“ସୀତାଙ୍କ ଜନ୍ମ ରହସ୍ୟ” ।
ସମଗ୍ର ବିଶ୍ୱକୁ ଜ୍ଞାନ ତଥା ଧର୍ମରେ ଅଭିଷିକ୍ତ କରୁଥିବା ଅଖଣ୍ଡ ଭାରତର ଧୂଳି ମୁଣ୍ଡରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ମହାନ। ରାମଙ୍କ ଜୀବନ ସହ ଜଡ଼ିତ ପ୍ରତ୍ୟେକ ଘଟଣା ରାମାୟଣ ରେ ଉଲ୍ଲେଖ କରା ଯାଇଛି।ରାମାୟଣ ଏକ ପଵିତ୍ର ଗ୍ରନ୍ଥ ରୂପେ ସର୍ବ ଜନ ବିଦିତ।ଏହାକୁ ପୌରାଣିକ ଭିତ୍ତିଭୂମି ର ଆଧାର କହିଲେ ଅତ୍ୟୁକ୍ତି ହେବନାହିଁ।

ରାମଙ୍କ ଅର୍ଦ୍ଧାଙ୍ଗିନୀ ଦେବୀ ସୀତା ରାମାୟଣର ପ୍ରମୁଖ ଚରିତ୍ର ଅଟନ୍ତି। ସୀତାଙ୍କ ଜନ୍ମ ରାମାୟଣର ଏକ ରହସ୍ୟାତ୍ମକ ବିଷୟ। ଯଦିଓ ବାଲ୍ମୀକି ଙ୍କ ରଚିତ ରାମାୟଣରେ ଏହା ବିଷୟରେ ବର୍ଣ୍ଣିତ କରାଯାଇଛି; ହେଲେ ସୀତାଙ୍କ ଜନ୍ମକୁ ନେଇ ବିଭିନ୍ନ ପଣ୍ଡିତ ମାନେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଛନ୍ତି।ବାଲ୍ମୀକିଙ୍କ ରଚିତ ରାମାୟଣ ଅନ୍ୟ ୧୨୫ ଟି ଭାଷା ରେ ପୁନଶ୍ଚ ବିରଚିତ ହୋଇଛି। ତନ୍ମଧ୍ୟରୁ ” ଅଦ୍ଭୁତ ରାମାୟଣ ” ପ୍ରଣିଧାନ ଯୋଗ୍ୟ। ଏହା ଚତୁର୍ଦ୍ଦଶ ଶତାବ୍ଦୀରେ ଦୁଇ ଯୁଗାନ୍ତକାରୀ ଋଷି ବାଲ୍ମୀକି ଏବଂ ଭରଦ୍ବାଜଙ୍କ ଦ୍ୱାରା ରଚିତ ହୋଇଥିଲା।
ଏହି ଅଦ୍ଭୁତ ରାମାୟଣ ଅନୁସାରେ ଲଂକାପତି ରାବଣ ଏବଂ ମା ସୀତାଙ୍କ ସମ୍ପର୍କ ହେଉଛି ପିତା ଆଉ ପୁତ୍ରୀ ର।ମା ସୀତା ରାଣୀ ମନ୍ଦୋଦରୀ ଙ୍କ ଗର୍ଭ ରୁ ଜନ୍ମ ଲାଭ କରିଥିଲେ।ଏଥି ସହିତ ରାବଣ କହିଥିଲେ କି ସେ ଅଜ୍ଞାତ ବଶତଃ ବି ଯଦି ନିଜ କନ୍ୟା ଙ୍କୁ ଗ୍ରହଣ କରନ୍ତି ତେବେ ତାଙ୍କର ଅନ୍ତ ସୁନିଶ୍ଚିତ। ଦଣ୍ଡକରଣ୍ୟ ରେ ଜଣେ ବ୍ରାହ୍ମଣ ବାସ କରୁଥିଲେ।ତାଙ୍କର ମା ଲକ୍ଷ୍ମୀ ଙ୍କୁ କନ୍ୟା ରୂପେ ପାଇବା ପାଇଁ ଗଭୀର ଅଭିଳାଷ ଥିଲା। ତେଣୁ ସେ ମା ଲକ୍ଷ୍ମୀ ଙ୍କୁ ଆରାଧନା କରିବା ସହିତ ନିଜ ଅଗଣା ରେ ଏକ କଳସୀ ରେ ଅରୁଆ ଚାଉଳ ଏବଂ ଦୁବ ପ୍ରତିଦିନ ରଖୁଥିଲେ। କିନ୍ତୁ ଦିନେ ଦୁର୍ଭାଗ୍ୟ ବଶତଃ ରାବଣ ସେଥିରେ ନର ରକ୍ତ ପୂର୍ଣ୍ଣ କରି ତାକୁ ବିଷ ବୋଲି କହି ମନ୍ଦୋଦରୀ ଙ୍କୁ ରଖିବାକୁ ଦେଇଥିଲେ। କିଛି ଦିନ ପରେ ମନ୍ଦୋଦରୀ ମ୍ରିୟମାଣ ପୂର୍ଣ୍ଣ ହୋଇ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ତାକୁ ସମ୍ପୂର୍ଣ୍ଣ ପାନ କରି ଦେଇଥିଲେ। ହେଲେ ତାହା ମନ୍ଦୋଦରୀ ଙ୍କ ଉଦେଶ୍ୟ କୁ ଶାକାର କରିବାରେ ଫଳପ୍ରଦ ହେଲାନାହିଁ। ପରବର୍ତ୍ତୀ ସମୟରେ ରାଣୀ ଜାଣିବାକୁ ପାଇଲେ ଯେ ସେ ତାଙ୍କ ଅଜ୍ଞାତ ରେ ଗର୍ଭବତୀ ଅଛନ୍ତି। ତେଣୁ ସେ କିଛିଦିନ ପରେ ତୀର୍ଥ କରିବା ବାହାନା ରେ ଲଙ୍କା ର ବାହାରକୁ ଆସିଲେ।
ଏକ ନିର୍ଜନ ଜାଗା ରେ ସେ କନ୍ୟା ପ୍ରସବ କରିବା ପରେ ତାକୁ ମାଟି ତଳେ ପୋତି ଦେଇ ଲଙ୍କା ଫେରି ଆସିଥିଲେ। କିଛିଦିନ ପରେ ମିଥିଲା ର ରାଜା ଜନକ ମରୁଡ଼ି ହେବ ବୋଲି ରାଜ ପଣ୍ଡିତଙ୍କ ପରାମର୍ଶରେ ମାଟି ଖୋଲିବା ଲାଗି ଆସିଥିଲେ। ସୌଭାଗ୍ୟ ବଶତଃ ସେ ମାଟି ତଳୁ ନବଜାତ ଶିଶୁକନ୍ୟା କୁ ଜୀଵିତ ଅବସ୍ଥାରେ ଦେଖି ଖୁସିରେ ବିହ୍ଵଳ ହୋଇଗଲେ। ଏବଂ ତାଙ୍କୁ ନିଜ କନ୍ୟା ପରି ଅତି ଆଦର ରେ ଲାଳନ ପାଳନ କରିଥିଲେ। ଏବଂ ମା ସୀତା ଜନକ ନନ୍ଦିନୀ ରୂପେ ପରିଚିତ ହେଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ