ”ରେ।ତାଙ୍କ ବିବାହ ପରଠାରୁ ସେ ଦୁଇଜଣ କୌଣସି ସିରିଏଲ୍ ରେ ନଜର ଆସିନଥିଲେ।

ମାତ୍ର ଏବେ ଶୁଣାଯାଉଛି ଯେ ମାହି ମିଶ୍ର ଏକ କନ୍ୟା ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ପରିବାରବର୍ଗ ତଥା ଫ୍ୟାନ୍ ମାନଙ୍କଠାରୁ ପ୍ରଶଂସା ତଥା ଶୁଭକାମନାର ସୁଅ ଛୁଟି ଆସୁଛି।ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରୁଛନ୍ତି ତୁଷାର ଏବଂ ମାହି।ତୁଷାର ସୋସିଆଲ ମିଡ଼ିଆ ରେ ଛାଡିଥିବା ପୋଷ୍ଟରେ କ୍ୟାପସନ ଦେଇଥିଲେ ଆମ ଘର ଲକ୍ଷ୍ମୀ।

ତେଣୁ ଯାହା ଜଣା ଯାଉଛି ଯେ ତାଙ୍କର ଝିଅଙ୍କର ନାମ ଲକ୍ଷ୍ମୀ ହେଇପାରେ।ତେଣୁ ମାତା ଲଷ୍ମୀଙ୍କ ଆଗମନରେ ତାଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ହେଉ।ସେ ଦୁଇ ଜଣ ପୁଣିଥରେ ନିଜ କାମକୁ ଫେରି ଦର୍ଶକ ମାନଙ୍କୁ ନୂଆ ନୂଆ ସିରିଏଲ୍ ର ଭେଟି ଦିଅନ୍ତୁ।ଆମେ ଏତିକି ଆଶା କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ