ଜାନୁଆରୀ ୧ ରୁ ଟଙ୍କା ନେଣ ଦେଣ ପାଇଁ ଲାଗିବ ଚାର୍ଜ,କଟିବ ଏତିକି ଟଙ୍କା

ବନ୍ଧୁଗଣ ଆପଣଙ୍କୁ ଆମ ନିଉଜ୍ ପୋର୍ଟାଲ ରେ ସ୍ୱାଗତ। ବର୍ତ୍ତମାନର ବଡ଼ ଖବର,

ଯଦି ଆପଣ ଗୁଗଲ ପେରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ ପେ ଆଗାମୀ ବର୍ଷ ଜାନୁୟାରୀରୁ ନିଜ ପିୟର-ଟୁ-ପିୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ କମ୍ପାନୀ ତରଫରୁ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ ଯୋଡା ଯିବ, ଯାହାକୁ ବ୍ୟବହାର କଲେ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ ।

ସୂଚନା ଅନୁସାରେ ଏବେ କମ୍ପାନୀ ଏହି ଚାର୍ଜକୁ ନେଇ କୌଣସି ସୂଚନା ସେୟାର କରିନି । ବର୍ତ୍ତମାନ ଗ୍ରାହକ ଗୁଗଲ ପେ ଆପ ଓ pay.google.com ଉଭୟ ପ୍ଲାଟଫର୍ମ ଜରିଆରେ ଟ୍ରାଞ୍ଜାକ୍ସନ କରନ୍ତି । କିନ୍ତୁ ଏବେ ଗୁଗଲ ଏକ ନୋଟିସ୍ ଜାରି କରି ୟୁଜର୍ସଙ୍କୁ ନୋଟିଫାଇ କରିଛି କି ତାର ୱେବ୍ ପେମେଣ୍ଟ ସର୍ଭିସ୍ ଆଗାମୀ ବର୍ଷ ଜାନୁୟାରୀରୁ କାମ କରିବନି ।

9to5Google ର ରିପୋର୍ଟ ଅନୁସାରେ ୨୦୨୧ ର ପ୍ରାରମ୍ଭରେ ୟୁଜର୍ସ pay.google.com ପ୍ଲାଟଫର୍ମରେ ଯାଇ ପଇସା ପଠାଇ ପାରିବେନି କିମ୍ବା ପାଇ ପାରିବେନି । ପଇସା ଟ୍ରାନ୍ସଫର କରିବା ପାଇଁ ସେମାନଙ୍କୁ ଗୁଗଲ ପେ ଆପ ବ୍ୟବହାର କରିବାକୁ ପଡିବ । ଅର୍ଥାତ୍ ଗୁଗଲ ଆଗାମୀ ବର୍ଷରୁ pay.google.com ର ସୁବିଧା ବନ୍ଦ କରିଦେବ । ଏହା ବଦଳରେ ଗୁଗଲ ଏକ ନୂଆ ପେମେଣ୍ଟ ଆପ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛି ।

ଗୁଗଲ ପେରେ ହେଉଛି ବଡ ପରିବର୍ତ୍ତନ
ପେମେଣ୍ଟ ସିଷ୍ଟମରେ ପରିବର୍ତ୍ତନ ପାଇଁ ଗତ ଦିନରେ ଗୁଗଲ ତରଫରୁ ଅନେକ ନୂଆ ଫିଚର୍ସ ଦିଆଯାଇଛି । ଏହି ସମସ୍ତ ଫିଚର୍ସ ଆମେରିକୀୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜରଙ୍କ ପାଇଁ ରୋଲଆଉଟ୍ କରାଯାଇଛି । କମ୍ପାନୀ ଗୁଗଲ ପେର ଲୋଗୋରେ ମଧ୍ୟ ପରିବର୍ତ୍ତନ କରିଛି ।

ଆଗାମୀ ବର୍ଷ ଗୁଗଲ ତରଫରୁ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫରରେ ଚାର୍ଜ ଆଦାୟ କରାଯାଇପାରେ । ଯଦି ଏମିତି ହେବ ତେବେ ଗ୍ରାହକଙ୍କୁ ଏହା ବଡ ଝଟକା । କାରଣ ଆଜିର ତାରିଖରେ ବଡ ସଂଖ୍ୟାରେ ୟୁଜର୍ସ ଏହାକୁ ବ୍ୟବହାର କରନ୍ତି । ଏହା ଜରିଆରେ ପଇସା ନେଣଦେଣ କରନ୍ତି ଗ୍ରାହକ । ତେବେ ଦେଖିବାକୁ ରହିଲା ଏଥିରେ କେତେ ଚାର୍ଜ ଲାଗୁଛି । ଏଭଳି ଅଧିକ ଖବର ପାଇଁ ତଳେ ଆମକୁ ଲାଇକ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published.