ସାପ ଆସି ବିଷ ହରଣ କରେ, ଏହି ଚମତ୍କାର ଦେଖିଲେ ଆଶ୍ଚର୍ଯ୍ୟ ହେବେ

ମାଳିକାରେ ବର୍ଣ୍ଣିତ ବିଭିନ୍ନ ସ୍ଥାନର ସତ୍ୟାସତ୍ୟ।

ଜଗତସିଂହପୁର ଜିଲ୍ଲାରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଏକ ଗ୍ରାମ ଅଛି ଯାହାର ନାମ ହେଉଛି ବଡାଘର।ବଡାଘରଗ୍ରାମରେ ଏପରି ଏକ ମଠ ଅଛି ଯାହା ସମ୍ବଧରେ ମାଳିକାରେ ମଧ୍ୟ ବର୍ଣ୍ଣିତ ହେଇଛି।ସେହି ମଠର ନାମ ହେଉଛି ବେଲବଣ ସତ୍ୟସେବା ଆଶ୍ରମ।୧୯୫୫-୫୬ମସିହାରେ ବୈକୁଣ୍ଠନାଥ ବ୍ରହ୍ମଚାରୀ ଯେତେବେଳ ସେ ବଡାଘର ଗ୍ରାମକୁ ଆସିଥିଲେ ସେ ଜାଣିବାକୁ ପାଇଥିଲେ ଏହି ସ୍ଥାନର ମାହାତ୍ମ୍ୟ ବିଷୟରେ।ପ୍ରକୃତକଥା ହେଉଛି ଯେତେବେଳେ ଅଚ୍ୟୁତାନନ୍ଦ ମହାପୁରୁଷ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇକି ପୁରୀରୁ ନେମାଳ ନେଇକି ଯାଉଥିଲେ ବାଟରେ ସେ ଏହି ସ୍ଥାନରେ ବିଶ୍ରାମ ନେଉଥିଲେ।

ବାବା ବୈକୁଣ୍ଠନାଥ ତାଙ୍କ ଏହି ବିଶ୍ରାମ ନେଇଥିବା ସ୍ଥାନରେ ଏହି ନୂତନ ମଠର ସ୍ଥାପନ କଲେ।ବାବାଙ୍କ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦ ୫୦୦ବର୍ଷ ତଳେ ମାଳିକାରେ ଲେଖିସାରିଛନ୍ତି।ସାଧାରଣତଃ ଯେଉଁ ସ୍ଥାନକୁ ମହାପୁରୁଷ ଅଚ୍ୟୁତାନନ୍ଦ ଯାଇଥାନ୍ତି ସେଠାରେ ବେଲଗଛ ଘଞ୍ଚଭାବରେ ବଢିଥାଏ।ବେଲ ସହିତ ଗ୍ରାମ୍ୟଜୀବନ ମଧ୍ୟ ଓତଃପ୍ରୋତ ଭାଭେ ଜଡ଼ିତ।ତେଣୁ ଏହି ସ୍ଥାନର ନାମ ବେଲବଣ।
ଏହି ବେଲବଣସ୍ଥାନରେ ବାବା ବୈକୁଣ୍ଠନାଥଙ୍କର ସମାଧି ରହିଛି।ବେଲବଣ ମଠରେ ସର୍ପଘାତରୁ ଲୋକମାନେ ମଧ୍ୟ ଆରୋଗ୍ୟ ଲାଭ କରିଥାନ୍ତି।

ବେଲବଣ ମଠ ସମ୍ପର୍କରେ ମାଳିକାରେ ମଧ୍ଯ ବର୍ଣ୍ଣନା କରାଯାଇଛି।ବହୁ ଲୋକପ୍ରିୟ ଅଭୟ ପଞ୍ଜରା ରେ ମହାପୁରୁଷ କହିଛନ୍ତି ଯେ
“ବେଲ ମଳିଆ ମହିମା ବାସିବ
ଅନନ୍ତଖେଳ ଗୁପ୍ତେ ଲାଗିଥିବ
କୁଳିନଗରଯେ ଅଳକାପୁର
ବହୁଚିପୁଣି ଭୀଷ୍ମକୁଣ୍ଡିଧାର
ନନ୍ଦଦାସ ସଦାପାରୁସେ ରହି
ଦିବରଜନୀସେ ସେବାରେଖଟି
ପୁଣି କମାର ରାମଦାସ ଅଛି
ବୈରାଗୀଦାସ ପରେସେ ଅଛି”

ସାଧାରଣତଃ ୠଷିମୂନି ମାନେ ଯେଉଁ ସ୍ଥାନରେ ବସବାସ କରିଥାନ୍ତି ସେ ସ୍ଥାନକୁ ତାଙ୍କ ନାମ ଅନୁସାରେ ସାଧାରଣତଃ କୁଣ୍ଡିନଗର କୁହାଯାଏ।ତେଣୁ ଏହି ବେଲବଣ ମଠ ପାଖରେ ମଧ୍ୟ କୁଣ୍ଡେଶ୍ୱର ମହାଦେବ ମଧ୍ୟ ରହିଛନ୍ତି।ଏହାକୁ କୁଣ୍ଡିନଗରରୁ ଆସିଥିବା ଋଷିମାନେ ସ୍ଥାପନ କରୁଛନ୍ତି।ଏହି ମଠରେ ଭୈରଭିମୁଣ୍ଡିଆ ମଧ୍ୟ ରହିଛି।ତେଣୁ ବାସ୍ତବିକ ଏହି ମଠର ଅନେକ ବିଶେଷତ୍ୱ ରହିଛି।ଏହାର ପ୍ରମାଣ ମଧ୍ୟ ଆମେ ମାଳିକାରେ ଦେଖିଲେ।ତେଣୁ ଯେଉଁ ଅଭୟ ପଞ୍ଜରା ରହିଛି ତାର ପଠନ ଦ୍ବାରା ମଧ୍ୟ ଅନେକ ଅସାଧ୍ୟ ରୋଗ ଭଲ ହେଇଥାଏ।ନିର୍ଧନ ବ୍ୟକ୍ତି ଧନୀ ହେଇଥାଏ।ଅନେକ ସୁଖ ସମୃଦ୍ଧି ପାଇଥାଏ।

ତେଣୁ ଓଡ଼ିଶାରେ ଆହୁରି ଅନେକ ଗ୍ରନ୍ଥ ରହିଛି ଯାହା ଲୋକଲୋଚନକୁ ଆସିବା ଦରକାର।ଏହା ଦ୍ଵାରା ଲୋକଙ୍କ ଅନେକ କଲ୍ୟାଣ ସାଧିତ ହେବା ସହ ଓଡ଼ିଶାର ମଧ୍ୟ ଗର୍ଵ ଗୌରବ ବଢିବ।ଏହି ଗ୍ରନ୍ଥମାନଙ୍କର ବିକାଶର ଆବଶ୍ୟକତା ରହିଛି।ଯଦିଓ ଏହି ଗ୍ରନ୍ଥଗୁଡିକୁ ଗୁପ୍ତରେ ରଖାଯିବାର ନିୟମ ରହିଛି,ଏହାର ପ୍ରକାଶ କରିବା ଦ୍ୱାରା ମହାପୁରୁଷଙ୍କର ଶାପ ପଡିବ ବୋଲି ଲୋକ କଥା ରହିଛି।ମାତ୍ର ଯଦି ଏହି ଗ୍ରନ୍ଥମାନଙ୍କ ବିକାଶ ଦ୍ଵାରା ଯଦି ଜନମାନସଙ୍କର ହିତ ସାଧିତ ହେଉଥାଏ ତେବେ ଏହାର ବିକାଶର ଆବଶ୍ୟକତା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.