ଘର ଝିଅ ବୋହୂ ଙ୍କୁ ରାତିକ ପାଇଁ ପଠେଇଲେ ମିଳିବ ପକ୍କାଘର, ସମ୍ପୂର୍ଣ୍ଣ ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ଓଡ଼ିଶାରେ ଦୁର୍ନୀତି ଆଉ ବାଟମାରଣା ବଢ଼ିବାରେ ଲାଗିଛି। ଏବେ ଜଣେ ଏଭଳି ସରପଞ୍ଚ ସାମ୍ନା କୁ ଆସିଛନ୍ତି ଯିଏ ବିଜୁ ପକ୍କା ଘର କରିଦେବା ପାଇଁ ଗୋଟିଏ ରାତି ପାଇଁ ଝିଅ ବୋହୂ ଙ୍କୁ ତାଙ୍କ ଘରକୁ ପଠାଇବା ପାଇଁ କହୁଛନ୍ତି। ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ଚମକିପଡିବେ।ସରକାର ଗରିବ ଜନସାଧାରଣ ମାନଙ୍କ ପାଇଁ ଜନହିତକର ଯୋଜନା ମାନ କରିଥାନ୍ତି। ଯାହା ଦ୍ଵାରା ସେମାନେ ସେମାନଙ୍କର ଆବଶ୍ୟକତା କୁ ପୂରଣ କରିବା ସହିତ ଅଧିକାଂଶ ରେ ଲାଭାନ୍ଵିତ ହୋଇ ପାରିବେ।କିନ୍ତୁ ଯଦି ଏହି ସବୁ ସୁବିଧା ଜନ ସାଧାରଣ ମାନଙ୍କ ପାଖରେ ପହଞ୍ଚାଉ ଥିବା ସରକାରୀ କର୍ମଚାରୀ ବା ଅଧିକାରୀ ମାନେ ଏହାକୁ ବାଟ ମାରଣ କରନ୍ତି କିମ୍ବା ଏହାର ଅନୁପଯୁକ୍ତ ଫାଇଦା ଉଠାନ୍ତି।

ଅନେକାଂଶରେ ଏହି ଯୋଜନାର ସୁବିଧା ଦେବା ଆଳ ରେ ଏହି ଅଧିକାରୀ ମାନେ ଅନେକ ଖରାପ୍ ସ୍ତରକୁ ମଧ୍ୟ ଚାଲି ଯାଇଥାନ୍ତି।ସେହିଭଳି ଏକ ନିମ୍ନ ମାନର ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଅନୁସାରେ ଓଡ଼ିଶା ସରକାରଙ୍କ ବିଜୁ ପକ୍କାଘର ଯୋଜନା ଯୋଗାଇ ଦେବା ପାଇଁ ଵିଜୁ ପକ୍କାଘର ପାଇଁ ଦେହ ମାଗୁଛନ୍ତି ସେହି ଗ୍ରାମର ସରପଞ୍ଚ। କଳାହାଣ୍ଡି ଜିଲ୍ଲାରେ ଘଟିଛି ଏହିଭଳି ଏକ ନିନ୍ଦନୀୟ ଏବଂ ଲାଜ୍ୟାଜନକ ଘଟଣା।ଏଠାରେ ଆବାସ ଯୋଜନାରେ ଘର ଯୋଗାଇ ଦେବା ନାଁରେ ଯୁବତୀଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

ସରପଞ୍ଚଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ଯୁବତୀ ଜଣଙ୍କ। କିଭଳି ଭାବରେ ସରକାରୀ ସହାୟତା କୁ ଯୋଗାଇଦେବା ବାହାନାରେ ଉକ୍ତ ଗ୍ରାମର ସରପଞ୍ଚ ଏହିଭଳି ଅଭଦ୍ର ବ୍ୟବହାର କରିଛନ୍ତି ସେ ତାହା ଉଲ୍ଲେଖ କରିଛନ୍ତି।ତେବେ ଜଣେ ଜନ ପ୍ରତିନିଧି ଭାବରେ ସରପଞ୍ଚ ଙ୍କ ଏହିଭଳି ବ୍ୟବହାର ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଅଟେ।ତେବେ ଏହି ଭଳି ଲଜ୍ଜିତ କଲାଭଳି ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳରୁ।ସେଠାରେ ଜଣେ ଗରିବ ଦଳିତ ଝିଅକୁ ସରପଞ୍ଚ ପକ୍କା ଘର ବଦଳରେ ଶାରିରୀକ ସମ୍ପର୍କ ରଖିବା ପାଇଁ କହିବା ମହଙ୍ଗା ପଡ଼ିଥିବା ବେଳେ,ଏହି ସଭ୍ୟ ଶିକ୍ଷିତ ସମାଜରେ ଏହିଭଳି ଅସଭ୍ୟ ଆଚରଣ କେତେ ଯେ ଗ୍ରହଣ ଯୋଗ୍ୟ ତାହା ଆପଣ ଅନୁମାନ କରନ୍ତୁ।

ତେବେ ସୁଦୂର ରାଜକୋଟ କୁ ଦାଦନ ଖଟିବା ପାଇଁ ଯାଇଥିବା ବାପା ମା ର ଗରିବ ନିରୀହ ଦଳିତ ଘରର ଝିଅ ଯିଏକି ତାର ୩ ଭାଇକୁ ନେଇ ଏକୁଟିଆ ଘରେ ରହୁଛି,ସେ ତାର ଘର ଭାଙ୍ଗି ଯାଇ ଥିବାରୁ ସରପଞ୍ଚଙ୍କ ନିକଟରେ ଏଥିପାଇଁ ଆବେଦନ କରିଥିଲା ଏକ ଘର ପ୍ରଦାନ କରିବା ପାଇଁ ଏବଂ ଯୋଜନା ରେ ତାକୁ ସାମିଲ୍ କରିବା ପାଇଁଁ।କିନ୍ତୁ ଏହାର ପ୍ରତି ବଦଳରେ ଏକ ବିଜୁ ପକ୍କା ଘର ପାଇଁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଗଲା। ଦେହ ଦେଲେ ମିଳିବ ପକ୍କା ଘର।ଏହି କଥା ସରପଞ୍ଚ ଙ୍କ ପାଖରୁ ଶୁଣିବା ପରେ ଯୁବତୀ ଜଣଙ୍କ ମର୍ମାହତ ହେବା ସହିତ ଲଜ୍ଜିତ ମଧ୍ୟ ହୋଇଥିଲେ।ପରେ ଏହି ଘଟଣା ବିଷୟରେ ସେ ଅଭିଯୋଗ କରିବା ପରେ ଗ୍ରାମବାସୀ ମଧ୍ୟ ଏହାକୁ ନିନ୍ଦା କରିବା ସହିତ ସମାଲୋଚନା କରିଛନ୍ତି ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.