ନୟାଗଡ଼ ପରୀ ହତ୍ୟା ଘଟଣାର SIT ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି। ଏନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କଲେ ମନ୍ତ୍ରୀ ଶ୍ରୀ ଆରୁଖ।ପରୀ ହତ୍ୟା ମାମଲା ଆଜି ପୁଣି ଥରେ ବିଧାନସଭାରେ ଉଠିଥିଲା। ବିଜେପି ସଦସ୍ୟମାନେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମର ଗ୍ଲାସ ସିଲ୍ଡ କାଢ଼ି ଫୋପାଡ଼ି ଦେଲେ। ଗ୍ଲାସ ସିଲ୍ଡ କାଢ଼ି ମାଇକକୁ ଟଣାଓଟରା କଲେ ବିଧାୟକ ମୋହନ ମାଝୀ। ଏଭଳି ଅଧିକ ଖବର ପାଇଁ ତଳେ ଲାଇକ କରନ୍ତୁ।

ସେପଟେ ମନ୍ତ୍ରୀ ଅରୁଣ ସାହୁ ତିନି ଦିନ ପରେ ମୁହଁ ଖୋଲିଲେ ତାହା ପୁଣି କାଗଜରେ ପୂର୍ବ ଲିଖିତ ବବୃତ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ନେଇ ହଙ୍ଗାମା ପରେ ନିଜ ବୟାନ ରଖିପାରିନଥିବା ଅରୁଣ ଅପରାହ୍ନରେ ପ୍ରେସ ଆଗରେ ମୁହଁ ଖୋଲିଛନ୍ତି ।ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ ସାହୁ କହିଛନ୍ତି । ସେ ହିଂସାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି ବୋଲି ଅରୁଣ କହିଛନ୍ତି ।
ଏଥିସହିତ ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ ବୋଲି କହିବା ସହିତ ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।
ଅରୁଣଙ୍କ ବିବୃତି ବେଳେ ବି ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା । ଏଥିଯୋଗୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି ।ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଥିଲା ଗୃହ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ ।
ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିଛନ୍ତି ଅପରାଜିତା। ସେ କହିଛନ୍ତି ଯେ, କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବ ନାହିଁ । ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି କରୁଛୁ କହିଛନ୍ତି ଅପରାଜିତା।
ବଡ଼ଖୁଲାସା: ପରୀ କୁ ବଳୀ ଦିଆଯାଇଛି! କଣ୍ଟ୍ରାକ୍ଟର ଏବଂ ଏହି ବଡ଼ ନେତାଙ୍କର ସମ୍ପୃକ୍ତି; ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସାରା ଉଠୁଛି ପଡୁଛି। ଏଥିରେ ପରୀର ବଡବାପା ବଡ ମାଆ ଙ୍କର ସମ୍ପୃକ୍ତି ଥିବା କଥା ଜଣେ ସାକ୍ଷୀ ଦେଖିଥିବା କଥା ଚର୍ଚ୍ଚା ହେଉଛି। ଜଣେ ମୁକ ଏବଂ କାଲା ବ୍ୟକ୍ତି ପରୀ କୁ ରାତି ୩ ଟା ବେଳେ କିଡନାପ ଦୃଶ୍ୟ ଦେଖିଛନ୍ତି ବୋଲି ପୋଲିସ କହୁଛି। ଅନ୍ୟପଟେ କିଛି ଗାଁ ଲୋକଙ୍କ ସୂତ୍ରରୁ ଜଣା ପଡ଼ିଛି ଯେ ଏଥିରେ ମନ୍ତ୍ରୀ ଅରୁଣ ସାହୁ ସଂପୃକ୍ତ ଅଛନ୍ତି। ସୂତ୍ରରୁ ଖବର ମିଳିଛି ଯେ ଅନେକ କଣ୍ଟ୍ରାକ୍ଟର ମନ୍ତ୍ରୀ ବିଧାୟକ ଙ୍କ ଠାରୁ କଣ୍ଟ୍ରାକ୍ଟ୍ରି କାମ ଆଣି ଶିଶୁ ବଳୀ ଏବଂ ତନ୍ତ୍ର ମନ୍ତ୍ର କରାଯାଉଛି ଏବଂ ପରେ ଶିଶୁ ମାନଙ୍କ ମର ଶରୀରକୁ ଏସିଡ୍ ଦ୍ୱାରା ନଷ୍ଟ ବା ଡିକମ୍ପୋଜ କରି ନଷ୍ଟ କରାଯାଉଛି। କେବଳ ପରୀ ନୁହେଁ ଏଭଳି ଅନେକ ଘଟଣା ନୟାଗଡ଼ ରେ ଘଟିଛି ବୋଲି ଖବର ମିଳିଛି। ଏଥିରେ ନେତା ଠାରୁ ଯନ୍ତ୍ରୀ ଙ୍କର ହାତ ରହିଛି ବୋଲି ଲୋକ କହୁଛନ୍ତି