ପରୀ ହତ୍ୟାକାଣ୍ଡ ମାମଲା ରେ ବଡ଼ ଖୁଲାସା, ଇସ୍ତଫା ଦେବେ ଅରୁଣ ସାହୁ!

ତିନି ଦିନ ପରେ ମୁହଁ ଖୋଲିଲେ ତାହା ପୁଣି କାଗଜରେ ପୂର୍ବ ଲିଖିତ ବବୃତ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ନେଇ ହଙ୍ଗାମା ପରେ ନିଜ ବୟାନ ରଖିପାରିନଥିବା ଅରୁଣ ଅପରାହ୍ନରେ ପ୍ରେସ ଆଗରେ ମୁହଁ ଖୋଲିଛନ୍ତି ।ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ ସାହୁ କହିଛନ୍ତି । ସେ ହିଂସାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି ବୋଲି ଅରୁଣ କହିଛନ୍ତି ।ଏଥିସହିତ ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ ବୋଲି କହିବା ସହିତ ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।ଅରୁଣଙ୍କ ବିବୃତି ବେଳେ ବି ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା । ଏଥିଯୋଗୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି ।ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଥିଲା ଗୃହ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ ।

ପରୀ ଘଟଣାରେ ସରପଞ୍ଚଙ୍କ ଖୁଲାସା।

ପରୀ ପାଇଁ ସରପଞ୍ଚ ସମ୍ପୂର୍ଣ୍ଣ ଭାବେ ମର୍ମାହତ।ପରୀ ଏକ ଛୋଟ ଝିଅଟିଏ।ପରୀପାଇଁ ନୟାଗଡ଼ରେ ବେଟି ବଚାଓ ବେଟି ପଢ଼ାଓ ଭଳି ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା।ପରୀର ବାପା ଏକ ଅଟୋ ଚାଳକ।ବାପା ମାଆ ଙ୍କର ସେ ଗୋଟିଏ ମାତ୍ର ଝିଅ।ମାତ୍ର ସେହି ଛୋଟ ଛୁଆକୁ ମାରି କରି ଘର ବାରିଆଡ଼େ ପୋତି ଦିଆଗଲା।ଏହାକୁ ପାରିବାରିକ କଳହର ରୂପ ଦିଆଯାଇଥିଲା।ସରପଞ୍ଚଙ୍କ କହିବା ଅନୁସାରେ ସେ ସମ୍ପୂର୍ଣ୍ଣଭାବେ ଏହି ଘଟଣାଟିକୁ ନିରୀକ୍ଷଣ କରୁଛନ୍ତି।ତାଙ୍କ କହିବା ଅନୁସାରେ ପୋଲିସ ସମ୍ପୂର୍ଣ୍ଣ ଭାବେ ଏହି ଘଟଣାଟିକୁ ଅଣଦେଖା କରୁଛି।ଏହି କେସ୍ ର ଗତିପଥକୁ ସେ ଦିଗହରା କରୁଛି।ପରୀର ମାତ୍ର ୧୩ ରୁ ୧୪ ଖଣ୍ଡ ହାଡ଼ ଏଯାବତ ମିଳିପାରିଛି।ତାର ହାଡ଼ଗୁଡିକୁ କେମିକାଲଦ୍ଵାରା ପଚାଯାଇଥିଲା।

ପୋଲିସ ସେହି କେମିକାଲ୍ର ତଥ୍ୟକୁ ମଧ୍ୟ ଏଯାବତ ସର୍ବସମ୍ମୁଖକୁ ଆଣିନାହିଁ।ସରପଞ୍ଚଙ୍କ କହିବା ଅନୁସାରେ ପୋଲିସ ପରୀର ପରିବାର ଲୋକଙ୍କ ଉପରେ ଚାପ ପକାଉଛି।ସରପଞ୍ଚ ଏହି ଘଟଣା ସମ୍ପର୍କରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ କହିଥିଲେ।ମାତ୍ର ତାଙ୍କଠାରୁ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା।

ଏପରିକି ପରୀର ପିତାମାତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା।ସରପଞ୍ଚଙ୍କ କହିବା ଅନୁସାରେ ବାବୁଲି ନାୟକ ଯେ କି ଏହି ଘଟଣାର ଏକ ମୁଖ୍ୟ ଅଭିଯୁକ୍ତ ମାତ୍ର ତାକୁ ସମସ୍ତେ ଘଣ୍ଟ ଘୋଡ଼ଉଛନ୍ତି।ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।ଏହା ସହ ସେହି ବାବୁଲି ନାୟକ ମଧ୍ୟ ଅନେକ ବେଆଇନ କାର୍ଯ୍ୟକଳାପ ସହ ମଧ୍ୟ ସଂଶ୍ଲିଷ୍ଟ।ଅନେକ କ୍ରିମିନଲ କେସ୍ ମଧ୍ୟ ତା ନାଁରେ ରହିଛି।ତାର ଅନେକ ରାଜନୈତିକ ଲୋକଙ୍କ ସହ ମଧ୍ୟ ପରିଚୟ ରହିଛି।ସରପଞ୍ଚଙ୍କ ଅନୁସାରେ ପରୀ ଏକ ଗରିବ ପରିବାରରୁ ଆସିଛି।

ତାର ହତ୍ୟା ହେଇଛି।ଏହା କୌଣସି ରାଜନୈତିକ କାର୍ଯ୍ୟ ନୁହେଁ।ତେଣୁ ଏହି ମର୍ଡର କେସ୍ ର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ।ସେ ଏହା ମଧ୍ୟ ଦାବିକରିଛନ୍ତି ଯେ ନିଶ୍ଚୟ ଅର୍ଗାନ୍ ଚୋରି ହେଇଛି ଏବଂ କିଛି ହାଇପ୍ରୋଫାଇଲଲୋକଙ୍କୁ ଦିଆଯାଇଛି।ଫଳରେ ଏହି ଘଟଣାକୁ ଚପେଇଦେବାପାଇଁ ଚେଷ୍ଟା କରାଯାଉଛି।ତେଣୁ ଏହି ଗରିବ ପିଲାଟିର ହତ୍ୟା କରିଦେଲେ କେହିତ ଆଉ ପ୍ରତିବାଦ କରିବେ ନାହିଁ।ତେଣୁ ଏପରି କରାଯାଇଛି।ସରପଞ୍ଚ ଦୃଢ଼ଭାବେ ନିଜ ସ୍ୱର ଉତ୍ତୋଳନ କରିଛନ୍ତି।ତାଙ୍କୁ ମଧ୍ୟ୍ୟ ଧମକପୂର୍ଣ ଫୋନକଲ ଆସୁଛି।କିନ୍ତୁ ସେ ଆଗମୀଦିନରେ ଏହା ଆହୁରି ଏକ ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ମଧ୍ୟ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.