ସୌମ୍ୟ ଜଣେ ସାଧାରଣ ପିଲା ନୁହେଁ । ନୟାଗଡ଼ ଜିଲ୍ଲାର ସାଧାରଣ ପରିବାରରୁ ଆସି ସେ ନିଜର ଅଧ୍ୟବସାୟ ବଳରେ ଜଣେ ଉଚ୍ଚ ଶିକ୍ଷିତ IT Engineer ହୋଇ Satyam Company ରେ କାମ କରୁଥିଲେ । ୬ ବର୍ଷ ତଳେ ଭୁବନେଶ୍ୱର ରେ ସାମାଜିକ କର୍ମୀଭାବେ ବାସହରା ଲୋକଙ୍କ ପାଇଁ କାମ କରିବା ସହ ସେମାନଙ୍କୁ ଲୁଗା , ଖାଦ୍ୟ ବଣ୍ଟନ କରୁଥିଲେ । ନିଜ ଗ୍ରାମରେ NREGA କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ରାଜ୍ୟ ମାନବାଧିକାର କମିଶନରେ କେଶ କରିବା ସହ ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ସୂଚନାଧିକାର ଅଭିଯାନ ରେ ଯୋଗ ଦେଇ ସେ ସୂଚନାଧିକାର କର୍ମୀଭାବେ କାମ ଆରମ୍ଭ କରିଥିଲେ ।

ତାଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଯୋଗୁଁ ସେ ତାଙ୍କ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇଥିଲେ । ଏହାପରେ ସୌମ୍ୟ ମଦ ବିରୋଧୀ ଆନ୍ଦୋଳନ କରି ମହିଳାମାନଙ୍କ ପ୍ରିୟପାତ୍ର ହୋଇଥିଲେ । satyam Company ର ଲୋଭନୀୟ ଚାକିରୀରୁ ଇସ୍ତଫା ଦେଇ ପଂଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ନିର୍ବାଚିତ ଜୋଇଥିଲେ । ବିଜେଡି ପ୍ରାର୍ଥୀ ଧୂଳି ଚାଟିଥିଲେ। ଏହାପରେ ସୌମ୍ୟ ସରପଞ୍ଚ ଭାବେ ସ୍ୱାଧୀନ ଭାବେ କାମ କରିବା ସହ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଲନ କରିଥିଲେ ।
ତାଙ୍କ କାର୍ଯ୍ୟରେ ବିଧାୟକ ଅରୁଣ ସାହୁ ସଦାବେଳେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ଓ ବାରମ୍ବାର ହଇରାଣ କରିଥିଲେ । ପରିସ୍ଥିତି ଏପରି ହେଲା ସୌମ୍ୟ କୁ କୌଣସି କାମ କରାଇଦିଆଗଲା ନାହିଁ । ଶେଷରେ ଅରୁଣ ସାହୁଙ୍କ ଇଂଗିତରେ ତାଙ୍କ ନାମରେ ମିଥ୍ୟଆ ମକଦ୍ଧମା କରାଯାଇ 23 ଦିନ ଜେଲ ପଠାଇ ଦିଆଗଲା । ସରପଞ୍ଚ ପଦବୀରୁ ତାଙ୍କୁ ନିଲମ୍ବିତ କରାଗଲା । ସୌମ୍ୟ ଜେଲରରୁ ଫେରିବା , ତାଙ୍କ ନିଲମ୍ବନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବା ଏବଂ ଅଦାଲତ ଙ୍କ ନିର୍ଦ୍ଧେଶ ପରେ ସରପଞ୍ଚ ଦାୟିତ୍ୱ ନେଇଥିଲେ ।
ସୌମ୍ୟ କିପରି କାମ ନକରି ପାରିବ ପ୍ରତିଟି କ୍ଷେତ୍ରରେ ମନ୍ତ୍ରୀ ଅରୁଣ ସାହୁ ସମସ୍ୟା ସୃଷ୍ଟି କରୁଥିଲେ । ଅରୁଣ ସାହୁ ଙ୍କ ଧମକପୂର୍ଣ ବାର୍ତ୍ତାଳାପ ଖୋଲାସା କରି ସୌମ୍ୟ ତାଙ୍କ ପ୍ରତିଶୋଧ ନେଇଛନ୍ତି । ପରୀ ହତ୍ୟାକାଣ୍ଡ ଘଟଣା ଓ ଏହାର ତଦନ୍ତ ଓ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୌମ୍ୟ ଆରମ୍ଭରୁ ଲାଗିରହିଛନ୍ତି । ପୋଲିସ ଆରମ୍ଭରୁ ତଦନ୍ତ କୁ ଚପେଇଦେବା ଚେଷ୍ଟା କରିଛି । ପରୀ ନ୍ୟାୟ ପାଇଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ । ସରକାର ଜାଣିବା ଉଚିତ ସୌମ୍ୟଙ୍କ ପଛରେ ସମସ୍ତ ସୂଚନାଧିକାର କର୍ମୀ ଅଛନ୍ତି ।ଆବଶ୍ୟକ ପଡ଼ିଲେ ସେମାନେ ରାଜରାସ୍ତାକୁ ଓହ୍ଲେଇବେ ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।