ନନ୍ଦିଘୋଷ ଟିଭି କାହାର ? କାହିଁକି ବିଜେଡ଼ି କୁ ସାପୋର୍ଟ କରୁଛି ଏହି ଦଳ? କଣ ରହିଛି କାରଣ। ଦଳରୁ ବହିସ୍କୃତ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ।ତାଙ୍କୁ ଦଳରୁ ବହିସ୍କୃତ କରିବା ପଛରେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କୁ ବହୁତ ଭଲ ପାଆନ୍ତି।

କିନ୍ତୁ କିଛି ଅଫିସର ଏହାକୁ ସହ୍ୟ କରିପାରୁନଥିଲେ।ଏହାସହିତ ଆହୁରି କହିଛନ୍ତି କି ମୁଁ 20ବର୍ଷ ବିଜେଡି ରେ ଅଛି ,ମୋ ବିରୁଧରେ ଦୁର୍ନୀତି କିମ୍ବା ଦଳ ବିରୋଧୀ ଅଭିଯୋଗ ଆସିନି କିନ୍ତୁ ନନ୍ଦିଘୋଷ ଟିଭି ରେ କେବଳ ମୋ ବିରୁଧରେ ଅଭିଯୋଗ ଆସୁଛି।ନନ୍ଦିଘୋଷ ଟିଭି ପାଣ୍ଡିଆନ ଙ୍କ ଦ୍ୱାରା କଣ୍ଟ୍ରୋଲ ହୋଇଥାଏ ,ଏଥିରେ ପାଣ୍ଡିଆନ ଙ୍କର ଫାଇନାନ୍ସ ଅଛି । ମୁଁ ଏହାକୁ ପ୍ରମାଣ କରିପାରିବିନି କିନ୍ତୁ ସମସ୍ତେ ଜାଣନ୍ତି ନନ୍ଦିଘୋଷ ଟିଭି ପାଣ୍ଡିଆନ ଙ୍କର।କେବଳ ନନ୍ଦିଘୋଷ ମୋ ବିରୁଧରେ ଏଭଳି ଖବର ଦେଖାଇବା କୋଉଠି ନା କୋଉଠି ସନ୍ଦେହ ଉଠୁଛି।

ପ୍ରଦୀପ କହିଛନ୍ତି କି ଯେତେବେଳେ କାର୍ତିକ ପାଣ୍ଡିଆନ କଲେକ୍ଟର ଥିଲେ ମୁଁ ମୁଖ୍ୟମନ୍ତ୍ରୀ ଙ୍କ ଅତି ପ୍ରିୟ ଥିଲି।ମୁଖ୍ୟମନ୍ତ୍ରୀ ମତେ ତାଙ୍କ ହେଲିକପ୍ଟର ରେ ବୁଲାଇ ନେଉଥିଲେ ସେତେବେଳେ ପାଣ୍ଡିଆନ ଅସହ୍ୟ ମନେ କରୁଥିଲେ ।ମୁଁ ମୁଖ୍ୟମନ୍ତ୍ରୀ ଙ୍କ ଅତି ପ୍ରିୟ ହେବା ମୋ ପାଇଁ କାଳ ହେଲା ।ତେବେ ଆପଣଙ୍କୁ କଣ ଲାଗୁଛି ,ପ୍ରଦୀପ ସତ କହୁଛନ୍ତି ନା ବହିସ୍କୃତ ହେବାପରେ ବିଳିବିଳେଇ ହେଉଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।