ଶୈଶବ ଅବସ୍ଥାରୁ ବୁଦ୍ଧିର ବିକାଶ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ତେଣୁ ଛୋଟ ପିଲାଙ୍କ ବୁଦ୍ଧିର ଯଥୋଚିତ ବିକାଶ ନିମନ୍ତେ କୌତୁହଳ ପୂର୍ଣ୍ଣ ପ୍ରଶ୍ନ ଓ ପ୍ରହେଳିକା ବିଶେଷ ଭୂମିକା ଗ୍ରହଣ କରିଥାଏ।ନିମ୍ନରେ ତାହା ଦିଆ ଯାଇଛି।ଏହା ଅତ୍ୟନ୍ତ ମଜାଦାୟକ ଓ ବୁଦ୍ଧିମାନର ପ୍ରଶ୍ନ ଅଟେ।ଛୋଟପିଲାଙ୍କ ପାଇଁ ବହୁତ ଉପକାରୀ ଅଟେ।

ପ୍ରହେଳିକା-୧: ଗୋଟିଏ ଗୁମ୍ଫାରେ ବତିଶୀ ଚୋର
ଦିନରେ କରନ୍ତି କାମ।
ରାତିହେଲେ ସିଏ ଆରାମ କରନ୍ତି
ତେବେ କୁହ ତାଙ୍କ ନାମ।
ଉତ୍ତର- ଏହା ଏକ ଚତୁର ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ଦାନ୍ତ।
ପ୍ରହେଳିକା-୨: ମାମୁଁଘରେ ଗୋଠେ ଗାଈ
ରାତି ପାହିଲେ ମୋଟେ ନାହିଁ।
ଉତ୍ତର- ଏହା ଏକ ଚତୁର ତଥା ପରିଚିତ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ତାରା।
ପ୍ରହେଳିକା-୩: ବାପାଙ୍କର ଭଉଣୀ ସିଏ
ଜେଜେଙ୍କର ଝିଅ।
ବୋଉର ସେ ନଣନ୍ଦ ହେବ
କିଏ ସିଏ କୁହ।
ଉତ୍ତର- ଏହା ଏକ ମଜାଦାୟକ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ପିଉସୀ ନାନୀ।
ପ୍ରହେଳିକା-୪: ବାଛୁରୀର ହକ ମାରି ମହାଦେବ ପିଏ।
ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ।
କହିଲ ଭାବି କି ସେ ଦରବ କିଏ?
ଉତ୍ତର- ଏହାର ସଠିକ ଉତ୍ତର କ୍ଷୀର ଅଟେ।
ପ୍ରହେଳିକା-୫: ବାହାରେ ସବୁଜ ଭିତରେ ଲାଲ
ଲତାରେ ଫଳେ ସେ ଫଳଟି ଗୋଲ।
କଟା ହେଲେ ହୁଏ ଖାଇ
ଖରାଦିନେ ସିଏ ଯାହାକୁ ଯେତେ ଲୋ
ଶୀତ ଦିନେ ଦିଶେନାହିଁ।
ଉତ୍ତର- ଏହା ଅତ୍ୟନ୍ତ ମଜାଦାୟକ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ତରଭୁଜ।
ପ୍ରହେଳିକା-୬: ମତେ କଟାଯାଏ ମତେ ଛେଚାଯାଏ
ମତେ ଭାରି ବାଧେ।
ହେଲେ ମତେ କାଟୁଥିବା ଲୋକ
ଲୁହ ଝାରି କାନ୍ଦେ।
ଉତ୍ତର- ଏହା ଅତ୍ୟନ୍ତ ମଜାଦାୟକ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ପିଆଜ।
ପ୍ରହେଳିକା-୭: ସବୁଜ ବେଣ୍ଟକୁ ନାଲିଆ ଛୁରୀ
କଷ୍ଟ ଦିଏ ସିଏ ଜହ୍ୱର ପରି
ପାଣି ପାଣି ବୋଲି ଚିଲାଏ ମଣିଷ
ସତେ କି ଜୀବନ ଯାଏ ବାହାରି।
ଉତ୍ତର- ଏହା ଏକ ସହଜ ଓ ଚତୁର ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ଲଙ୍କା।
ପ୍ରହେଳିକା-୮: ଖରା ଦେଖିକି ମୁଁ ଆସିଥାଏ
ଛାଇ ଦେଖିକି ମୁଁ ଲୁଚିଯାଏ।
ପବନ ଛୁଇଁଲେ ମତେ
ମୁଁ ଲାଜେ ଲାଜେ ମରିଯାଏ।
ଉତ୍ତର- ଏହା ଟିକେ ଚିନ୍ତା ମୂଳକ ପ୍ରଶ୍ନ ଅଟେ।କିନ୍ତୁ ଏହାର ଉତ୍ତର ବହୁତ ସହଜ ଓ ମଜାଦାୟକ ଅଟେ।ଏହାର ସଠିକ ଉତ୍ତର ହେଉଛି ଝାଳ।
ପ୍ରହେଳିକା-୯: ତାଟିଆ ଭିତରେ ତାଟିଆ ଅଛି।
ତାଟିଆ ଭିତରେ ଅମୃତ
ମା ପେଟର ଝିଅଟି ଗୋରୀ
କହ ଇଏ କି ଗଣିତ।
ଉତ୍ତର- ଏହା ଏକ ସରଳ ଓ ଚତୁର ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ନଡ଼ିଆ।

ପ୍ରହେଳିକା-୧୦: ନାକରେ ଯଦି ଥରେ ମୁଁ ଚଢିଯିବି
କାନ ଧରିକି ତତେ ମୁଁ ପଢେଇବି।
ଉତ୍ତର- ଏହା ଏକ ମଜାଦାୟକ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ଚଷମା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ