ବର୍ତ୍ତମାନ ସମୟର ବଡ଼ ଖବର ଯାହାଆସି ପହଞ୍ଚିଛି ଯେ ୨୫ ରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ନିଭାର ଏବଂ ଭିଜାଇବ ଓଡ଼ିଶା।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତୃତ ବିଷୟରେ।

ଭାରତ ମହାସାଗର ଏବଂ ସଂଲଗ୍ନ ଦକ୍ଷିଣ ମହାସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ର ରୂପ ନେଇ ସାମୁଦ୍ରିକ ଝଡ଼ରେ ପରିଣତ ହେଇଛି।ଏହି ସାମୁଦ୍ରିକ ମହାବାତ୍ୟାର ନାମ ନିଭାର ରଖାଯାଇଛି।ଏହି ମହାବାତ୍ୟା ପୁଡୁଚେରୀ ଠାରୁ ୫୫୦ କି.ମି ଦୂରରେ ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ତାମିଲନାଡୁ ଠାରୁ ୫୯୦ କି.ମି ଦୂରରେ ଦକ୍ଷିଣ-ପଶ୍ଚିମ ଦୂରରେ ରହିଛି।ଏହାମଧ୍ୟ ଜଣାପଡ଼ିଛି ଯେ ଏହି ସାମୁଦ୍ରିକ ବାତ୍ୟା ଗତ ୬ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୨୫କି.ମି ପ୍ରତି ବେଗରେ ଏହା ଉପକୂଳ ଆଡ଼କୁ ଅଗ୍ରସର ହେବାରେ ଲାଗିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ଆଶଙ୍କା କରାଯାଉଛି।ଏହା ଆହୁରି ଭୀଷଣ ରୂପ ନେବ।ତେବେ ଆସନ୍ତା ୨୫ ତାରିଖ ର ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଏହା କରାଇକଲ ମଧ୍ୟରେ ତଥା ତାମିଲନାଡୁ ତଥା ପୁଡ଼ୁଚେରୀ ମଧ୍ୟରେ ଏହା ସ୍ଥଳପଥ କୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।ତେବେ ଓଡିଶା ପ୍ରତି ଏହାର କିଛି ପ୍ରଭାବ ରହିବ ନାହିଁ।ମାତ୍ର ଏହାର ପ୍ରଭାବରେ ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ।ଯେଉଁ କାରଣରୁ ତାପମାତ୍ରାରେ ସାମାନ୍ୟ ବଢ଼ିବା ସହ ଶୀତର ମାତ୍ରା କମିବ।

ରାଜ୍ୟର ସୁନ୍ଦରଗଡ଼ ତଥା କେନ୍ଦ୍ରାପଡା ଭଳି ଆଉ କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।ବର୍ଷା ର ପରିମାଣ ଏତେ ନହେଲେ ମଧ୍ୟ କିଛି ମାତ୍ରାରେ ବର୍ଷା ରହିବ।ଏହା ଦ୍ଵାରା ଓଡ଼ିଶାରଥିବା ନିମ୍ନ ତାପମାତ୍ରାରେ କିଛି ପରିବର୍ତ୍ତନ ଆସିବା ସହ ଶୀତର ମାତ୍ରା ମଧ୍ୟ କମିବ।
ତାମିଲନାଡୁରେ ହେଇଥିବା ଏହି ବାତ୍ୟାର ପରିସ୍ଥିତି ପାଇଁ ସେଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଉଦ୍ଧାରକାରୀ ଦଳ ତଥା ଅଗ୍ନିସମ ବିଭାଗର କର୍ମଚାରୀ ମାନେ ସଜାଗ ରହିଛନ୍ତି।ଓଡ଼ିଶାର ମଧ୍ୟ ଓଡ୍ରାଫ କର୍ମଚାରୀ ତାମିଲନାଡୁ ଯାଇଁଛନ୍ତି।ଏହି ବାତ୍ୟା କାରଣରୁ ସେଠାରେ ଦୁଇ ଦିନ ହେବ ଭୀଷଣ ବର୍ଷାମଧ୍ୟ ଲାଗିରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ